Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସାମ୍ନାକୁ ଆସିଲା TMC ୧୯ ବିଦ୍ରୋହୀ ସାଂସଦଙ୍କ ତାଲିକା, ଜାଣନ୍ତୁ ଏଥିରେ କିଏ କିଏ ଅଛନ୍ତି...

Politics

TMC Rebel MPs List / ସାମ୍ନାକୁ ଆସିଲା TMC ୧୯ ବିଦ୍ରୋହୀ ସାଂସଦଙ୍କ ତାଲିକା, ଜାଣନ୍ତୁ ଏଥିରେ କିଏ କିଏ ଅଛନ୍ତି...

Santosh Kumar Sahoo
Browse all articles by Santosh Kumar Sahoo
·1 month ago·1 min read
ସାମ୍ନାକୁ ଆସିଲା TMC ୧୯ ବିଦ୍ରୋହୀ ସାଂସଦଙ୍କ ତାଲିକା, ଜାଣନ୍ତୁ ଏଥିରେ କିଏ କିଏ ଅଛନ୍ତି...
TMC

Key Points

ମମତାଙ୍କୁ ବଡ଼ ଝଟକା
ଟିଏମସିର ୧୯ ସାଂସଦ ବିଦ୍ରୋହୀ ଶିବିରରେ
ସାମ୍ନାକୁ ଆସିଲା ୧୯ ବିଦ୍ରୋହୀ ସାଂସଦଙ୍କ ତାଲିକା
ତୃଣମୂଳ କଂଗ୍ରେସରେ ମହାବିଦ୍ରୋହ । ସାମ୍ନାକୁ ଆସିଲା ୧୯ ବିଦ୍ରୋହୀ ସାଂସଦଙ୍କ ତାଲିକା । ଟିଏମସିର ବିଦ୍ରୋହୀ କ୍ୟାମ୍ପରେ ଅଛନ୍ତି ୟୁସୁଫ ପଠାନ, ରଚନା ବାନାର୍ଜୀ, ଶତ୍ରୁଘ୍ନ ସିହ୍ନା, ସାୟୋନୀ ଘୋଷଙ୍କ ପରି ସେଲିବ୍ରିଟି ଓ ହାଇପ୍ରୋଫାଇଲ ନେତା । ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସର ସ୍ଥିତି ଶୋଚନୀୟ ହୋଇପଡ଼ିଛି । ପୂର୍ବରୁ ୬୦ରୁ ଅଧିକ ବିଧାୟକଙ୍କ ପରେ ଏବେ ଦଳର ସାଂସଦମାନେ ମଧ୍ୟ ମମତା ବାନାର୍ଜୀଙ୍କ ବିରୋଧରେ ଘୋଷଣା କରିଛନ୍ତି ବଡ଼ ବିଦ୍ରୋହ ।

ବିଦ୍ରୋହୀ ଗୋଷ୍ଠୀ ତାଲିକାରେ ୨୦ରୁ ଅଧିକ ସାଂସଦ ଥିବା ଦାବି ହୋଇଥିଲା । ଏବେ ସାମ୍ନାକୁ ଆସିଥିବା ତାଲିକାରେ ୧୯ ଜଣ ସାଂସଦଙ୍କ ନାମ ରହିଛି । ତାଲିକାରେ ସବୁଠାରୁ ଚମକାଇଲା ଭଳି ନାମ ହେଉଛି ସାୟୋନୀ ଘୋଷ । କାରଣ ତାଙ୍କୁ ଏକଦା ମମତା ବାନାର୍ଜୀଙ୍କ ବିକଳ୍ପ ବୋଲି କୁହାଯାଉଥିଲା । ନିର୍ବାଚନ ପ୍ରଚାରରେ ମଧ୍ୟ ଟିଏମସି ଯୁବ ୱିଙ୍ଗର ଜାତୀୟ ସଭାପତି ସାୟୋନୀ ଘୋଷ ବେଶ୍ ଚର୍ଚ୍ଚାରେ ଥିଲେ । ସେହିପରି ଏହି ତାଲିକାରେ ବେହରାମପୁରର ସାଂସଦ ତଥା ପୂର୍ବତନ କ୍ରିକେଟର ୟୁସୁଫ୍ ପଠାନ, ଆସନସୋଲ୍ ସାଂସଦ ଶତ୍ରୁଘ୍ନ ସିହ୍ନା, ଓଲିଉଡ୍ ଓ ଟଲିଉଡ୍‌ର ଜଣାଶୁଣା ଚେହେରା ତଥା ହୁଗୁଳିର ସାଂସଦ ରଚନା ବାନାର୍ଜୀ ରହିଛନ୍ତି ।

୧୯ ବିଦ୍ରୋହୀ ସାଂସଦଙ୍କ ତାଲିକା

ୟୁସୁଫ୍ ପଠାନ (ବେହରାମପୁର)
ଶତ୍ରୁଘ୍ନ ସିହ୍ନା (ଆସନସୋଲ)
ରଚନା ବାନାର୍ଜୀ (ହୁଗୁଳି)
ସାୟୋନୀ ଘୋଷ (ଯାଦବପୁର)
କାକୋଲି ଘୋଷ (ବାରାସାତ)
ଜଗଦୀଶ ଚନ୍ଦ୍ର ବସୁନିଆ (କୁଚବିହାର)
ଖଲିଲ୍ ଉର ରହମାନ (ଜଙ୍ଗୀପୁର)
ଅବୁ ତାହିର ଖାନ (ମୁର୍ଶିଦାବାଦ)
ପାର୍ଥ ଭୌମିକ (ବାରାକପୁର)
ବାପି ହଲଦାର (ମଥୁରାପୁର)
ମାଲା ରାୟ (କୋଲକାତା ଦକ୍ଷିଣ)
ମିତାଲି ବାଗ (ଆରାମବାଗ)
ଦୀପକ ଅଧିକାରୀ - ଦେବ୍ (ଘାଟାଲ)
କାଲିପଦ ସୋରେନ (ଝାଡ଼ଗ୍ରାମ)
ଜୁନ୍ ମାଲିଆ (ମେଦିନୀପୁର)
ଅରୂପ ଚକ୍ରବର୍ତ୍ତୀ (ବାଙ୍କୁଡା)
ଡକ୍ଟର ଶର୍ମିଲା ସରକାର (ବର୍ଦ୍ଧମାନ ପୂର୍ବ)
ଅସିତ କୁମାର ମଲ୍ଲ (ବୋଲପୁର)
ଶତାବ୍ଦୀ ରାୟ (ବୀରଭୂମ)
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Painting
Sponsored
TMC Rebel MPs List: 19 Names Reportedly Surface Amid Party Crisis | Argus News