Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେପିକୁ ଛିଗୁଲେଇ ଫସିଗଲେ ବିରୋଧୀ ଦଳ ନେତା

Politics

ବିଜେପିକୁ ଛିଗୁଲେଇ ଫସିଗଲେ ବିରୋଧୀ ଦଳ ନେତା

Ritu Das
Browse all articles by Ritu Das
·1 year ago·2 min read
ବିଜେପିକୁ ଛିଗୁଲେଇ ଫସିଗଲେ ବିରୋଧୀ ଦଳ ନେତା

ଅର୍ଗସ ବ୍ୟୁରୋ: ସରକାରରୁ ପ୍ରତ୍ୟାଖିତ ହେବା ପରେ ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି ସଦସ୍ୟତା ଅଭିଯାନ । ଦଳ ଲୋକଙ୍କ ଆସ୍ଥା ହରାଇଥିବାରୁ କିପରି ସଦସ୍ୟତା ଅଭିଯାନ କରାଯିବ ତାକୁ ନେଇ ଚିନ୍ତାରେ ବିଜେଡି ନେତା । ଦଳ ଏକ କୋଟି ରୁ ଉର୍ଦ୍ଧ୍ବ ସଭ୍ୟ ସଂଗ୍ରହ ପାଇଁ ଟାର୍ଗେଟ ରଖିଥିବାରୁ ବିନା ସରକାରରେ ତାହା ହେବ କି ନାହିଁ ସନ୍ଦେହରେ ନେତା । ଏ ସବୁ ଭିତରେ ଦଳୀୟ ଅନ୍ତକନ୍ଦଳ ବି ସଦସ୍ୟତା ଅଭିଯାନ ପାଇଁ ବଡ଼ ଅଡୁଆ ସୃଷ୍ଟି କରିଛି । ନେତା ଏକ ମନ ଏକ ପ୍ରାଣ ନେଇ କାମ କରି ପାରୁନଥିବା ବେଳେ ଲୋକେ କିପରି ବିଜେଡିକୁ ବିଶ୍ବାସ କରି ସଦସ୍ୟତା ଗ୍ରହଣ କରିବେ ତାହା ବଡ଼ ପ୍ରଶ୍ନବାଚି ସୃଷ୍ଟି କରିଛି । ଏଭଳି ପରିସ୍ଥିତିରେ ବିଜେଡିର ସୁପ୍ରିମୋ ଶଙ୍ଖ ଭବନରୁ ସଦସ୍ୟତା ଅଭିଯାନ ଆରମ୍ଭ କରିଥିବା ବେଳେ କର୍ମୀ ଓ ନେତାଙ୍କ ମନୋବଳ ବଢାଇବା ପାଇଁ ବିଜେପିର ସଦସ୍ୟତା ଅଭିଯାନକୁ ଛିଗୁଲେଇ ଥିଲେ । କହିଥିଲେ ଅନ୍ୟ ଭଳି ମିସିଡ଼କଲ ମାରି ସଦସ୍ୟତା କରାଏନି ବିଜେଡି । ଯାହାର କଡା କାଉଣ୍ଟର କରିଛି ବିଜେପି । ଦଳର ବିଧାୟକ ଅଶୋକ ମହାନ୍ତି ଚ୍ୟାଲେଞ୍ଜ ଦେଇ କହିଛନ୍ତି ସାଧାରଣ ଗରିବ ଘରକୁ ଯାଇ ସଭ୍ୟ କରି ଦେଖାନ୍ତୁ ନବୀନ

ସେପଟେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ବେଳେ କଟକ ଓ ଭୁବନେଶ୍ୱରରୁ ଆସିଛି ଦଳୀୟ ବିଶୃଙ୍ଖଳାର ଦୃଶ୍ୟ । କଟକରେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଷୋଦଗାର କରିଥିଲେ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । ସୌଭିକ କହିଥିଲେ ଦୁଇ ଜଣ ଲୋକ ରାଜ୍ୟରେ ସରକାର ଚଳାଉଥିଲେ । ସବୁ ଶାସନ କ୍ଷମତା ସେମାନଙ୍କ ହାତରେ ଥିଲା । କଟକରେ ହୋଇଥିବା ଉନ୍ନତିମୂଳକ କାର୍ଯ୍ୟ କିଛି ପାଇଲେ ନାହିଁ ଦଳ ପାଇଁ ରକ୍ତ ଦେଇ ଦିନ, ରାତି ଏକ କରି କାମ କରୁଥିବା ନେତା ଓ କର୍ମୀ ।

ସେହିପରି ଭୁବନେଶ୍ୱର ଶଙ୍ଖ ଭବନରେ ନବୀନ ପଟ୍ଟନାୟକ କରୁଥିବା ବୈଠକକୁ ଆସିନଥିଲେ ଦଳର ଅଧିକାଂଶ କର୍ପୋରେଟର । ଚର୍ଚ୍ଚା ହେଉଛି ବିଧାୟକ ସୁଶାନ୍ତ ରାଉତ ଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇ ଅଶୋକ ପଣ୍ଡା ଙ୍କୁ ଜିଲ୍ଲା ସଭାପତି କରିବାକୁ କର୍ପୋରେଟର ମାନେ ନବୀନ ନିବାସ ଯାଇଥିବା ବେଳେ ତାଙ୍କ କଥା ଶୁଣା ଯାଇନାହି । ଯାହାର ପ୍ରତିବାଦ ରେ ଶଙ୍ଖ ଭବନର ବୈଠକ କୁ ପ୍ରତ୍ୟଖ୍ୟାନ କରିଥିଲେ ଅଧିକାଂଶ କର୍ପୋରେଟର । ଏବେ ନଜର ପକାନ୍ତୁ ବିଜେପିର କିପରି ସଦସ୍ୟତା ସଂଗ୍ରହ କାର୍ଯ୍ୟ ଚାଲିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝି କିପରି ସାଧାରଣ ଲୋକଙ୍କ ଘରକୁ ଯାଇ ସଭ୍ୟ ସଂଗ୍ରହ କରାଉଛନ୍ତି। ଆଉ କଣ କହୁଛନ୍ତି ଶୁଣନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପଦଯାତ୍ରା ବେଳେ ବିଜେଡିର ଦଳୀୟ ଅନ୍ତ କନ୍ଦଳ ପଦାରେ ପଡ଼ିଥିବା ବେଳେ ସଭ୍ୟ ସଂଗ୍ରହ ବେଳେ ବି ସମାନ ସ୍ଥିତି । ତେଣୁ ପ୍ରଶ୍ନ ବିଜେଡି ନିଜ ଘର ସଜାଡ଼ି ପାରୁ ନଥିବା ବେଳେ କୁଣିଆଙ୍କୁ କେଉଁଠି ସ୍ଥାନ ଦେବ । ସରକାରରୁ ଯିବା ପରେ ଓ ଲୋକଙ୍କ ପାଖରୁ ପ୍ରତ୍ୟାଖ୍ୟାନ ହେବା ପରେ ବିଜେଡିର ଏହି ଏକ କୋଟି ସଭ୍ୟ ସଂଗ୍ରହ ଅଭିଯାନ ସଫଳ ହେବ ତ ?

ଅଧିକ ପଢ଼ନ୍ତୁ ରାଜନୀତି ଖବର 

Argus Whatsapp Channel Mobile Top
Sponsored
The opposition | Argus News