Tamil Nadu Exit Poll / ରାଜନୀତିର ନୂଆ 'ସୁପରଷ୍ଟାର'; ବିଜୟ ଦୋହରାଇବେ କି MGR ଓ NTRଙ୍କ ଇତିହାସ ?
·1 hour ago·2 min read

Key Points
ଭାରତୀୟ ରାଜନୀତି ଇତିହାସରେ ଫିଲ୍ମ ତାରକା ରାଜନୀତିରେ ପାଦ ଥାପି ପ୍ରଥମଥରରେ କ୍ଷମତା ହାସଲ କରିବା ଏକ ଦୁର୍ଲଭ ସଂଯୋଗ ଅଟେ । ଯାହାକୁ ଏମ.ଜି ରାମଚନ୍ଦ୍ରନ (MGR) ଏବଂ ଏନ.ଟି.ରାମାରାୱ (NTR) ସତ ସାବ୍ୟସ୍ତ କରି ଦେଖାଇଥିଲେ ।
ଚେନ୍ନାଇ: ତାମିଲନାଡ଼ୁ ରାଜନୀତିରେ ହେବ କି ବଡ଼ ଅଦଳ ବଦଳ ? ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ଦଳ ତାମିଲାଗା ଭେଟ୍ରି କଝଗମ (TVK) ପ୍ରଥମ ନିର୍ବାଚନ ଲଢ଼ି କରିବ କି ବଡ଼ ଧମାକା ।
ଏକଜିଟ୍ ପୋଲରେ TVKକୁ ନେଇ ଏମିତି କିଛି ଆକଳନ କରାଯାଉଛି । ଆକ୍ସିସ୍ ମାଇଁ ଇଣ୍ଡିଆ ଏକଜିଟ୍ ପୋଲ ଅନୁସାରେ, ମୋଟ ୨୩୪ ଆସନରୁ ବିଜୟଙ୍କ ଦଳ TVKକୁ ୯୮ରୁ ୧୨୦ଟି ମିଳିପାରେ । ଅର୍ଥାତ୍ କ୍ଷମତା ଦୌଡ଼ରେ ଶାସକ ଡିଏମ୍କେ ଆଗରେ ଏବେ TVK ଛିଡ଼ା ହୋଇଛି ।
ଏଥିସହ ପଢ଼ନ୍ତୁ: ପଶ୍ଚିମବଙ୍ଗରେ ଭାଙ୍ଗିବ TMC ଗଡ଼; ବିଜେପି ଏକାକୀ ସରକାର ଗଢ଼ିବା ନେଇ Exit Pollର ଆକଳନ
ଆଉ ଏକଜିଟ୍ ପୋଲ୍ ସର୍ଭେ କରିଥିବା ସଂସ୍ଥାର ମୁଖ୍ୟ ପ୍ରଦୀପ ଗୁପ୍ତା ବିଜୟଙ୍କ ତୁଳନା ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.ଜି ରାମଚନ୍ଦ୍ରନ (MGR) ଏବଂ ଏନ.ଟି.ରାମାରାୱ (NTR)ଙ୍କ ଭଳି ବିଶିଷ୍ଟ ନେତାଙ୍କ ସହ କରିଛନ୍ତି । ଯେଉଁମାନେ ଫିଲ୍ମ ପରଦାକୁ ଆସି ରାଜନୀତିର ଇତିହାସ ବଦଳାଇ ଦେଇଥିଲେ ।
ଭାରତୀୟ ରାଜନୀତି ଇତିହାସରେ ଫିଲ୍ମ ତାରକା ରାଜନୀତିରେ ପାଦ ଥାପି ପ୍ରଥମଥରରେ କ୍ଷମତା ହାସଲ କରିବା ଏକ ଦୁର୍ଲଭ ସଂଯୋଗ ଅଟେ । ଯାହାକୁ ଏମ.ଜି ରାମଚନ୍ଦ୍ରନ (MGR) ଏବଂ ଏନ.ଟି.ରାମାରାୱ (NTR) ସତ ସାବ୍ୟସ୍ତ କରି ଦେଖାଇଥିଲେ ।
କ'ଣ କହୁଛି ବୁଥ୍ ବାହୁଡ଼ା ମତ ?
ଆକ୍ସିସ୍ ମାଇଁ ଇଣ୍ଡିଆ ଅନୁସାରେ, ତାମିଲନାଡ଼ୁ ବିଧାନସଭାର ମୋଟ ଆସନ ସଂଖ୍ୟା ୨୩୪ । ବହୁମତ ହେଉଛି ୧୧୮ । ଏକଜିଟ୍ ପୋଲ ଅନୁସାରେ, ଟିଭିକେ ୯ରୁ ୨୦ଟି ଆସନ ପାଇବ । ଡିଏମକେ ୯୨ରୁ ୧୧୦ ଏବଂ ଏଆଇଡିଏମକେ ଓ ସହଯୋଗୀ ୨୨ରୁ ୨୩ଟି ଆସନ ଜିତି ପାରନ୍ତି ।
ଏଥିସହ ପଢ଼ନ୍ତୁ: ଆସାମରେ ପୋଛି ନେବ NDA; ୮୮ରୁ ୧୦୦ ଆସନ ଜିତିବା ନେଇ ଆକଳନ
ସେହିଭଳି ଜେଭିସିର ଆକଳନ କହୁଛି, ତାମିଲନଡ଼ରେ ଏଆଇଡିଏମକେ ଓ ସହଯୋଗୀ ୧୨୮ରୁ ୧୪୭ ଆସନ ଜିତିବେ । ଟିଭିକେ ୮ରୁ ୧୫ଟି ଏବଂ ଡିଏମକେ ୭୫ରୁ ୯୫ଟି ଆସନ ହାତେଇ ପାରେ ।
ମାଟ୍ରିଜ୍ ଅନୁସାରେ, ଡିଏମକେ ୧୨୨ରୁ ୧୩୨ଟି ଆସନ, ଏଆଇଡିଏମକେ ୮୭ରୁ ୧୦୦ଟି ଆସନ, ଟିଭିକେ ୧୦ରୁ ୧୨ଟି ଆସନ ହାତେଇପାରେ । ପିପୁଲ୍ସ ପଲ୍ସ ଆକଳନ ଅନୁସାରେ, ଡିଏମକେ ୧୨୫ରୁ ୧୪୫ ଆସନ ହାତେଇବ । ଏଆଇଡିଏକେ ୬୫ରୁ ୮୦ ଏବଂ ଟିଭିକେ ୧୮ରୁ ୨୪ଟି ସିଟରେ ବିଜୟୀ ହୋଇପାରେ । ୪ ତାରିଖରେ ଭୋଟ୍ ଗଣତି ପରେ ସ୍ପଷ୍ଟ ହେବ ତାମିଲନାଡ଼ୁରେ କିଏ ମାରୁଛି ବାଜି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories