Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମନ୍ତ୍ରୀଙ୍କ ଠାରୁ ଗୋଟିଏ ଭୋଟ୍‌ରେ ଆସନ ଛଡ଼ାଇ ନେଲା TVK

Politics

Historic Win / ମନ୍ତ୍ରୀଙ୍କ ଠାରୁ ଗୋଟିଏ ଭୋଟ୍‌ରେ ଆସନ ଛଡ଼ାଇ ନେଲା TVK

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମନ୍ତ୍ରୀଙ୍କ ଠାରୁ ଗୋଟିଏ ଭୋଟ୍‌ରେ ଆସନ ଛଡ଼ାଇ ନେଲା TVK
TVK Wins by Just ONE Vote

Key Points

TVK ପ୍ରଥମ ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିଛି । ଦଳର ଭଳ ଫଳାଫଳ ଭିତରେ ତିଋପତୁର ବିଧାନସଭା ଆସନର ଚର୍ଚ୍ଚା ହେଉଛି । ଏହି ଆସନରେ ବିଜୟ ଓ ପରାଜୟ ମଧ୍ୟରେ ବ୍ୟବଧାନ ହେଉଛି ମାତ୍ର ଗୋଟିଏ ଭୋଟ୍ ।
ଚେନ୍ନାଇ: ସୋମବାର ଆସି ସାରିଛି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ବିଧାନସଭା ନିର୍ବାଚନ ଫଳାଫଳ । ଆଉ ୫ ରାଜ୍ୟର ରେଜଲ୍ଟ ଭିତରେ ତାମିଲନାଡ଼ୁରୁ ଆସିଛି ରୋମାଞ୍ଚକର ଖବର । ତାମିଲନାଡ଼ୁରେ ବିଜୟଙ୍କ ଦଳ TVK ଦମ୍‌ଦାର ଏଣ୍ଟ୍ରି କରିଛି ।

ବିଜୟଙ୍କ ଦଳ TVK ୧୦୮ ଆସନ ଅକ୍ତିଆର୍ କରି ସମସ୍ତଙ୍କୁ ଚମକାଇ ଦେଇଛି । TVK ପ୍ରଥମ ନିର୍ବାଚନରେ ହିଁ ଉତ୍ତମ ପ୍ରଦର୍ଶନ କରିଛି । ଦଳର ଭଳ ଫଳାଫଳ ଭିତରେ ତିଋପତୁର ବିଧାନସଭା (Tiruppattur Result) ଆସନର ଚର୍ଚ୍ଚା ହେଉଛି । ଏହି ଆସନରେ ବିଜୟ ଓ ପରାଜୟ ମଧ୍ୟରେ ବ୍ୟବଧାନ ହେଉଛି ମାତ୍ର ଗୋଟିଏ ଭୋଟ୍ ।

ଏଥିସହ ପଢ଼ନ୍ତୁ: ତାମିଲନାଡ଼ୁରେ ସରକାର ଗଠନ ପାଇଁ TVK ଆଗରେ ୩ଟି ରାସ୍ତା, ବୁଝନ୍ତୁ ସମୀକରଣ... 

ମନ୍ତ୍ରୀଙ୍କ ଠାରୁ ଛଡ଼ାଇନେଲେ ଆସନ

TVK ତିଋପତୁର ଆସନକୁ ମାତ୍ର ଗୋଟିଏ ଭୋଟ୍ ବ୍ୟବଧାନରେ DMK ଠାରୁ ଜିତି ନେଇଛି । ଏହି ସିଟ୍‌ରେ ପରାଜୟ କରିଥିବା DMK ପ୍ରାର୍ଥୀ ଷ୍ଟାଲିନ୍ ସରକାରରେ ମନ୍ତ୍ରୀ ଥିଲେ । ତିଋପତୁର ଆସନରୁ ଷ୍ଟାଲିନ୍ ସରକାରଙ୍କ ମନ୍ତ୍ରୀ କେ. ଆର୍ ପେରିୟାକଋପ୍ପନ ମାତ୍ର ଗୋଟିଏ ଭୋଟ୍‌ରେ ହାରିଛନ୍ତି ।

ତିଋପତୁର ଆସନରେ ଟିଭିକେ ପ୍ରାର୍ଥୀ ମାତ୍ର ଗୋଟିଏ ଭୋଟ୍‌ରେ ବିଜୟୀ ହୋଇଛନ୍ତି । ଆଉ ଏହି ଫଳାଫଳ ଦର୍ଶାଉଛି ନିର୍ବାଚନରେ ଖଣ୍ଡେ ଖଣ୍ଡେ ଭୋଟ୍ କିଭଳି ଭାଗ୍ୟ ବଦଳାଇ ଦେଇପାରେ ।

ତାମିଲନାଡ଼ୁର ତିଋପତୁର (୧୮୫) ଆସନରେ ମୋଟ୍ ୩୦ ରାଉଣ୍ଡ ଭୋଟ୍ ଗଣତି କରାଯାଇଛି । ଏହି ଆସନରେ ମୋଟ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ଵନ୍ଦ୍ଵୀତା କରୁଥିବା ବେଳେ ଗୋଟିଏ ଭୋଟ୍‌ରେ ବାଜି ମାରି ନେଇଛି ଟିଭିକେ ।


ଟିଭିକେ ପ୍ରାର୍ଥୀ ଆର୍ ସେଥୁପଥି ଶ୍ରୀନିବାସ ମୋଟ ୮୩ ଜାର ୩୭୫ ଖଣ୍ଡ ଭୋଟ୍ ପାଇଛନ୍ତି । ଡିଏମ୍‌କେ ପ୍ରାର୍ଥୀ କେ. ଆର୍ ପେରିୟାକଋପ୍ପନଙ୍କୁ ମିଳିଛି ୮୩ ଜାର ୩୭୪ ଖଣ୍ଡ ଭୋଟ୍ ।

ଏଥିସହ ପଢ଼ନ୍ତୁ: 'ହିନ୍ଦୀ ଓ ହିନ୍ଦୁ' ବିରୋଧ ଜାଲରେ ଫସିଗଲେ ଷ୍ଟାଲିନ୍‌-ଉଦୟାନିଧି ! ତାମିଲନାଡ଼ୁରେ ବୁଡ଼ିଗଲା DMK 

TVKର ରେଜଲ୍ଟ

ତାମିଲନାଡ଼ୁ ନିର୍ବାଚନରେ ଡିଏମ୍‌କେ ଖାଲି କ୍ଷମତାରୁ ହଟନି । ଡିଏମ୍‌କେ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ମଧ୍ୟ କୋଲାଥୁର ଆସନରୁ ୮ ହଜାର ୭୯୫ ଭୋଟ୍‌ ବ୍ୟବଧାନରେ ହାରିଛନ୍ତି । ଯେତେବେଳେ କି ବିଜୟ ପେରମ୍ବୁର ଓ ତିଋଚିରାପଲ୍ଲୀ ପୂର୍ବ ୨ଟି ଯାକ ଆସନରେ ବିଜୟୀ ହୋଇଛନ୍ତି । ୨୩୪ଟି ବିଧାନସଭା ଆସନ ବିଶିଷ୍ଟ ତାମିଲନାଡ଼ୁରେ ଡିଏମ୍‌କେକୁ ମିଳିଛି ୧୦୮ ଆସନ ।

ତାମିଲନାଡ଼ୁ ପ୍ରଥମ ଥର ପାଇଁ କୌଣସି ଦଳ ଗଠନର ମାତ୍ର ୨ ବର୍ଷ ପରେ କ୍ଷମତାକୁ ଆସିଛି । ଟିଭିକେ ତାର ପ୍ରଥମ ନିର୍ବାଚନ ପ୍ରତିଦ୍ଵନ୍ଦ୍ଵୀତାରେ ୩୫ ପ୍ରତିଶତ ଭୋଟ୍ ପାଇଛି । ୨୦୨୪ ଫେବ୍ରୁଆରୀରେ ବିଜୟ ଟିଭିକେ ଦଳ ଗଠନ କରିଥିଲେ । ଏବେ ତାମିଲନାଡ଼ୁରେ ସରକାର ଗଢ଼ିବାକୁ ଯାଉଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TVK Wins Seat by Just 1 Vote, Defeats Minister in Tamil Nadu | Argus News | Argus News