Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିର୍ବାଚନ ଲଢିପାରିବେ ନାହିଁ ଟିଏମସି ନେତା ଗୁଲାମ ରବାନୀ; ସାମ୍ନାକୁ ଆସିଲା କାରଣ

Politics

West Bengal Assembly Poll Update / ନିର୍ବାଚନ ଲଢିପାରିବେ ନାହିଁ ଟିଏମସି ନେତା ଗୁଲାମ ରବାନୀ; ସାମ୍ନାକୁ ଆସିଲା କାରଣ

Subhramjit Ray
Browse all articles by Subhramjit Ray
·2 months ago·2 min read
ନିର୍ବାଚନ ଲଢିପାରିବେ ନାହିଁ ଟିଏମସି ନେତା ଗୁଲାମ ରବାନୀ; ସାମ୍ନାକୁ ଆସିଲା କାରଣ
TMC Leader Mohammed Ghulam Rabbani

Key Points

ଭୋଟର ତାଲିକାରେ ମନ୍ତ୍ରୀଙ୍କ ନାମ ନଥିବାରୁ ସେ ନିର୍ବାଚନ ସନ୍ଦେହ ଉପୁଜିଛି।  
TMC Leader Mohammed Gulam Rabbani: ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) କୁ ନେଇ ବାଦ ବିବାଦ ଥମିବାର ନାଁ ଧରୁନାହିଁ। ଏବେ ସ୍ଥିତି ଏପରି ହୋଇଛି ଯେ ୨୦୨୬ ବିଧାନସଭା ନିର୍ବାଚନରେ ଶାସକ ଦଳର ଜଣେ ନେତା ନିର୍ବାଚନ ଲଢିପାରିବେ ନାଁ ନାହିଁ ତାହା ସ୍ପଷ୍ଟ ହୋଇ ପାରୁନାହିଁ। ରାଜ୍ୟରେ କ୍ଷମତାସୀନ ଟିଏମସି ସରକାରଙ୍କ ମନ୍ତ୍ରୀ ମହମ୍ମଦ ଗୁଲାମ ରବାନୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ନାଁ ଏସଆଇଆର ସପ୍ଲିମେଣ୍ଟାରୀ ତାଲିକାରେ (SIR Supplementary List) ସ୍ଥାନ ପାଇନାହିଁ। ଭୋଟର ତାଲିକାରେ ନାଁ ନଥିବାରୁ ରାଜ୍ୟର ଗୋଲପୋଖର ଆସନର ବିଧାୟକ ଗୁଲାମ ରବାନୀ ଏବେ ବିଧାନସଭା ନିର୍ବାଚନ ​​ଲଢ଼ିପାରିବେ ନାଁ ନାହିଁ ତାହା ଏବେ ସନ୍ଦେହ ଘେରରେ ରହିଛି। ଶାସକ ତୃଣମୂଳ କଂଗ୍ରେସ ତାଙ୍କୁ ପୁଣି ଥରେ ଗୋଲପୋଖର ଆସନରୁ ଦଳୀୟ ପ୍ରାର୍ଥୀ କରିଛି।

ଏସଆଇଆର ସପ୍ଲିମେଣ୍ଟାରୀ ତାଲିକାରେ ଦଳୀୟ ପ୍ରାର୍ଥୀ ମହମ୍ମଦ ଗୁଲାମ ରବାନୀଙ୍କ ନାଁ ନାହିଁ। ଏବେ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏନେଇ କୁହାଯାଉଛି ଟିଏମସି ତାଙ୍କ ବଦଳରେ ଗୋଲପୋଖର ଆସନରୁ କାହାକୁ ଦଳୀୟ ପ୍ରାର୍ଥୀ କରିବ।

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହେବା ପୂର୍ବରୁ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR)। ଏହି ପ୍ରକ୍ରିୟା ମାଧ୍ୟମରେ ରାଜ୍ୟର ଭୋଟର ତାଲିକାକୁ ସଂଶୋଧିତ କରାଯାଇଥିଲା। ଏସଆଇଆର ପ୍ରକ୍ରିୟାରେ ବ୍ୟାପକ ହେରଫେର ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କ ବିରୋଧରେ ଗର୍ଜିଛି ଶାସକ ଟିଏମସି। ଏନେଇ ଦଳ କହୁଛି ଯେ ମନ୍ତ୍ରୀ ରବାନୀଙ୍କ ସମେତ ଅନେକ ନେତାଙ୍କ ପ୍ରାର୍ଥୀତ୍ୱ ଏବେ ଅନିଶ୍ଚିତତା ଘେରରେ ରହିଛି। ଅନ୍ୟପଟେ ଗୋଲପୋଖର ଆସନର ବିଧାୟକ ମହମ୍ମଦ ଗୁଲାମ ରବାନୀ କହିଛନ୍ତି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ହୋଇଥିବା ସପ୍ଲିମେଣ୍ଟାରୀ ତାଲିକାରେ ମୁଁ ମୋ ନାମ ପାଇଲି ନାହିଁ। ମୋ ନାମ ଭୋଟର ତାଲିକାରୁ ସମ୍ପୂର୍ଣ୍ଣ ଭାବରେ ଗାଏବ ହୋଇଯାଇଛି।

ସୋମବାର ଜାରି ହୋଇଥିଲା ସପ୍ଲିମେଣ୍ଟାରୀ ତାଲିକା
ଏସଆଇଆର ପ୍ରକ୍ରିୟା ସମାପ୍ତ ହେବା ପରେ, ନିର୍ବାଚନ କମିଶନ ଗତ ଫେବୃଆରୀ ୨୮ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଥିଲେ। ଚୂଡ଼ାନ୍ତ ତାଲିକାରେ ରହିଥିବା ଅତି କମରେ ୬୦ ଲକ୍ଷ ଭୋଟରଙ୍କ ନାମ ଯାଞ୍ଚ ପାଇଁ ରଖାଯାଇଥିଲା। ଏହା ପରେ ଏହି ନାମକୁ ଭୋଟର ତାଲିକାରେ ରଖାଯିବ ନାଁ ବାଦ ଦିଆଯିବ ତାହା ଯାଞ୍ଚ କରିବା ପାଇଁ ୭୦୫ ଜଣ ନ୍ୟାୟିକ ଅଧିକାରୀଙ୍କୁ ନିୟୋଜିତ କରିଥିଲେ।

ଏହା ପରେ ଏସଆଇଆର ମାମଲାର ଶୁଣାଣି ସମାପ୍ତ ହେବା ପରେ ସୋମବାର ରାତିରେ ପ୍ରଥମ ପରିପୂରକ ଭୋଟର ତାଲିକା ପ୍ରକାଶିତ ହୋଇଥିଲା। ଏହି ଭୋଟର ତାଲିକାରେ ସେହି ଭୋଟରଙ୍କ ନାମ ଅନ୍ତର୍ଭୂକ୍ତ ରହିଛି ଯେଉଁମାନଙ୍କ ମାମଲା ବିଚାର ବିଭାଗୀୟ ଅଧିକାରୀଙ୍କ ଦ୍ୱାରା ଶୁଣାଣି କରାଯାଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମନୋଜ କୁମାର ଅଗ୍ରୱାଲ କହିଛନ୍ତି ଯେ ସୋମବାର (୨୩ ମାର୍ଚ୍ଚ) ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରାୟ ୨୯ ଲକ୍ଷ ନାମ ଉପରେ ନିଷ୍ପତ୍ତି ନିଆଯାଇ ସାରିଛି।

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ମୋଟ ୨୯୪ ଆସନ ପାଇଁ ଦୁଇ ପର୍ଯ୍ୟାୟରେ ହେବ ଭୋଟିଂ। ପ୍ରଥମ ପର୍ଯ୍ୟାୟରେ (୨୩ ଅପ୍ରେଲ) ୧୫୨ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ (୨୯ ଅପ୍ରେଲ) ୧୪୨ ଆସନ ପାଇଁ ଅନୁଷ୍ଠିତ ହେବ ମତଦାନ। ସେହିପରି ମେ ୪ ତାରିଖରେ ପ୍ରକାଶ ପାଇବ ବିଧାନସଭା ନିର୍ବାଚନ ଫଳାଫଳ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
WB Poll 2026: TMC Leader Mohammed Gulam Rabbani Barred from Contesting – Reason Revealed | Argus News