Videos
|
Politics

UP RS MLC Poll 2026 / ବିଧାନସଭା ପୂର୍ବରୁ ରାଜ୍ୟସଭା-ବିଧାନ ପରିଷଦ ନିର୍ବାଚନକୁ ନେଇ ସରଗରମ ରାଜନୀତି; କିଏ ମାରିବ ବାଜି?

Subhramjit Ray
Browse all articles by Subhramjit Ray
·1 hour ago·4 min read
ବିଧାନସଭା ପୂର୍ବରୁ ରାଜ୍ୟସଭା-ବିଧାନ ପରିଷଦ ନିର୍ବାଚନକୁ ନେଇ ସରଗରମ ରାଜନୀତି; କିଏ ମାରିବ ବାଜି?
UP RS MLC Poll 2026

Key Points

ଉତ୍ତର ପ୍ରଦେଶର ୧୦ ରାଜ୍ୟସଭା ଏବଂ ୧୧ ବିଧାନସଭା ପରିଷଦ ଆସନ ପାଇଁ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ନିର୍ବାଚନକୁ ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ସେମିଫାଇନାଲ ଭାବରେ ଦେଖାଯାଉଛି।
ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ହେଲେ ପୂର୍ବରୁ ଆଉ ଏକ ରାଜନୈତିକ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ରାଜ୍ୟର ୧୦ ରାଜ୍ୟସଭା ଏବଂ ୧୧ ବିଧାନସଭା ପରିଷଦ ଆସନ ପାଇଁ ନିର୍ବାଚନ ଆଗାମୀ ୨ ମାସ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି। ଯଦିଓ ଏହି ନିର୍ବାଚନ ସିଧାସଳଖ ୨୦୨୭ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବ ନାହିଁ, ହେଲେ ଏହାର ଫଳାଫଳ ନିଶ୍ଚିତ ଭାବରେ ରାଜନୈତିକ ପାଣିପାଗ ଏବଂ ଦଳୀୟ ଶକ୍ତି ସାମର୍ଥ୍ୟକୁ ଦର୍ଶାଇବ। ବିଜେପି ଏହାର ସହଯୋଗୀଙ୍କ ସମର୍ଥନରେ ଅଷ୍ଟମ ରାଜ୍ୟସଭା ଆସନ ଉପରେ ନଜର ରଖିଛି। ଯେତେବେଳେ ସମାଜବାଦୀ ପାର୍ଟି (ସପା) ତୃତୀୟ ସାଂସଦ ପଠାଇବା ପାଇଁ ଅତିରିକ୍ତ ଭୋଟ ଚାହୁଁଛି। ଶିକ୍ଷକ ଏବଂ ସ୍ନାତକ ନିର୍ବାଚନମଣ୍ଡଳୀ ପାଇଁ ବିଧାନ ପରିଷଦ ନିର୍ବାଚନ ମଧ୍ୟ ଆଞ୍ଚଳିକ ଏବଂ ରାଜନୈତିକ ଗତିଶୀଳତାର ଏକ ନୂତନ ଚିତ୍ର ଉପସ୍ଥାପନ କରିବ।

କେଉଁ ଆସନ ଖାଲି ହେବାକୁ ଯାଉଛି?
ଉତ୍ତର ପ୍ରଦେଶର ୧୦ ରାଜ୍ୟସଭା ଏବଂ ରାଜ୍ୟ ବିଧାନସଭା ପରିଷଦର ମୋଟ ୧୧ ଆସନ ଆଗାମୀ ଦୁଇ ମାସ ମଧ୍ୟରେ ଖାଲି ହୋଇଯିବ। ରାଜ୍ୟସଭା ନିର୍ବାଚନରେ, ଖାଲି ହେଉଥିବ ୧୦ ଆସନ ମଧ୍ୟରୁ ବର୍ତ୍ତମାନ ବିଜେପି ପାଖରେ ୭, ସମାଜବାଦୀ ପାର୍ଟି ପାଖରେ ୧ ଏବଂ ବିଏସପି ପାଖରେ ଗୋଟିଏ ରହିଛି। ବିଜେପି କୋଟାରୁ ରାଜ୍ୟସଭା ସଦସ୍ୟ ଡକ୍ଟର ଦିନେଶ ଶର୍ମା ଆଣ୍ଡାମାନ ଏବଂ ନିକୋବରର ଲେଫ୍ଟନାଣ୍ଟ ରାଜ୍ୟପାଳ ନିଯୁକ୍ତ ହେବା ପରେ ଇସ୍ତଫା ଦେଇଥିଲେ। ଯେଉଁ ବିଜେପି ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି ସେମାନେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ପୂର୍ବତନ ଆଇପିଏସ୍ ଅଧିକାରୀ ବ୍ରିଜଲାଲ, ସୀମା ଦ୍ୱିବେଦୀ, ନୀରଜ ଶେଖର, ଗୀତା ଶାକ୍ୟ, ଅରୁଣ ସିଂହ ଏବଂ ବି.ଏଲ. ବର୍ମା ଅଛନ୍ତି।

ସେହିପରି ସମାଜବାଦୀ ପାର୍ଟିରୁ ପ୍ରଫେସର ରାମ ଗୋପାଳ ଯାଦବ ଏବଂ ବିଏସପି ପକ୍ଷରୁ ରାମଜୀ ଲାଲ ଗୌତମଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଛି। ଯେହେତୁ ଉତ୍ତର ପ୍ରଦେଶ ବିଧାନସଭାରେ କୌଣସି ବିଏସପି ବିଧାୟକ ନଥିବାରୁ ଦଳର ସ୍ଥିତି ରାଜ୍ୟସଭାରେ ଶୂନ୍ୟ ହୋଇଯିବ। ବର୍ତ୍ତମାନର ସଂଖ୍ୟା ଭଳ ଆଧାରରେ ବିଜେପି ୭ ଏବଂ ସପା ୭ ଆସନ ଜିତିବାର ସାମର୍ଥ୍ୟ ରଖିଛନ୍ତି। ଶେଷ ଆସନ ବିଧାୟକଙ୍କ ପସନ୍ଦ ଯୋଗ୍ୟ ଭୋଟିଂ ଦ୍ୱାରା ନିର୍ଣ୍ଣୟ ହେବାର ସମ୍ଭାବନା ଅଛି। ଦଶମ ରାଜ୍ୟସଭା ଆସନକୁ ନେଇ ବିଜେପି-ସପା ମଧ୍ୟରେ ଜୋରଦାର ମୁକାବିଲା ହୋଇପାରେ।

କ’ଣ କହୁଛି ସଂଖ୍ୟା ଗଣିତ?
ଗୋଟିଏ ରାଜ୍ୟସଭା ଆସନ ଜିତିବା ପାଇଁ ୩୭ ଜଣ ବିଧାୟକ ଆବଶ୍ୟକ। ପ୍ରାୟ ୬ ଜଣ ସଦସ୍ୟଙ୍କ ମୃତ୍ୟୁ ଯୋଗୁଁ, ମୋଟ ୪୦୩ ଆସନ ବିଶିଷ୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ମୋଟ ୩୯୭ ବିଧାୟକ ଅଛନ୍ତି। ଗୋଟିଏ ରାଜ୍ୟସଭା ଆସନ ପାଇଁ ସଂଖ୍ୟା ଗଣିତ ଆଧାର ହେଉଛି ମୋଟ ବିଧାୟକ ÷ (୧୦ ଖାଲି ଆସନ + ୧) + ୧। ଏହାକୁ ଆଧାର କରି, ରାଜ୍ୟରେ ଗୋଟିଏ ରାଜ୍ୟସଭା ଆସନ ପାଇଁ ୩୭ ଭୋଟ ଆବଶ୍ୟକ। ଏହି ପରିସ୍ଥିତିରେ ବିଜେପି ସହଜରେ ୭ ଜଣ ସାଂସଦ ଏବଂ ସପା ୨ ଆସନ ଦଖଲ କରିପାରିବେ। ଦଶମ ଆସନ ପାଇଁ ଭଭୟଙ୍କ ମଧ୍ୟରେ ଲଢ଼େଇ ହୋଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୨ ବିଧାନସଭା ନିର୍ବାଚନରେ, ସପା ୧୧୧ ଆସନ ପାଇଥିଲେ। ସେମାନଙ୍କ ମଧ୍ୟର କିଛି ବିଧାୟକ ଦଳ ବଦଳାଇ ବିଜେପି ହାତ ଧରିଥିଲେ। ଆଉ କିଛି ବିଧାୟକଙ୍କ ମୃତ୍ୟୁ ହୋଇସାରିଛି। ବର୍ତ୍ତମାନ ଦଳ ପାଖରେ ୧୦୧ ବିଧାୟକ ଅଛନ୍ତି। ତୃତୀୟ ସଦସ୍ୟଙ୍କୁ ଚୟନ କରିବା ପାଇଁ ଦଳକୁ ପସନ୍ଦ ଭୋଟ ଆବଶ୍ୟକ ହେବ। ଏହା କେବଳ ସେତେବେଳେ ସମ୍ଭବ ଯଦି କିଛି ବିଧାୟକ ଏସପି ପ୍ରାର୍ଥୀଙ୍କ ପାଇଁ ସେମାନଙ୍କର ଦ୍ୱିତୀୟ ପସନ୍ଦ ଭୋଟ ଦିଅନ୍ତି। ଯଦି ଏହା ହୁଏ, ତାହେଲେ ସପା ତୃତୀୟ ଆସନ ହାତେଇପାରେ। ଯଦି ଏହା ନ ହୁଏ, ତାହେଲେ ବିଜେପି ଏହାର ଫାଇଦା ଉଠାଇପାରେ।

କ'ଣ କହୁଛି ବିଧାୟକଙ୍କ ଦଳ ବଳ?
ବିଜେପି ସଂଖ୍ୟା ବିଷୟରେ କହିବାକୁ ଗଲେ, ଦଳ ଗତ ୨୦୨୨ ବିଧାନସଭା ନିର୍ବାଚନରେ ​​ମୋଟ ୨୫୫ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ଦଳର ୨୫୬ ଜଣ ସଦସ୍ୟ ଅଛନ୍ତି। ନିଜସ୍ୱ ବିଧାୟକଙ୍କ ବ୍ୟତୀତ, ବିଜେପି ଏହାର ସହଯୋଗୀଙ୍କ ଭୋଟ୍ ଲୋଡ଼ିବ। ଅପନା ଦଳ (ଏସ୍) ପାଖର ୧୩, ଆରଏଲଡି ପାଖରେ ୯, ସୁଭସପା (SBSP) ପାଖରେ ୬ ଏବଂ ନିଷାଦ ପାର୍ଟି ପାଖରେ ମୋଟ ୫ ଜଣ ବିଧାୟକ ଅଛନ୍ତି। ଯଦି ରାଜା ଭୈୟାଙ୍କ ଦଳ ବିଜେପି ଲାଗି ସମର୍ଥନ କରେ, ତାହେଲେ ତାଙ୍କ ଦଳର ୨ ଜଣ ବିଧାୟକଙ୍କ ସମର୍ଥନ ବିଜେପି ହାତେଇପାରେ। ଏହା ଦ୍ୱାରା ବିଜେପିକୁ ସମର୍ଥନ କରୁଥିବା ବିଧାୟକଙ୍କ ମୋଟ ସଂଖ୍ୟା ୨୯୧ ହୋଇଯିବ। ଏହା ସହିତ, ତିନି ଜଣ ସ୍ୱାଧିନ ସଦସ୍ୟ ଅଛନ୍ତି। ଯାହାଙ୍କ ସମର୍ଥନ ବିଜେପି ମଧ୍ୟ ପାଇପାରେ।

୨୯୪ ଭୋଟ୍ କୁ ୩୭ ଦ୍ୱାରା ବିଭକ୍ତ କଲେ ଫଳ ୭.୯୪ ମିଳିବ। ଯାହାର ଅର୍ଥ ହେଉଛି ବିଜେପି ଏହାର ଅଷ୍ଟମ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅଳ୍ପ ଦୂରରେ ରହିବ। ୮ ଜଣ ସାଂସଦଙ୍କୁ ଜିତିବା ପାଇଁ ମୋଟ ୨୯୬ ଭୋଟ୍ ଆବଶ୍ୟକ। ଅର୍ଥାତ୍ କହିବାକୁ ଗଲେ ୮ ଆସନ ଅକ୍ତିଆର କରିବା ପାଇଁ ବିଜେପି ପାଖରେ ଦୁଇଟି ଭୋଟ୍ କମ୍ ଅଛି। ଯଦି ବିଜେପି ପସନ୍ଦ ଆଧାରରେ SP ବିଧାୟକଙ୍କ ସମର୍ଥନ ହାସଲ କରିବାରେ ସଫଳ ହୁଏ, ତାହେଲେ ଏହା ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ସପା ଲାଗି ବିଜେପି ପକ୍ଷରୁ ପ୍ରଥମ ଜବାବ ହେବ।

ବିଧାନ ପରିଷଦରେ କିଏ ମାରିବ ବାଜି?
ରାଜ୍ୟସଭା ଉତ୍ତର ପ୍ରଦେଶରେ ଅନୁଷ୍ଠିତ ହେଉଛି ବିଧାନ ପରିଷଦ ନିର୍ବାଚନ। ପରିଷଦରେ ମୋଟ ୧୧ ଆସନ ପାଇଁ ନିର୍ବାଚନ ହେଉଛି। ଶିକ୍ଷକ କୋଟା ପାଇଁ ୬ ଏବଂ ସ୍ନା କୋଟା ପାଇଁ ୫ ଆସନ ଲାଗି ନିର୍ବାଚନ ହେବ। ପରିଷଦ ନିର୍ବାଚନ ଉଭୟ ଶିକ୍ଷକ ଏବଂ ସ୍ନାତକ ଭୋଟର ଶିକ୍ଷକ ଏବଂ ସ୍ନାତକ ନିର୍ବାଚନ ମଣ୍ଡଳୀରେ ସେମାନଙ୍କ ଭୋଟ ଦେଇଥାନ୍ତି। ଯାହାର ଫଳସ୍ୱରୂପ ଏହି ନିର୍ବାଚନ ଦଳୀୟ ପ୍ରାର୍ଥୀଙ୍କ ଲୋକପ୍ରିୟତା ଏବଂ ଗ୍ରହଣୀୟତା ଉପରେ ସମ୍ପୂର୍ଣ୍ଣ ନିର୍ଭର କରେ।

ହେଲେ ତଥାପି ଯିଏ ଏହି ନିର୍ବାଚନରେ ବାଜିମାତ କରିନ୍ତି ସେ ସ୍ପଷ୍ଟ ଭାବରେ ଫାଇଦା ପାଇବେ। ଖାଲି ହେଉଥିବା ୬ ଶିକ୍ଷକ କୋଟା ଆସନ ମଧ୍ୟରୁ ବର୍ତ୍ତମାନ ବିଜେପି ପାଖରେ ୩, ସପା ପାଖରେ ୧ ଏବଂ ଦୁଇଟି ସ୍ୱାଧିନ ବିଧାୟକଙ୍କ ପାଖରେ ଅଛି। ଖାଲି ହେଉଥିବା ୫ ସ୍ନାତକ ନିର୍ବାଚନ ମଣ୍ଡଳୀ ଆସନ ମଧ୍ୟରୁ ବିଜେପି ପାଖରେ ୩ ଏବଂ ଦୁଇଟି ସପା ପାଖରେ ୨ ଆସନ ରହିଛି।

ବିଧାନ ପରିଷଦର ଶିକ୍ଷକ ଏବଂ ସ୍ନାତକ ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନରେ ​​ଜନପ୍ରତିନିଧିଙ୍କ ପରିବର୍ତ୍ତେ ସ୍ନାତକ ଏବଂ ଶିକ୍ଷକଙ୍କ ସିଧାସଳଖ ଭୂମିକା ରହିବ। ବିଧାନ ପରିଷଦରେ ଖାଲି ହେଉଥିବା ସ୍ନାତକ ଆସନ ମଧ୍ୟରେ ବାରାଣସୀ, ଆଲ୍ଲାହାବାଦ-ଝାନ୍ସୀ, ଲକ୍ଷ୍ନୌ, ଆଗ୍ରା ଏବଂ ମେରଠ ନିର୍ବାଚନମଣ୍ଡଳୀ ଅନ୍ତର୍ଭୂକ୍ତ ରହିଛି। ଶିକ୍ଷକ ନିର୍ବାଚନ ମଣ୍ଡଳୀ ମଧ୍ୟରେ ଗୋରଖପୁର-ଫୈଜାବାଦ, ଆଗ୍ରା, ବରେଲି-ମୁରାଦାବାଦ, ଲକ୍ଷ୍ନୌ, ମେରଠ ଏବଂ ବାରାଣସୀ ନିର୍ବାଚନମଣ୍ଡଳୀ ଅନ୍ତର୍ଭୂକ୍ତ ରହିଛି। ରାଜ୍ୟସଭା ଏବଂ ବିଧାନସଭା ପରିଷଦ ଫଳାଫଳ ବିଧାନସଭା ନିର୍ବାଚନରେ ​​କୌଣସି ପ୍ରଭାବ ପକାଇବ ନାହିଁ। ହେଲେ ଏହା ନିଶ୍ଚିତ ଭାବରେ ଉତ୍ତର ପ୍ରଦେଶର ଏହି ସବୁଠାରୁ ବଡ଼ ନିର୍ବାଚନ ପାଇଁ ଫଳାଫଳ ସ୍ଥିର କରିବାରେ ସାହାଯ୍ୟ କରିବ। ଏବେ, ଦେଖିବାକୁ ବାକି ରହିଲା ଯେ ଏହି ନିର୍ବାଚନରେ କିଏ ମାରୁଛି ବାଜି।