West Bengal Bypoll Results / ନନ୍ଦିଗ୍ରାମରୁ ଜିତିଲେ ବିଜେପିର ହସିରାଣୀ ରଥ, ଭାଙ୍ଗିଲେ ପୂର୍ବ ସବୁ ରେକର୍ଡ
·2 hours ago·2 min read

Key Points
ପଶ୍ଚିମବଙ୍ଗର ୨ ଆସନ ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ବଡ଼ ସଫଳତା ମିଳିଛି । ନନ୍ଦିଗ୍ରାମ ଆସନରୁ ବିଜେପିର ହସିରାଣୀ ରଥ ରେକର୍ଡ ୧ ଲକ୍ଷ ୨୨ ହଜାରରୁ ଅଧିକ ଭୋଟ୍ରେ ବାଜିମାତ୍ କରିଛନ୍ତି ।
କୋଲକାତା: ବିଜେପିର ରେକର୍ଡ ବିଜୟ । ପଶ୍ଚିମବଙ୍ଗର ୨ ଆସନ ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ବିଜେପିକୁ ବଡ଼ ସଫଳତା ମିଳିଛି । ଉଭୟ ନନ୍ଦିଗ୍ରାମ ଓ ରେଜିନଗର ଆସନରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ।
ନନ୍ଦିଗ୍ରାମ ଆସନରୁ ବିଜେପିର ହସିରାଣୀ ରଥ ରେକର୍ଡ ୧ ଲକ୍ଷ ୨୨ ହଜାରରୁ ଅଧିକ ଭୋଟ୍ରେ ବାଜିମାତ୍ କରିଛନ୍ତି । ସେହିଭଳି ରେଜିନଗରରୁ ୭୫ ହଜାରରୁ ଅଧିକ ଭୋଟ୍ରେ ବିଜୟୀ ହୋଇଛନ୍ତି ବିଜେପିର ଶଙ୍କରାବହ ସରକାର ।
ଏଥିସହ ପଢ଼ନ୍ତୁ: ଭାରତୀୟ ବଂଶୋଦ୍ଭବ ନାଭାନେଥମ୍ 'ନାଭି' ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର
ନିର୍ବାଚନ କମିଶନଙ୍କ ୱେବସାଇଟ୍ ଅନୁସାରେ, ନନ୍ଦିଗ୍ରାମ ଆସନରୁ ବିଜେପିର ହସିରାଣୀ ରଥ ଜିତିଛନ୍ତି । ରେଜିନଗର ଆସନରେ ଉପନିର୍ବାଚନ ଭୋଟ୍ ଗଣତିର ଶେଷ ରାଉଣ୍ଡ ସୁଦ୍ଧା ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନନ୍ଦିଗ୍ରାମରୁ ଜିତିଲେ ହସିରାଣୀ ରଥ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ମାଆ ହସିରାଣୀ ରଥ ବିଜେପି ଟିକେଟ୍ରେ ନନ୍ଦିଗ୍ରାମରୁ ଲଢ଼ୁଥିଲେ । ମୋଟ ୧୭ ରାଉଣ୍ଡ ଗଣତି ହୋଇଥିବା ବେଳେ ହସିରାଣୀଙ୍କୁ ମୋଟ ୧ ଲକ୍ଷ ୬୪ ହଜାର ୪୨୭ ଖଣ୍ଡ ଭୋଟ୍ ମିଳିଛି । ହସିରାଣୀଙ୍କ ନିକଟତମ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସର ମିଲନ ପ୍ରଧାନ ପାଇଛନ୍ତି ୪୧ ହଜାର ୬୭୪ ଭୋଟ୍ । ଅର୍ଥାତ୍ ବିଜେପିର ହସିରାଣୀ ରଥ ୧ ଲକ୍ଷ ୨୨ ହଜାର ୭୫୩ ଭୋଟ୍ ବ୍ୟବଧାନରେ ବୃହତ୍ତ ବିଜୟ ହାସଲ କରିଛନ୍ତି ।
ରେଜିନଗରରୁ ଜିତିଲେ ଶଙ୍କରାବହ ସରକାର
ରେଜିନଗର ବିଧାନସଭା ଆସନରୁ ବିଜେପିର ଶଙ୍କରାବହ ସରକାର ବିଜୟୀ ହୋଇଛନ୍ତି । ରେଜିନଗରରେ ମୋଟ ୧୫ ରାଉଣ୍ଡ ଭୋଟ୍ ଗଣତି ହୋଇଛି । ଯେଉଁଥିରେ ବିଜେପିର ଶଙ୍କରାବହ ସରକାରଙ୍କୁ ୧ ଲକ୍ଷ ୨୯ ହଜାର ୯୧୪ ଖଣ୍ଡ ଭୋଟ୍ ମିଳିଛି । ନିକଟତମ ପ୍ରତିଦ୍ଵନ୍ଦ୍ଵୀ ଆମ ଜନତା ଉନ୍ନୟନ ପାର୍ଟିର ଗୋଲାମ ନବୀ ଆଜାଦଙ୍କୁ ମିଳିଛି ୫୪ ହଜାର ୯୮ ଖଣ୍ଡ ଭୋଟ୍ । ଅର୍ଥାତ୍ ୭୫ ହଜାର ୮୧୬ ଖଣ୍ଡ ଭୋଟ୍ ବ୍ୟବଧାନରେ ଜିତିଛନ୍ତି ଶଙ୍କରାବହ ସରକାର ।
ଏଥିସହ ପଢ଼ନ୍ତୁ: ‘ଭାରତୀୟ ରେଳବାଇ ହେଲା ବ୍ଲିଙ୍କିଟ୍…’ ମାତ୍ର ୧୦ ମିନିଟ୍ରେ ଶିଶୁ ପାଇଁ ଡାଇପର ପହଞ୍ଚାଇଲା ରେଳମଦଦ୍
କାହିଁକି ହେଲା ଉପନିର୍ବାଚନ ?

ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଏବଂ ରେଜିନଗର ଉଭୟ ହାଇପ୍ରୋଫାଇଲ୍ ଆସନ । ୨୦୨୬ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ଏବଂ ନନ୍ଦିଗ୍ରାମ ଉଭୟରୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ନନ୍ଦିଗ୍ରାମ ଆସନ ଖାଲି କରିଥିଲେ, ଯାହା ଫଳରେ ଉପନିର୍ବାଚନ ହୋଇଛି । ସେହିପରି ରେଜିନଗରରେ ଆମ୍ ଜନତା ଉନ୍ନୟନ ପାର୍ଟି (AJUP) ମୁଖ୍ୟ ହୁମାୟୁନ କବୀର ରେଜିନଗର ସହିତ ନୌଦା ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ସେ ରେଜିନଗରରୁ ଇସ୍ତଫା ଦେବାପରେ ଉପନିର୍ବାଚନ ହୋଇଥିବା ବେଳେ ଦଳୀୟ ପ୍ରାର୍ଥୀ ପରାଜିତ ହୋଇଛନ୍ତି ।
Related Topics
Explore more stories