Videos
|
Politics

Odisha Panchayat Election / ପାର୍ବଣ ପୂର୍ବରୁ ପଞ୍ଚାୟତ ମୁହାଁ ରାଜନୀତି ! ୩ ଦଳର ବଡ଼ ପ୍ଲାନ୍

Santosh Kumar Sahoo
Browse all articles by Santosh Kumar Sahoo
·3 weeks ago·2 min read
ପାର୍ବଣ ପୂର୍ବରୁ ପଞ୍ଚାୟତ ମୁହାଁ ରାଜନୀତି ! ୩ ଦଳର ବଡ଼ ପ୍ଲାନ୍
Panchayat Election

Key Points

ଚର୍ଚ୍ଚାରେ ତିନ ଦଳର ସେପ୍ଟେମ୍ବର ଷ୍ଟ୍ରାଟେଜି
ପାର୍ବଣ ପୂର୍ବରୁ ପଞ୍ଚାୟତ ପାଗଭିଡା
ବିଜେପିର ମାସିକିଆ ସେବା ପର୍ବ

ମାର୍ଚ୍ଚ ଶେଷ ଆଡକୁ ପଞ୍ଚାୟତ ନିର୍ବାଚନ ଏକ ପ୍ରକାର ସ୍ଥିର ହୋଇ ସାରିଥିବା ବେଳେ, ପାର୍ବଣ ପୂର୍ବରୁ ପଞ୍ଚାୟତକୁ ଯିବାକୁ ପ୍ଲାନ କରୁଛନ୍ତି ୩ ରାଜନୈତିକ ଦଳ । ଗ୍ରାଉଣ୍ଡକୁ ଯିବେ ନେତା, ଭୋଟରକୁ ଛୁଇଁବାକୁ କସରତ । ବିଜେପି ଏବଂ କଂଗ୍ରେସ ମାସିକିଆ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ବିଜେଡି ପ୍ରତିବାଦ କରି ଲୋକଙ୍କ ପାଖକୁ ଯିବାକୁ ପ୍ଲାନ କରିଛି ।

ସେପ୍ଟେମ୍ବର ୧୭ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରୁ ବିଜେପି କରିବ ମାସିକିଆ ସେବା ପର୍ବ କାର୍ଯ୍ୟକ୍ରମ । ସେପ୍ଟେମ୍ବର ୧୭, ମୋଦିଙ୍କ ଜନ୍ମଦିନରୁ ଅକ୍ଟୋବର ୧୭ ଯାଏଁ ଚାଲିବ ଅଭିଯାନ । ୧୩ଟି ପ୍ରମୁଖ କାର୍ଯ୍ୟକ୍ରମରେ ଲୋକଙ୍କ ପାଖକୁ ଯିବ ଦଳ । ୧୭ ତାରିଖ ସନ୍ଧ୍ୟାରେ ରାଜ୍ୟର ସମସ୍ତ ଲାଭର୍ଥୀଙ୍କ ଘରେ ହେବ ଦୀପ ପ୍ରଜ୍ଜ୍ୱଳନ । ପ୍ରତ୍ୟେକ ଅଙ୍ଗନବାଡି, ସ୍କୁଲ ଏବଂ କଲେଜରେ ଚିତ୍ରାଙ୍କନ ଏବଂ ଭାଷଣ ପ୍ରତିଯୋଗିତା ହେବ । ଗାଁ ଗାଁରେ ପରିବର୍ତ୍ତନର କାହାଣୀକୁ ନେଇ ହେବ ଫଟୋ ଚିତ୍ର ପ୍ରଦର୍ଶନୀ । ଛକରେ ନମୋ ସେବା ଗାଥା ପଥପ୍ରାନ୍ତ ନାଟକ ସହ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୁବକମାନଙ୍କୁ ସାମିଲ କରାଯିବ । ଡବଲ ଇଞ୍ଜିନ ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ରଖିବେ ନେତା । ମୋଦିଙ୍କ ଶାସନ କାଳର ୨୫ ବର୍ଷରେ ୨୫ ସେବାକୁ ନେଇ ବି ଗାଁକୁ ଯିବେ । ନିକଟରେ କଟକ ରାଜ୍ୟ କାର୍ଯ୍ୟକାରିଣୀରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନେତାକୁ ଦିଆଯାଇଛି ଟାସ୍କ । ଆଜି ସାମ୍ବାଦିକ ସମ୍ମିଳନୀ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ କର୍ମୀଙ୍କୁ ଆହ୍ଵାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ।

ଏପଟେ କଂଗ୍ରେସ ଏବଂ ବିଜେଡି ମଧ୍ୟ ସେପ୍ଟେମ୍ବର କାର୍ଯ୍ୟକ୍ରମ ଚୂଡାନ୍ତ କରିଛନ୍ତି । ଧାନ ପଞ୍ଜିକରଣରେ ସମସ୍ୟା, ଏଫସିଆଇ ଚାଉଳ ନ ଉଠାଇବା ଭଳି ପ୍ରସଙ୍ଗକୁ ନେଇ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ଯାଏଁ ରାଜ୍ୟବ୍ୟାପୀ କିଷାନ ପଦଯାତ୍ରା କରିବ କଂଗ୍ରେସ । ଏପଟେ MMDR ପ୍ରସଙ୍ଗରେ ରାଜଭବନ ଘେରାଉ କରି ରାସ୍ତାକୁ ଓହ୍ଲାଇ ଥିବା ବିଜେଡି ମଧ୍ୟ ଜିଲ୍ଲାସ୍ତରରେ ପ୍ରତିବାଦ ପାଇଁ ପ୍ରସ୍ତୁତ ହେଉଛି ।

ରାଜନୈତିକ ସମୀକ୍ଷକ କହିଛନ୍ତି, ପଞ୍ଚାୟତ ନିର୍ବାଚନର ୬ ମାସ ପୂର୍ବରୁ ରାଜନୈତିକ ଦଳ ତାଙ୍କର କସରତ ଆରମ୍ଭ କରିଛନ୍ତି । ୩ ଦଳ ପାଇଁ ଏହି ପଞ୍ଚାୟତ ନିର୍ବାଚନ ହେବ ଏସିଡ୍‌ ଟେଷ୍ଟ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୨ରେ ୮୫୩ ଜିଲ୍ଲା ପରିଷଦ ଆସନରୁ ୭୬୬ ବିଜେଡି ଦଖଲ କରିଥିବା ବେଳେ ବିଜେପି ୪୨ ଆଉ କଂଗ୍ରେସ ୩୭ଟି ଆସନ ଅକ୍ତିଆର କରିଥିଲା । କିନ୍ତୁ ଏବେ ଶାସନ ବଦଳିଛି । କ୍ଷମତାରେ ବିଜେପି ଥିବା ବେଳେ ପଞ୍ଚାୟତ ପରୀକ୍ଷାରେ କାହା ଷ୍ଟ୍ରାଟେଜୀ କାମ ଦେବ ଆଉ କାହାର ଫେଲ୍ ମାରିବ ତା ଉପରେ ନଜର ।
Odisha Panchayat Polls: BJP, BJD and Congress Begin Ground Strategy | Argus News Odia