AIADMK Supports TVK / TVK ସରକାରକୁ ମଜଭୁତ କରିବାକୁ AIADMK ଦୁଇଫାଳ; ବିଜୟଙ୍କୁ ଶନମୁଗମ୍ ଗୋଷ୍ଠୀର ସମର୍ଥନ
·1 hour ago·2 min read

Key Points
AIADMKରେ ଦେଖିବାକୁ ମିଳିଛି ଫାଟ । AIADMK ଦୁଇ ଗୋଷ୍ଠୀରେ ବିଭକ୍ତ ହେବା ସହ ଏସ୍ପି ଭେଲୁମନି ଏବଂ ସିଭି ଶନମୁଗମ୍ଙ୍କ ଗୋଷ୍ଠୀ ବିଜୟଙ୍କ ସରକାରକୁ ସମର୍ଥନ ଦେବାକୁ ଘୋଷଣା କରିଛି ।
ଚେନ୍ନାଇ: ତାମିଲନାଡ଼ୁରେ ବିଜୟଙ୍କ ଟିଭିକେ ସରକାର ଗଢ଼ିବା ପରେ ସମର୍ଥନ ବଢ଼ିବାରେ ଲାଗିଛି । ବହୁମତ ଠାରୁ ମାତ୍ର ୧୦ ସିଟ୍ କମ୍ ପାଇଥିବା ବିଜୟଙ୍କ ଟିଭିକେ କଂଗ୍ରେସ ଓ ଅନ୍ୟ ସହଯୋଗୀଙ୍କ ସହ ସରକାରକୁ ଆସିଛି ।
ମେ ୧୦ ତାରିଖରେ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ TVK ସରକାର କାର୍ଯ୍ୟ ଆରମ୍ଭ କରିଛି । ଏହାରି ଭିତରେ AIADMKରେ ଦେଖିବାକୁ ମିଳିଛି ଫାଟ । AIADMK ଦୁଇ ଗୋଷ୍ଠୀରେ ବିଭକ୍ତ ହେବା ସହ ଏସ୍ପି ଭେଲୁମନି ଏବଂ ସିଭି ଶନମୁଗମ୍ଙ୍କ ଗୋଷ୍ଠୀ ବିଜୟଙ୍କ ସରକାରକୁ ସମର୍ଥନ ଦେବାକୁ ଘୋଷଣା କରିଛି ।
ଏଥିସହ ପଢ଼ନ୍ତୁ: ବିଜେପି ସରକାରଙ୍କ ବଡ଼ ନିଷ୍ପତ୍ତି; ମହିଳାଙ୍କୁ ମିଳିବ ମାଗଣା ବସ୍ ସୁବିଧା
ଶନମୁଗମ୍ କହିଛନ୍ତି, "ଆମେ ବିଜୟଙ୍କୁ ଆଜି ଭେଟି ସରକାରଙ୍କୁ ସମର୍ଥନ ଦେବା ନେଇ ପତ୍ର ଦେବୁ ।" ଏହି ଅବସରରେ ସେ AIADMK ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲାନିସ୍ଵାମୀଙ୍କୁ ସମାଲୋଚନା କରିଛନ୍ତି । କହିଛନ୍ତି, "ଦଳକୁ ମଜଭୁତ୍ କରିବା ଦରକାର, ଭବିଷ୍ୟତ ନେଇ ଆଲୋଚନା ହେବା ଆବଶ୍ୟକ ।"
ଏଥିସହ AIADMK-DMK ମେଣ୍ଟ ନେଇ ପାଲାନିସ୍ଵାମୀଙ୍କ ନିଷ୍ପତ୍ତିକୁ ଶନମୁଗମ୍ ବିରୋଧ କରିଛନ୍ତି । ସେ କହିଛନ୍ତି, "DMKକୁ ହରାଇବା ପାଇଁ AIADMK ଗଢ଼ି ଉଠିଥିଲା ।" ଏବେ ପାଲାନିସ୍ଵାମୀ ତୁରନ୍ତ ମହାପରିଷଦ ବୈଠକ ଡାକିବା ଦରକାର ବୋଲି କହିଛନ୍ତି ଶନମୁଗମ୍ ।
ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ AIADMK ୪୭ଟି ଆସନରେ ବିଜୟୀ ହୋଇଛି । ଦଳ ବିଜୟଙ୍କୁ ସମର୍ଥନ ଦେଲେ TVK ସରକାର ଆହୁରି ମଜଭୁତ ହେବ ବୋଲି ଶନମୁଗମ୍ କହିଛନ୍ତି ।
ସେ ଆହୁରି କହିଛନ୍ତି, "ନିର୍ବାଚନ ପରେ ଆମେ ମେଣ୍ଟ ସହ ନାହୁଁ । ଆମର ଲକ୍ଷ୍ୟ ଦଳକୁ ମଜଭୁତ୍ କରିବା । AIADMKର ନିର୍ବାଚିତ ବିଧାୟକ TVKକୁ ସମର୍ଥନ ଦେବାକୁ ସ୍ଥିର କରିଛନ୍ତି । ଏହା ଯୋଗୁଁ ଦଳରେ କୌଣସି ଫାଟ ସୃଷ୍ଟି ହେବ ନାହିଁ ।"
ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ହେଉ ହେଉ ବିଜୟଙ୍କ ବଡ଼ ନିର୍ଦ୍ଦେଶ; ମଦ ଦୋକାନରେ ୧୫ ଦିନ ମଧ୍ୟରେ ଝୁଲିବ ତାଲା
ବିଜୟଙ୍କ ବଡ଼ ନିର୍ଦ୍ଦେଶ
ତାମିଲନାଡ଼ୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ଦାୟିତ୍ଵ ଗ୍ରହଣ ପରେ ବଡ଼ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ୭୧୭ଟି ମଦ ଦୋକାନକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବିଜୟ ।
ଏସବୁ ମଦ ଦୋକାନ ଗୁଡ଼ିକ ମନ୍ଦିର, ବିଦ୍ୟାଳୟ ଏବଂ ବସ୍ ଷ୍ଟାଣ୍ଡର ୫୦୦ ମିଟର ପରିଧି ମଧ୍ୟରେ ରହିଥିଲା । ଆଗାମୀ ୨ ସପ୍ତାହ ଅର୍ଥାତ୍ ୧୫ ଦିନ ମଧ୍ୟରେ ଏସବୁ ମଦ ଦୋକାନ ବନ୍ଦ କରିବାକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ପ୍ରଥମ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories