UP Rajya Sabha Election / ରାଜ୍ୟସଭା ନିର୍ବାଚନ ପାଇଁ ୟୁପିରେ ହେବନି ଭୋଟିଂ; ୧୦ ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ବିଜୟୀ
·1 hour ago·2 min read

Key Points
ବିନା ପ୍ରତିଦ୍ଵନ୍ଦ୍ଵୀତାରେ ଜିତିଲେ ସମସ୍ତ ୧୦ ପ୍ରାର୍ଥୀ । ଉତ୍ତରପ୍ରଦେଶରେ ରାଜ୍ୟସଭାର ସମସ୍ତ ୧୦ ଆସନରେ ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ଜିତିଛନ୍ତି ।
ଲକ୍ଷ୍ନୌ: ଭୋଟିଂ ପୂର୍ବରୁ ସରିଗଲା ନିର୍ବାଚନ, ଆସିଲା ଫଳାଫଳ । ବିନା ପ୍ରତିଦ୍ଵନ୍ଦ୍ଵୀତାରେ ଜିତିଲେ ସମସ୍ତ ୧୦ ପ୍ରାର୍ଥୀ । ଉତ୍ତରପ୍ରଦେଶରେ ରାଜ୍ୟସଭାର ସମସ୍ତ ୧୦ ଆସନରେ ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ଜିତିଛନ୍ତି । ୧୦ ଆସନରୁ ବିଜେପି ୮ ଓ ୨ଟିରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହୋଇଛନ୍ତି । ଅନ୍ୟ କେହି ପ୍ରାର୍ଥୀ ନାମାଙ୍କନ କରି ନଥିବାରୁ ୧୦ ଜଣଙ୍କୁ ବିଜୟୀ ଘୋଷଣା କରାଯାଇଛି ।
ଉତ୍ତରପ୍ରଦେଶର ସମସ୍ତ ୧୦ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ କରିଥିବା ପ୍ରାର୍ଥୀ ନିର୍ଦ୍ଵନ୍ଦ୍ଵରେ ଜିତିଛନ୍ତି । ନାମାଙ୍କନ ପତ୍ରର ଯାଞ୍ଚ ଓ ପ୍ରାର୍ଥିପତ୍ର ପତ୍ୟାହାର ସମୟ ଅବଧି ସମାପ୍ତ ହେବା ପରେ ନିର୍ବାଚନ ଅଧିକାରୀ ସମସ୍ତ ୧୦ ପ୍ରାର୍ଥୀଙ୍କୁ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ଘୋଷଣା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ନନ୍ଦିଗ୍ରାମରୁ ଜିତିଲେ ବିଜେପିର ହସିରାଣୀ ରଥ, ଭାଙ୍ଗିଲେ ପୂର୍ବ ସବୁ ରେକର୍ଡ
ରାଜ୍ୟର ୧୦ ରାଜ୍ୟସଭା ଆସନରୁ ୮ଟିରେ ବିଜେପି ଓ ୨ଟିରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ନିର୍ବାଚନ ହୋଇଛନ୍ତି । ୧୦ ଆସନ ପାଇଁ ୧୦ ଜଣ ନାମାଙ୍କନ କରିଥିବାରୁ ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନରେ ଆଉ ଭୋଟିଂର ଆବଶ୍ୟକତା ପଡ଼ି ନାହିଁ । କୌଣସି ମୁକାବିଲା ବିନା ବିଜେପିର ୮ ଓ ସମାଜବାଦୀ ପାର୍ଟିର ୨ ଜଣ ଜିତିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଜ୍ୟସଭାକୁ ବିଜୟୀ ୧୦ ସାଂସଦ
ବିଜେପି ପ୍ରାର୍ଥୀ ବିଦ୍ୟାସଗର ସୋନକର, ପ୍ରିୟଙ୍କା ସିଂହ ରାୱତ, ଗୋପିକୃଷ୍ଣ ପାଣ୍ଡେ, ଧର୍ମପାଲ ସିଂହ, ରାଧାକାନ୍ତ ଓଝା, ପ୍ରକାଶ ପାଲ, ରାମପ୍ରତାପ ସିଂହ ଚୌହାନ, ଶ୍ରୁତି ଗଙ୍ଗୱାର ବିଜୟୀ ହୋଇଛନ୍ତି । ସମାଜବାଦୀ ପାର୍ଟିର ପ୍ରୋ. ରାମଗୋପାଳ ଯାଦବ ଓ ଧନରାଜ ପରିମଲ ନାଥୱାନି ନିର୍ବାଚିତ ହୋଇଛନ୍ତି ।
ସମାଜବାଦୀ ପାର୍ଟି (SP) ପକ୍ଷରୁ ଦଳର ବରିଷ୍ଠ ନେତା ପ୍ରୋ. ରାମଗୋପାଳ ଯାଦବଙ୍କ ସହ କର୍ପୋରେଟ୍ କ୍ଷେତ୍ରର ଜଣାଶୁଣା ଚେହେରା ଧନରାଜ ପରିମଲ ନାଥୱାନି ବିନା ବାଧାରେ ରାଜ୍ୟସଭାରେ ଯାଇଛନ୍ତି । ସେହିଭଳି ବିଜେପିର ୮ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ଵନ୍ଦ୍ଵୀତା ଜିତି ରାଜ୍ୟସଭାରେ ଦଳର ସ୍ଥିତି ମଜଭୁତ୍ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ହୋଲି-ଦୀପାବଳିରେ ମାଗଣା ଗ୍ୟାସ୍ ସିଲିଣ୍ଡର, ଅଗ୍ନିବୀରଙ୍କୁ ୨୦% ସଂରକ୍ଷଣ; ଜାଣନ୍ତୁ କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି
ବିଜେପି ଦେଇଥିଲା ନୂଆ ଚେହେରା
ଉତ୍ତରପ୍ରଦେଶର ୧୦ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ନଭେମ୍ବର ୨୫ ତାରିଖରେ ସରୁଛି । ବିଜେପି ଚଳିତ ନିର୍ବାଚନରେ ପୂର୍ବ ୮ ସାଂସଦଙ୍କୁ ପୁଣି ପ୍ରାର୍ଥୀ ନ କରି ସମସ୍ତ ଆସନରେ ନୂଆ ଚେହେରା ଦେଇଥିଲା । ବିଜେପି ଦେଇଥିବା ୮ ନୂଆ ଚେହେରା ମଧ୍ୟରେ ଦୁଇ ଜଣ ମହିଳାଙ୍କ ସହ ଦଳ ଅନ୍ୟ ପଛୁଆ ବର୍ଗ, ଦଳିତ, ବ୍ରାହ୍ମଣ ଓ ଠାକୁର ସମୁଦାୟରୁ ପ୍ରତିନିଧିତ୍ଵକୁ ଗୁରୁତ୍ଵ ଦେଇଥିଲା ।

Related Topics
Explore more stories