Tamil Nadu Politics / ୧୦୮ ଆସନ ଜିତି ସରକାର ଗଢ଼ିଥିଲା ବିଜୟଙ୍କ TVK; ବହୁମତ ପରୀକ୍ଷାରେ ମିଳିଲା ୧୪୪ ଭୋଟ୍
·1 hour ago·2 min read

Key Points
ବହୁମତ ପରୀକ୍ଷାରେ ପାସ୍ କରିଛି ତାମିଲନାଡ଼ୁର ଥଲାପତି ବିଜୟ ସରକାର । ବିଜୟଙ୍କ TVK ସପକ୍ଷରେ ୧୪୪ ଭୋଟ୍ ପଡ଼ିଛି । ୫୯ ଆସନ ଜିତିଥିବା ଷ୍ଟାଲିନ୍ଙ୍କ DMK ଫ୍ଲୋର୍ ଟେଷ୍ଟକୁ ବହିଷ୍କାର କରିଛି ।
ଚେନ୍ନାଇ: ତାମିଲନାଡ଼ୁରେ ଥଲାପତି ବିଜୟଙ୍କ ସରକାର ବହୁମତ ପରୀକ୍ଷାରେ ପାସ୍ କରିଛି । ବିଜୟଙ୍କ TVK ସପକ୍ଷରେ ୧୪୪ ଭୋଟ୍ ପଡ଼ିଛି । ତେବେ ବିଧାନସଭାରେ ବିଜୟଙ୍କ ସରକାର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥିବା ବେଳେ ୫୯ ଆସନ ଜିତିଥିବା ଷ୍ଟାଲିନ୍ଙ୍କ DMK ଫ୍ଲୋର୍ ଟେଷ୍ଟକୁ ବହିଷ୍କାର କରିଛି ।
୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାର ବହୁମତ ହେଉଛି ୧୧୮ । ଟିଭିକେ ୧୦୮ ଆସନ ଜିତିଥିବା ବେଳେ ଡିଏମ୍କେ ୫୯ଟି ସିଟ୍ ହାତେଇଛି । ଏଆଇଏଡିଏମ୍କେ ୪୭ଟିରେ ବିଜୟୀ ହୋଇଛି । କଂଗ୍ରେସକୁ ମିଳିଛି ୫ଟି ଆସନ । ପିଏମ୍କେ ୪ଟି ଆସନ ଜିତିଛି ।
ଏଥିସହ ପଢ଼ନ୍ତୁ: TVK ସରକାରକୁ ମଜଭୁତ କରିବାକୁ AIADMK ଦୁଇଫାଳ; ବିଜୟଙ୍କୁ ଶନମୁଗମ୍ ଗୋଷ୍ଠୀର ସମର୍ଥନ
ଏଭଳି ସ୍ଥିତିରେ ବିଜୟଙ୍କ ଟିଭିକେ ସରକାର ବହୁମତ ପରୀକ୍ଷା ଦେଉଥିବା ବେଳେ ଡିଏମ୍କେ ବହିଷ୍କାର କରିଥିଲା । ଫଳରେ ଗୃହରେ ବହୁମତ ଅଙ୍କ ଆହୁରି କମ୍ ହୋଇଥିଲା । ଆଉ ବିଜୟ ସରକାରର ସଂଖ୍ୟା ଗରିଷ୍ଠତା ପ୍ରମାଣ କେବଳ ଔପଚାରିକତା ରହିଥିଲା ।
ବିଜୟଙ୍କ ସରକାରର ବହୁମତ ପରୀକ୍ଷାକୁ ଡିଏମ୍କେ କେବଳ ବହିଷ୍କାର କରିନି ବରଂ ଭୋଟିଂରୁ ବିରତ ରହିଛି । ସେପଟେ AIADMKର ମହାସଚିବ ପାଲାନିସ୍ଵାମୀ, ବିଜୟ ସରକାରର ବହୁମତକୁ ବିରୋଧ କରିଛନ୍ତି । ଅନ୍ୟପଟେ ଦଳର ବିରୋଧୀ ନେତା ଏସ୍ପି ଭେଲୁମନି ଟିଭିକେ ସରକାରକୁ ସମର୍ଥନ ଘୋଷଣା କରିଛନ୍ତି ।
TVKର ବହୁମତ ଗଣିତ ?
ବିଜୟଙ୍କ ନେତୃତ୍ଵାଧିନ TVK ସରକାରକୁ କଂଗ୍ରେସ, ସିପିଆଇ, ସିପିଏମ୍, IUML ଓ AMMKର ସମର୍ଥନ ରହିଛି । ଅନ୍ୟପଟେ ବିଜେପିର ଏକମାତ୍ର ବିଧାୟକ ନିରବ ରହିଛନ୍ତି ।
ତାମିଲନାଡ଼ୁରେ ଏପ୍ରିଲ୍ ୨୩ରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହୋଇଥିଲା । ମେ ୪ରେ ଫଳାଫଳ ଆସିଥିଲା । ବିଜୟଙ୍କ ଟିଭିକେ ସର୍ବାଧିକ ୧୦୮ ଆସନ ଜିତି ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ବଡ଼ ଦଳ ଭାବେ ଉଭା ହୋଇଥିଲା ।
TVKକୁ AIADMK ବିଧାୟକଙ୍କ ସମର୍ଥନ
ବିଜୟଙ୍କ ନେତୃତ୍ଵାଧିନ TVK ସରକାରକୁ AIADMKର ୨୪ ବିଧାୟକ ସମର୍ଥନ ଦେଇ ଭୋଟ୍ ଦେଇଛନ୍ତି । ଜଣେ AIADMK ବିଧାୟକ ଭୋଟିଂ ବେଳେ ଅନୁପସ୍ଥିତ ରହିଛନ୍ତି । PMKର ୪ ଓ ବିଜେପିର ଜଣେ ଏଭଳି ଭାବେ ୫ ଜଣ ବିଧାୟକ ନିରବ ରହିଛନ୍ତି ।
ଏଥିସହ ପଢ଼ନ୍ତୁ: ଗୋଟିଏ ଫିଲ୍ମରୁ ୨୦୦ କୋଟି ଫି': ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ମାସକୁ ଦରମା କେତେ ?
ବିଜୟଙ୍କ ବଡ଼ ନିର୍ଦ୍ଦେଶ
ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ଦାୟିତ୍ଵ ଗ୍ରହଣ ପରେ ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ୭୧୭ଟି ମଦ ଦୋକାନକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଜୟ ।
ଏସବୁ ମଦ ଦୋକାନ ଗୁଡ଼ିକ ମନ୍ଦିର, ବିଦ୍ୟାଳୟ ଏବଂ ବସ୍ ଷ୍ଟାଣ୍ଡର ୫୦୦ ମିଟର ପରିଧି ମଧ୍ୟରେ ରହିଥିଲା । ଆଗାମୀ ୨ ସପ୍ତାହ ଅର୍ଥାତ୍ ୧୫ ଦିନ ମଧ୍ୟରେ ଏସବୁ ମଦ ଦୋକାନ ବନ୍ଦ କରିବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ପ୍ରଥମ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories