UP MLA Pooja Pal / 'ମୁଖ୍ୟମନ୍ତ୍ରୀ ଯୋଗୀ ହେଉଛନ୍ତି ଧୁରନ୍ଧର ସିଏମ'
·3 months ago·4 min read

Key Points
ଫିଲ୍ମ ପରେ ଏବେ ଧୁରନ୍ଧର ପାଇଁ ସଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି।
Pooja Pal on CM Yogi Adityanath: ସିନେମା ଜଗତ ପରେ ଏବେ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି ଆଦିତ୍ୟ ଧାରଙ୍କ ନିର୍ଦ୍ଦେଶିତ "ଧୁରନ୍ଧର"। ବର୍ତ୍ତମାନ ଏହାକୁ ନେଇ ଏବେ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। "ଧୁରନ୍ଧର-୨" ଚଳଚ୍ଚିତ୍ରରେ ମାଫିଆ ଡନ୍ ଅତୀକ୍ ଅହମ୍ମଦଙ୍କ ପରି ଏକ ଚରିତ୍ର ରହିଛି। ଯାହାର ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସଆଇ (ISI), ଅଣ୍ଡରୱାର୍ଲ୍ଡ ଏବଂ ଅନ୍ୟ ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପର୍କ ରହିଥିବା ଦର୍ଶାଯାଇଛି। ଏପରି କି ସେ ଆଇଏସଆଇ ଏବଂ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବା ସମର୍ଥନରେ ଉତ୍ତର ପ୍ରଦେଶରେ ପାକିସ୍ତାନ-ସମର୍ଥିତ ସରକାର ଗଠନ କରିବାର ଷଡ଼ଯନ୍ତ୍ରରେ ସାମିଲ ରହିଥିଲା। ଏହି ଚଳଚ୍ଚିତ୍ରରେ ଏହା ମଧ୍ୟ ଦର୍ଶାଉଛି ଯେ ସେ କିପରି ଜାଲ ନୋଟ୍ ନେଟୱାର୍କ ଏବଂ ଦେଶରେ ହୋଇଥିବା ବିମୁଦ୍ରାକରଣରେ ସାମିଲ ରହିଥିଲା।
ବଲିଉଡର ବ୍ଲକବଷ୍ଟର ଫିଲ୍ମ "ଧୁରନ୍ଧର: ଦି ରିଭେଞ୍ଜ" ରେ ମାଫିଆ ନେତା ଅତୀକ୍ ଅହମ୍ମଦ ସହ ମେଳ ଖାଉଥିବା ଚରିତ୍ର ଚିତ୍ରଣକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ମଙ୍ଗଳବାର ସମାଜବାଦୀ ପାର୍ଟିରୁ ନିଲମ୍ବିତ ହୋଇଥିବା ବିଧାୟିକା ପୂଜା ପାଲ ଫିଲ୍ମରେ ଅତୀକ୍ ଅହମ୍ମଦର ଆଇଏସଆଇ ସହ ରହିଥିବା ସମ୍ପର୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଏନେଇ ସେ କହିଛନ୍ତି ଅତୀକ୍ ଅହମ୍ମଦ ତାଙ୍କ ପରି ହଜାର ହଜାର ଯୁବପିଢିଙ୍କ ଜୀବନ ବର୍ବାଦ କରିଦେଇଛି।
ବିଧାୟିକ ପୂଜା ପାଲ ଆହୁରି କହିଛନ୍ତି ଯେ, ସମାଜବାଦୀ ପାର୍ଟି ପୃଷ୍ଠପୋଷକତାରେ ଅତୀକ୍ ଅହମ୍ମଦ ଦେଶକୁ ଉଇ ଭଳି ଭିତରୁ ନଷ୍ଟ କରିବାରେ ଲାଗିଥିଲା। ଅତୀକ୍ ଅହମ୍ମଦ ସମାଜବାଦୀ ପାର୍ଟିର ଜଣେ ପ୍ରମୁଖ ଆର୍ଥିକ ସହାୟତା ପ୍ରଦାନକାରୀ ରହିଥିଲା। ହେଲେ ଯେତେବଳେ ଅତୀକ୍ ଅହମ୍ମଦକୁ ହତ୍ୟା କରାଯାଇଥିଲା ସେତେବଳେ ଅଖିଳେଶ ଯାଦବ ଦୁଃଖି ହୋଇଯାଇଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ "ଧୁରନ୍ଧର" ବୋଲି କହିଛନ୍ତି ନିଲମ୍ବିତ ସମାଜବାଦୀ ପାର୍ଟି ବିଧାୟିକା। ଏନେଇ ସେ କହିଛନ୍ତି ଯଦି ଅଖିଳେଶ ଯାଦବ ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇଥାନ୍ତ ତାହେଲେ ତାଙ୍କୁ ତାଙ୍କ ଦିବଂଗତ ସ୍ୱାମୀ ରାଜୁ ପାଲଙ୍କ ଭଳି ହତ୍ୟା କରାଯାଇଥାନ୍ତା।
ଦୀର୍ଘ ସମୟ ଧରି କଥିତ ରୂପରେ ଦଳ ବିରୋଧୀ କାର୍ଯ୍ୟକଳାପରେ ଜଡିତ ରହିବା ଅଭିଯୋଗରେ ବିଧାୟକ ପୂଜା ପାଲ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିବା ପରେ ତାଙ୍କୁ ସମାଜବାଦୀ ପାର୍ଟିରୁ ବହିଷ୍କାର କରାଯାଇଥିଲା। ପୂଜା ପାଲ୍ ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଭୋଟ ଦେଇଥିଲେ। ଯାହାକୁ ନେଇ ଅସନ୍ତୁଷ୍ଠ ହୋଇ ଉଠିଥିଲେ ଦଳର ନେତୃବୃନ୍ଦ। ହେଲେ ସେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ପ୍ରଶଂସା କରିବା ପରେ ସମାଜବାଦୀ ପାର୍ଟି ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା।
ଗତ ୨୦୦୫ ଫେବୃଆରୀ ୨୫ ତାରିଖରେ ପୂଜା ପାଲଙ୍କ ସ୍ୱାମୀ ତଥା ତତ୍କାଳୀନ ବିଧାୟକ ରାଜୁ ପାଲଙ୍କୁ ଏବେକାର ପ୍ରୟାଗରାଜ ତଥା ସେତେବେଳର ଆହ୍ଲାବାଦ ସହରର ନେହେରୁ ପାର୍କ ଅଞ୍ଚଳରେ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ଘଟଣାରେ ପୂଜା ପାଲ୍, ବାହୁବଳୀ ଅତୀକ୍ ଅହମ୍ମଦ ଏବଂ ତାଙ୍କ ଭାଇ ମାଫିଆ ଡନ୍ ମହମ୍ମଦ ଅଶରଫ ସମେତ ୯ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ପୂଜା ପାଲ୍ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଆହ୍ଲାବାଦ ପଶ୍ଚିମ ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ପରାସ୍ତ ହୋଇଥିଲେ। ଏହି ନିର୍ବାଚନରେ ମାଫିଆ ଡନ୍ ମହମ୍ମଦ ଅଶରଫ ବିଜୟୀ ହୋଇଥିଲା। ହେଲେ ୨୦୦୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରୟାଗରାଜ ପଶ୍ଚିମ ଆସନରୁ ପୂଜା ପାଲ୍ ପ୍ରଥମ ଥର ବିଧାୟକ ନିର୍ବାଚିତ ହୋଇଥିଲେ।
ଏପରିକି ୨୦୨୧ ନିର୍ବାଚନରେ ପୂଜା ପାଲ୍ ଅତୀକ୍ ଅହମ୍ମଦଙ୍କୁ ପରାସ୍ତ କରି ପୁନର୍ବାର ବିଧାୟିକ ଭାବେ ନିର୍ବାଚିତ ହୋଇଥି୍ଲେ। ହେଲେ ୨୦୧୭ ନିର୍ବାଚନରେ ସେ ବିଜେପି ସିଦ୍ଧାର୍ଥ ନାଥ ସିଂହଙ୍କ ଠାରୁ ପରାସ୍ତ ହୋଇଲେ। ଏହା ପରେ ସେ ବିଏସପି ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ସମାଜବାଦୀ ପାର୍ଟି ୨୦୨୨ ବିଧାନସଭା ନିର୍ବାଚନରେ ପୂଜା ପାଲଙ୍କୁ ପ୍ରୟାଗରାଜ ପଶ୍ଚିମ ବଦଳରେ ଚାୟଲ ଆସନରୁ ପ୍ରାର୍ଥୀ କରିଥିଲା ଦଳ। ଯେଉଁଠାରେ ସେ ଅପନା ଦଳ (ସୋନେଲାଲ) ପ୍ରାର୍ଥୀ ନଗେନ୍ଦ୍ର ପ୍ରତାପ ସିଂହ ପଟେଲଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ।
୨୦୨୨ ବିଧାନସଭା ନିର୍ବାଚନ ଶେଷ ହେବାର ବର୍ଷକ ପରେ ଉତ୍ତର ପ୍ରଦେଶର ପ୍ରୟାଜରାଜ ସହରର ଜୟନ୍ତୀପୁର ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ଘଟଣା ଚହଳ ସୃଷ୍ଟି କରିଥିଲା। ୨୦୦୫ ରେ ହୋଇଥିବା ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟା ଘଟଣାର ଏକମାତ୍ର ସାକ୍ଷୀ ତଥା ପୂଜା ପାଲଙ୍କ ଭାଇ ଓକିଲ ଉମେଶ ପାଲ୍ ଙ୍କୁ ସର୍ବସାଧାରଣରେ ହତ୍ୟା କରାଯାଇଥିଲା। ବାହୁବଳୀ ଅତୀକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫ୍ ଅହମ୍ମଦ ଜେଲରୁ ଏହି ହତ୍ୟା ଷଡ଼ଯନ୍ତ୍ର ରଚନା କରିଥିବାର ଅଭିଯୋଗ ହୋଇଥିଲା। ଅତୀକଙ୍କ ସାନ ପୁଅ ଅସଦ ତାଙ୍କ ନିଜ ସୁଟର୍ ଙ୍କ ସହିତ ଉମେଶ ପାଲଙ୍କୁ ତାଙ୍କ ଘର ବାହାରେ ଗୁଳି ମାରି ହତ୍ୟା କରିଥିଲେ।
ଗୁଳିକାଣ୍ଡ ପରେ ମାଟିରେ ମିଶିଯାଇଥିଲା ଅତୀକ ଅହମ୍ମଦର ଅପରାଧିକ ସାମ୍ରାଜ୍ୟ
ଉମେଶ ପାଲଙ୍କ ହତ୍ୟା ଘଟଣା ପରେ ସରଗରମ ହୋଇ ଉଠିଥିଲା ଉତ୍ତର ପ୍ରଦେଶ ରାଜନୀତି। ଏହି ପ୍ରସଙ୍ଗରେ ତତ୍କାଳୀନ ବିରୋଧି ଦଳ ନେତା ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ ରାଜ୍ୟର ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଟାର୍ଗେଟ କରିଥିଲେ। ଏହାର ଜବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଯୋଗୀ ଏହି ଘଟଣାରେ ତତ୍କାଳୀନ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଉ ଏହା ପରେ ଆରମ୍ଭ ହୋଇଥିଲା ଉତ୍ତର ପ୍ରଦେଶ ପୋଲିସ ଆକ୍ସନ।
ଏହି ଘଟଣାରେ ଜଡ଼ିତ ଜଡ଼ିତ ସୁଟର ବିଜୟ ଚୌଧୁରୀ ଓରଫ୍ ଉସ୍ମାନ୍ ୨୦୨୩ ମାର୍ଚ୍ଚ ୬ ତାରିଖରେ ପ୍ରଥମେ ୟୁପି ଏସଟିଏଫ୍ ଗୁଳିରେ ଟଳି ପଡ଼ିଥିଲା। ଏହା ପରେ ଅତୀକ ଅହମ୍ମଦଙ୍କ ସାନ ପୁଅ ଅସଦ ଅହମ୍ମଦ ଏବଂ ସହଯୋଗ ଗୁଲାମ ମହମ୍ମଦ ଝାନ୍ସିରେ ୨୦୨୩ ଅପ୍ରେଲ ୧୩ ତାରିଖରେ ହୋଇଥିବା ଏନକାଉଣ୍ଟରରେ ଟଳି ପଡ଼ିଥିଲା। ଏହାର ଠିକ୍ ୨ ଦିନ ପରେ (୧୫ ଅପ୍ରେଲ) ମେଡିକାଲ ଯାଞ୍ଚ ପାଇଁ ଜେଲ୍ ରୁ ଆସିଥିବା ବାହୁବଳୀ ଅତୀକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫ୍ ଅହମ୍ମଦଙ୍କୁ ହତ୍ୟା କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories