Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭିଆଇପି ପ୍ରୋଟୋକଲ୍ ଭୁଲିଲେ ମନ୍ତ୍ରୀ; କ୍ଷେତରେ ବସି ଚାଷୀଙ୍କ ସହ କଲେ ଭୋଜନ

Politics

Gajendra Singh Shekhawat Viral Video / ଭିଆଇପି ପ୍ରୋଟୋକଲ୍ ଭୁଲିଲେ ମନ୍ତ୍ରୀ; କ୍ଷେତରେ ବସି ଚାଷୀଙ୍କ ସହ କଲେ ଭୋଜନ

Subhramjit Ray
Browse all articles by Subhramjit Ray
·1 hour ago·3 min read
ଭିଆଇପି ପ୍ରୋଟୋକଲ୍ ଭୁଲିଲେ ମନ୍ତ୍ରୀ; କ୍ଷେତରେ ବସି ଚାଷୀଙ୍କ ସହ କଲେ ଭୋଜନ
Gajendra Singh Shekhawat Viral Video

Key Points

କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କର୍ଣ୍ଣାଟକର ଧାରୱାଡ ଜିଲ୍ଲାର ତେଗୁରୁ ଗାଁରେ ପୂର୍ବତନ ସୈନିକ ଏବଂ ଚାଷୀ ରମେଶ ଗୋକାଭିଙ୍କ ଚାଷ ଜମିରେ ଅଟକି ଫସଲ ଯାଞ୍ଚ କରିଥିଲେ ଏବଂ ଚାଷୀଙ୍କ ସହିତ ପାରମ୍ପରିକ ଜୁଆର ରୋଟି ଖାଇଥିଲେ।
Union Minister Gajendra Singh Shekhawat: କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେନ୍ଦ୍ରମନ୍ତ୍ରୀ କର୍ଣ୍ଣାଟକର ବେଲାଗାଭି ଜିଲ୍ଲାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ହୁବଲି ବିମାନବନ୍ଦରକୁ ଫେରୁଥିଲେ। ଏହି ସମୟରେ ଧାରୱାଡ଼ ଜିଲ୍ଲାର ତେଗୁର ଗାଁ ଦେଇ ଯାଉଥିବା ସମୟରେ, ସେ ରାସ୍ତା କଡ଼ କ୍ଷେତରେ ପ୍ରଚୁର ମାତ୍ରାରେ "ଶ୍ରୀଅନ୍ନ" (ଜ୍ୱାର୍) ଏବଂ ଆଖୁ ଫସଲ ଚାଷ ହେଉଥିବାର ଦେଖିବାକୁ ପାଇଥିଲେ। ଫସଲର ସୌନ୍ଦର୍ଯ୍ୟ ଏବଂ ସବୁଜିମାରେ ପ୍ରଭାବିତ କେନ୍ଦ୍ରମନ୍ତ୍ରୀ ତୁରନ୍ତ ତାଙ୍କର ସୁରକ୍ଷା ବଳୟ ଏବଂ କନଭୟ ଅଟକାଇ ଦେଇଥିଲେ। ସମସ୍ତ ଭିଆଇପି ପ୍ରୋଟୋକଲ୍ ଭୁଲି ଯାଇ, ସେ ସିଧାସଳଖ କ୍ଷେତରେ କାମ କରୁଥିବା ଚାଷୀଙ୍କ ପାଖରେ ଯାଇ ପହଞ୍ଚିଥିଲେ। ସେ ସୋରେ ସେମାନଙ୍କ ସହିତ ଭୋଜନ ମଧ୍ୟ କରିଥିଲେ।

ପୂର୍ବତନ ସୈନିକଙ୍କ କଠିନ ପରିଶ୍ରମ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ମନ୍ତ୍ରୀ; ପଚାରି ବୁଝିଲେ ଚାଷର ରହସ୍ୟ
କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ସ୍ଥାନୀୟ ଚାଷୀ ଏବଂ ପୂର୍ବତନ ସୈନିକ ରମେଶ ଗୋକାଭିଙ୍କ କ୍ଷେତ ପରିଦର୍ଶନ କରିଥିଲେ। ଏହି ବୈଠକ ସମୟରେ ମନ୍ତ୍ରୀ ଶେଖାୱତ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯେ ଏହି କ୍ଷେତ ଅତ୍ୟନ୍ତ ପଥୁରିଆ ଥିଲା। ଏତେ କଷ୍ଟକର ଭୌଗୋଳିକ ପରିସ୍ଥିତି ସତ୍ତ୍ୱେ, ଚାଷୀ ଏକ ସଫଳ ଫସଲ ଚାଷ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଚାଷୀଙ୍କୁ ପଚାରିଥିଲେ ଯେ ସେ କିପରି ଏତେ ପଥୁରିଆ ମାଟିରେ ଏତେ ଉର୍ବର ଚାଷ କିପରି କରିପାରିଲେ। ପୂର୍ବତନ ସୈନିକ ରମେଶ, ପାରମ୍ପରିକ ପଦ୍ଧତି, ଆଧୁନିକ ଉଦ୍ଭାବନ ଏବଂ ଦିନରାତି କଠିନ ପରିଶ୍ରମର ତାଙ୍କର ଅଭିଜ୍ଞତା କେନ୍ଦ୍ର ମନ୍ତ୍ରୀଙ୍କ ସହ ବାଣ୍ଟିଥିଲେ।


ଚାଷୀଙ୍କ ସହ ମିଶି କଲେ ଭୋଜନ
ବାର୍ତ୍ତାଳାପ ସମୟରେ କେନ୍ଦ୍ରମନ୍ତ୍ରୀଙ୍କୁ ଚାଷୀ ସେମାନେ ଆଣିଥିବା ମଧ୍ୟାହ୍ନ ଭୋଜନ ପ୍ରଦାନ କରିଥିଲେ। ଯାହାକୁ ସେ ଆଦରର ସହ ଗ୍ରହଣ କରିଥିଲେ। କ୍ଷେତରେ ବସି ମନ୍ତ୍ରୀ ପାରମ୍ପରିକ ଉତ୍ତର କର୍ଣ୍ଣାଟକ ଖାଦ୍ୟ ଯଥା ଖଡ଼କ ଜୁଆର ରୋଟା, ପନିପରିବା ତରକାରୀ, ଘରେ ତିଆରି ଆଚାର, ଶୁଖିଲା ଲାଲ ଲଙ୍କା ଚଟଣି ସ୍ୱାଦ ନେଇଥିଲେ। ମନ୍ତ୍ରୀଙ୍କୁ ସ୍ଥାନୀୟ ଚାଷୀ ସେଠାକାର କୃଷି ସମସ୍ୟା ଏବଂ ନିଜସ୍ୱ ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ଏହା ସହ ପଢନ୍ତୁ: ମୌସୁମୀ ଅଧିବେଶନ ପୂର୍ବରୁ ବଦଳିବ ନାହିଁ ମୋଦି କ୍ୟାବିନେଟ୍; କ'ଣ ରହିଛି କାରଣ?

ସୋସିଆଲ ମିଡିଆରେ ସେୟାର କଲେ ଅଭିଜ୍ଞତା, ସାଥି ପ୍ରହଲ୍ଲାଦ ଜୋଶୀ ଜଣାଇଲେ କୃତଜ୍ଞତା
ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ଏବଂ ଘଟଣାର ବିବରଣୀ ସେୟାର କରିଥିଲେ। ସେ ଲେଖିଛନ୍ତି ଯେ ପଥୁରିଆ ମାଟିରେ ଏତେ ଉନ୍ନତ ମାନର କୃଷି ପଦ୍ଧତି ବୁଝିବା ଏକ ମହାନ ଅଭିଜ୍ଞତା ଥିଲା। ସେ କୃଷକଙ୍କ ଦ୍ୱାରା ପରିବେଷଣ କରାଯାଉଥିବା ଖାଦ୍ୟ ଏବଂ ଗ୍ରାମୀଣ ସଂସ୍କୃତିର ସରଳତାକୁ ପ୍ରଶଂସା କରିଥିଲେ, "ଅନ୍ନଦାତା କି ଜୟ" ସ୍ଲୋଗାନ ଲେଖିଥିଲେ। ଏହି ସମୟରେ କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ଏବଂ ସ୍ଥାନୀୟ ସାଂସଦ ତଥା ତାଙ୍କ କ୍ୟାବିନେଟ୍ ସହଯୋଗୀ ପ୍ରହଲ୍ଲାଦ ଯୋଶୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ ଧାରୱାଡ ଜିଲ୍ଲାର ଚାଷୀ ଏବଂ ଜଣେ ପୂର୍ବତନ ସୈନିକଙ୍କ ଫାର୍ମ ପରିଦର୍ଶନ କରି ସେମାନଙ୍କ ସହିତ ଆଲୋଚନା କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଶେଖାୱତଙ୍କୁ ଧନ୍ୟବାଦ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored