Tamil Nadu Elections / ପ୍ରାରମ୍ଭିକ ଟ୍ରେଣ୍ଡରେ ଝଟ୍କା ଦେଲା TVK; ତାମିଲନାଡ଼ୁ ରାଜନୀତିର ନୂଆ 'ସୁପରଷ୍ଟାର' ବିଜୟ
·1 hour ago·2 min read

Key Points
ତାମିଲନାଡ଼ୁର ୨୩୪ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଚାଲିଛି । ଆଉ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ଅଭିନେତାରୁ ରାଜନେତା ସାଜିଥିବା ଥାଲ୍ଲାପତି ବିଜୟଙ୍କ ଦଳ TVKର ଦବଦବା ଦେଖିବାକୁ ମିଳୁଛି ।
ଚେନ୍ନାଇ: ରୂପେଲି ପରଦାରେ ଥିଲେ ସୁପରଷ୍ଟାର୍, ଏବେ ରାଜନୀତିରେ ହେବାକୁ ଯାଉଛନ୍ତି ଗେମ୍ ଚେଞ୍ଜର୍ । ତାମିଲନାଡ଼ୁର ୨୩୪ଟି ବିଧାନସଭା ଆସନ ପାଇଁ ଭୋଟ୍ ଗଣତି ଚାଲିଛି । ଆଉ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡରେ ଅଭିନେତାରୁ ରାଜନେତା ସାଜିଥିବା ଥାଲ୍ଲାପତି ବିଜୟଙ୍କ ଦଳ TVKର ଦବଦବା ଦେଖିବାକୁ ମିଳୁଛି ।
ସକାଳ ୯ଟା ୩୦ ମିନିଟ୍ ସୁଦ୍ଧା ୨୩୪ ଆସନର ୧୭୭ଟି ଆସନର ଆଗୁଆ ଫଳାଫଳ ଆସିଛି । ସେଥିରୁ ସର୍ବାଧିକ ୭୩ଟି ଆସନରେ ଆଗୁଆ ରହିଛି ବିଜୟଙ୍କ TVK । ସେହିଭଳି ସରକାରରେ ଥିବା ଡିଏମ୍କେ ୫୦ଟି ଆସନରେ ଆଗୁଆ ରହିଥିବା ବେଳେ ଏଆଇଡିଏମ୍କେ ୫୫ଟି ଆସନରେ ଆଗୁଆ ଚାଲିଛି ।
ଏଥିସହ ପଢ଼ନ୍ତୁ: ଆରମ୍ଭ ହେଲା ଭୋଟ୍ ଗଣତି, ପ୍ରାରମ୍ଭିକ ଟ୍ରେଣ୍ଡରେ ପଶ୍ଚିମବଙ୍ଗରେ ବିଜେପି ଆଗୁଆ
ଅର୍ଥାତ୍ ପ୍ରାରମ୍ଭିକ ଟ୍ରେଣ୍ଡରେ ତାମିଲନାଡ଼ୁ ରାଜନୀତିର ଦୁଇ ପୁରୁଣା ଦଳ DMK ଓ AIADMKକୁ ପଛରେ ପକାଇ ଆଗକୁ ମାଡ଼ି ଚାଲିଛି ବିଜୟଙ୍କ TVK । ପ୍ରାରମ୍ଭିକ ଟ୍ରେଣ୍ଡରେ TVKର ଦବଦବା ଦେଖିବାକୁ ମିଳିଛି । ଆଗକୁ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗଣତି ପରେ ସ୍ପଷ୍ଟ ହେବ କାହା ଆଡ଼କୁ ଯାଉଛି ସିଟ୍ ?
TVKର ପ୍ରଥମ ନିର୍ବାଚନ
ବିଜୟଙ୍କ ଦଳ TVK ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ୁଛି । ଆଉ ପ୍ରଥମ ନିର୍ବାଚନରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଛି TVK । ଏପ୍ରିଲ୍ ୨୩ରେ ତାମିଲନାଡ଼ୁର ସମସ୍ତ ୨୩୪ଟି ଆସନରେ ମତଦାନ ହୋଇଥିଲା । ଏବେ ପ୍ରାରମ୍ଭିକ ଟ୍ରେଣ୍ଡିଂରେ TVK ବେଶ୍ ଆଗୁଆ ରହିଛି ।
କ'ଣ କହିଥିଲା ଏକଜିଟ୍ ପୋଲ ?
ଆକ୍ସିସ୍ ମାଇଁ ଇଣ୍ଡିଆ ଅନୁସାରେ, ତାମିଲନାଡ଼ୁ ବିଧାନସଭାର ମୋଟ ଆସନ ସଂଖ୍ୟା ୨୩୪ । ବହୁମତ ହେଉଛି ୧୧୮ । ଏକଜିଟ୍ ପୋଲ ଅନୁସାରେ, ଟିଭିକେ ୯ରୁ ୨୦ଟି ଆସନ ପାଇବ । ଡିଏମକେ ୯୨ରୁ ୧୧୦ ଏବଂ ଏଆଇଡିଏମକେ ଓ ସହଯୋଗୀ ୨୨ରୁ ୨୩ଟି ଆସନ ଜିତି ପାରନ୍ତି ।
ଏଥିସହ ପଢ଼ନ୍ତୁ: ରାଜନୀତିର ନୂଆ 'ସୁପରଷ୍ଟାର'; ବିଜୟ ଦୋହରାଇବେ କି MGR ଓ NTRଙ୍କ ଇତିହାସ ?
ସେହିଭଳି ଜେଭିସିର ଆକଳନ କହୁଛି, ତାମିଲନଡ଼ରେ ଏଆଇଡିଏମକେ ଓ ସହଯୋଗୀ ୧୨୮ରୁ ୧୪୭ ଆସନ ଜିତିବେ । ଟିଭିକେ ୮ରୁ ୧୫ଟି ଏବଂ ଡିଏମକେ ୭୫ରୁ ୯୫ଟି ଆସନ ହାତେଇ ପାରେ ।
ମାଟ୍ରିଜ୍ ଅନୁସାରେ, ଡିଏମକେ ୧୨୨ରୁ ୧୩୨ଟି ଆସନ, ଏଆଇଡିଏମକେ ୮୭ରୁ ୧୦୦ଟି ଆସନ, ଟିଭିକେ ୧୦ରୁ ୧୨ଟି ଆସନ ହାତେଇପାରେ । ପିପୁଲ୍ସ ପଲ୍ସ ଆକଳନ ଅନୁସାରେ, ଡିଏମକେ ୧୨୫ରୁ ୧୪୫ ଆସନ ହାତେଇବ । ଏଆଇଡିଏକେ ୬୫ରୁ ୮୦ ଏବଂ ଟିଭିକେ ୧୮ରୁ ୨୪ଟି ସିଟରେ ବିଜୟୀ ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories