Videos
|
Politics

Ganga Expressway UP / ଗଙ୍ଗା ଏକ୍ସପ୍ରେସୱେ ରାସ୍ତାରେ ହଠାତ୍ ଖସିବାରେ ଲାଗିଲା ବିଜେପି ବିଧାୟକଙ୍କ ଗାଡ଼ି; ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କାରଣ

Subhramjit Ray
Browse all articles by Subhramjit Ray
·1 hour ago·1 min read
ଗଙ୍ଗା ଏକ୍ସପ୍ରେସୱେ ରାସ୍ତାରେ ହଠାତ୍ ଖସିବାରେ ଲାଗିଲା ବିଜେପି ବିଧାୟକଙ୍କ ଗାଡ଼ି; ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କାରଣ
Ganga Expressway UP

Key Points

ରାଜଧାନୀ  ଲକ୍ଷ୍ନୌରୁ ଫେରୁଥିବା ସମୟରେ ପୋଟା କାବୁଲପୁର ଗାଁ ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ରବିବାର (୨୭ ସେପ୍ଟମ୍ବର) ଉତ୍ତର ପ୍ରଦେଶର ଗଙ୍ଗା ଏକ୍ସପ୍ରେସୱେରେ ଦେଖିବାକୁ ମିଳିଛି ଏକତ ଛାତି ଥରାଇଦେବା ଭଳି ଦୃଶ୍ୟ। ଏହି ରାସ୍ତାରେ ଯାଉଥିବା ସମୟରେ ରାଜ୍ୟର ଡାୱାଇ ଆସନର ବିଜେପି ବିଧାୟକ ଚନ୍ଦ୍ରପାଲ ସିଂହଙ୍କ ଟୟୋଟା ଫର୍ଚ୍ୟୁନର ଅଚାନକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାର ଭିଡି଼ଓ ସୋସିଆଲ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଦୁର୍ଘଟଣା ଏତେ ବିପଜ୍ଜନକ ଥିଲା ଯେ ଏହା ଘଟିଥାଇପାରେ ବୋଲି ବିଶ୍ୱାସ କରିବା କଷ୍ଟକର ହୋଇ ପଡ଼ିଥିଲା।

ଜଣାପଡ଼ିଛି ଯେ ରାଜଧାନୀ ଲକ୍ଷ୍ନୌରୁ ଫେରୁଥିବା ସମୟରେ ତାଙ୍କ ଗାଡ଼ି ଟାୟାର ଫାଟି ଯାଇ ପୋଲ୍ ସହିତ ଧକ୍କା ହେବା ପରେ ନିୟନ୍ତ୍ରଣ ହରାଇଥିଲା। ଦୁର୍ଘଟଣାରେ ବିଧାୟକଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି। ବିଧାୟକଙ୍କୁ ହାପୁଡ଼ ସ୍ଥିତ ଏକ ଘରୋଇ ହସ୍ପିଟାଲ ଠାରେ ଭର୍ତ୍ତି କରାଯାଇଛି।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ ଘଟଣାସ୍ଥଳ ଏବଂ ଏକ୍ସପ୍ରେସୱେ ବିଷୟରେ ପରସ୍ପର ବିରୋଧି ତଥ୍ୟ ପ୍ରକାଶ ପାଉଛି। ସୋସିଆଲ ମିଡି଼ଆରେ ଭାଇରାଲ୍ ହେଉଥିବା ଭିଡିଓରେ ଏକ୍ସପ୍ରେସୱେ ଠାରେ ହଠାତ୍ ଗାଡ଼ି ଟାୟାର ଫାଟି ଯାଉଥିବାର ଏବଂ ଏହା ପରେ ତାଙ୍କ ଫର୍ଚ୍ୟୁନର ଖସି ଯାଉଥିବାର ଦେଖିବାକୁ ମିଳିଛି।

ବର୍ଷା ପାଣି ଯୋଗୁଁ ଗାଡ଼ି ଉପରେ ପାଣି ଛିଟା ପଡ଼ିଥିବାର ସ୍ପଷ୍ଟ ଭାବରେ ଦେଖାଯାଉଛି। ଗାଡ଼ି ରାସ୍ତାରୁ ଦ୍ରୁତ ଗତିରେ ଏକ ମାଟି ରାସ୍ତାକୁ ଖସିଯାଉଛି ଏବଂ ଶେଷରେ ଏକ ପୋଲ ସହ ଧକ୍କା ହେବା ପରେ ଅଟକି ଯାଉଛି। ହେଲେ ଏହି ଦୁର୍ଘଟଣା ଏତେ ବିପଜ୍ଜନକ ଏବଂ ଭୟଙ୍କର ଥିଲା ଯେ ଯେକୌଣସି ବ୍ୟକ୍ତି ସେହି ଦୃଶ୍ୟକୁ ଦେଖିଲେ ଭୟଭୀତ ହୋଇଉଠିବ ସ୍ୱାଭାବିକ। ଏହି ଦୁର୍ଘଟଣାରେ ନିଜେ ବିଧାୟକ ଆହତ ହୋଇଛନ୍ତି ନା ନାହିଁ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଯଦିଓ ଯାଞ୍ଚ ପାଇଁ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: