Videos
|
Politics

Pandian 400 Crore Flat / ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ, BJD ସମ୍ପତ୍ତି ବିଦେଶ ପଠାଇ ଦେଇଛନ୍ତି ପାଣ୍ଡିଆନ୍

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ, BJD ସମ୍ପତ୍ତି ବିଦେଶ ପଠାଇ ଦେଇଛନ୍ତି ପାଣ୍ଡିଆନ୍
VK Pandian

Key Points

ପୂର୍ବତନ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ
ପାଣ୍ଡିଆନ୍ ମୁମ୍ବାଇରେ ଆଲିସାନ କୋଠାରେ ରହୁଛନ୍ତି
ମୁମ୍ବାଇ ନରିମନ୍‌ରେ ୩୦୦ରୁ ୪୦୦ କୋଟିର ଫ୍ଲାଟ୍‌ରେ ରହୁଛନ୍ତି
ପୂର୍ବତନ ସାଂସଦ ଦେବାଶିଷ ସାମନ୍ତରାୟଙ୍କ ବିସ୍ଫୋରକ ବୟାନ । ଭିକେ ପାଣ୍ଡିଆନଙ୍କୁ ଦେବାଶିଷ କରିଛନ୍ତି ଚାଞ୍ଚଲ୍ୟକର ଖୁଲାସା । ସେ କହିଛନ୍ତି, ୪୦୦ କୋଟିର ଫ୍ଲାଟ୍‌ରେ ରହୁଛନ୍ତି ପାଣ୍ଡିଆନ୍ । ପାଣ୍ଡିଆନ୍ ମୁମ୍ବାଇ ନରିମନ୍‌ରେ ୩୦୦ରୁ ୪୦୦ କୋଟିର ଫ୍ଲାଟ୍‌ରେ ରହୁଛନ୍ତି । ବିଜେଡି ସମ୍ପତ୍ତି ପାଣ୍ଡିଆନ ବିଦେଶ ପଠାଇଦେଇଛନ୍ତି ବୋଲି କହିଛନ୍ତି ଦେବାଶିଷ ।

ଏହା ସହିତ ଦଳ ଛାଡ଼ିବା ପ୍ରସଙ୍ଗରେ ମଧ୍ୟ ଖୋଲାଖୋଲି କହିଛନ୍ତି ପୂର୍ବତନ ସାଂସଦ । ବର୍ଷେରୁ ଅଧିକ ସମୟ ସେ ବିଜେଡିରେ ଅଣନିଃଶ୍ଵାସୀ ହୋଇରହିଥିଲେ । ନବୀନ ବାବୁଙ୍କୁ ଭେଟିପାରିନଥିଲେ, ମନରେ କ୍ଷୋଭ ଥିଲା ବୋଲି ସେ କହିଛନ୍ତି । ନବୀନଙ୍କୁ ଭଲ ନ କହି କ'ଣ ପାଣ୍ଡିଆନ୍‌ଙ୍କୁ ଭଲ କହିବି ବୋଲି କହିବା ସହ ବିଜେଡି ହାରିବା ପରେ ଓଡ଼ିଆଙ୍କ ଉପରେ ପାଣ୍ଡିଆନ୍‌ଙ୍କ ରାଗ ରହିଥିବା ଦେବାଶିଷ ସାମନ୍ତରାୟ କହିଛନ୍ତି । ସେ ବ୍ୟୁରୋକ୍ରାଟ୍ ଥିଲେ, ଭାବିଥିଲେ ରାଜନୀତି କରିବେ, ହେଲା କ'ଣ । ବିଜୁ ବାବୁଙ୍କ ଫଟୋ ବାହାର କରି ନିଜ ଫଟୋ ଲଗାଇଥିଲେ । ପାଣ୍ଡିଆନ ଦଳର ସବୁ କିଛି ବୋଲି ବିଜେଡି କୁଜିନେତା ଭାବୁଥିଲେ । ବିଜେଡିର ନେତୃତ୍ଵ ନେବାକୁ ଓଡ଼ିଆ ନେତା ମିଳିଲେନି ଯେ ବାହାରୁ ଆଣିଲେ ବୋଲି ଦେବାଶିଷ କହିଛନ୍ତି ।

ଅଧିକ ପଢ଼ନ୍ତୁ: ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା; ଦେବାଶିଷ ନା ଆଉ କିଏ ଯିବେ ରାଜ୍ୟସଭା ?

ସେହିପରି ସେ ଆହୁରି କହିଛନ୍ତି, ହେଲିକପ୍ଟରରେ ପାଣ୍ଡିଆନ୍ ଲୁଚିକି ନବୀନ ନିବାସ ଆସନ୍ତି, ଲୁଚି ପଳାନ୍ତି । ୫/୬ ଥର ବିଧାୟକ ହୋଇଥିବା ନେତାଙ୍କୁ ସେ ପଚାରିଲେନି । ଭୈରବଙ୍କୁ ମୁଁ ଯେତେ ବିରୋଧ କରିଛି, ଆଉ କେହି କରିନାହାନ୍ତି । ମୁଁ ସେତେବେଳେ କହିଥିଲି ବିଜେଡିରୁ ଭୈରବଙ୍କୁ ବାହାର କରିଦିଅନ୍ତୁ । ବିଜୁ ବାବୁଙ୍କ ଆଦର୍ଶରେ ଗଢ଼ା ଦଳକୁ ବାହାର ନେତାକୁ ଦେଇଦେଲେ । ବିଜେଡି ନାଁରେ ହୋଇଥିବା ଟ୍ରଷ୍ଟ ନେଇ ମୋର ସନ୍ଦେହ ହେଉଛି ବୋଲି ଦେବାଶିଷ ସାମନ୍ତରାୟ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Debasish Samantaray Makes Explosive Claims Against VK Pandian | Argus News