Videos
|
Politics

Pandian Venezuela Visit / କାହିଁକି ଭେନଜୁଏଲା ଯାଇଥିଲେ ଭୈରବ ପାଣ୍ଡିଆନ୍ ? ବାଦ-ବିବାଦ ଭିତରେ ସାମ୍ନାକୁ ଆସୁଛି ସତ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·2 min read
କାହିଁକି ଭେନଜୁଏଲା ଯାଇଥିଲେ ଭୈରବ ପାଣ୍ଡିଆନ୍ ? ବାଦ-ବିବାଦ ଭିତରେ ସାମ୍ନାକୁ ଆସୁଛି ସତ
Pandian Venezuela Visit

Key Points

ପାଣ୍ଡିଆନଙ୍କ ପୋଲ୍‌ ଖୋଲିଲା ବିଜେପି
ସାଇକ୍ଲୋନ ମ୍ୟାନ୍ ଭାବେ ପ୍ରଚାର କରୁଥିଲା ବିଜେଡି
ଏକ୍ସପର୍ଟ ହୋଇ ଯାଇନଥିଲେ ଭଲ୍ୟୁଣ୍ଟର ଭାବେ ଯାଇଥିଲେ ପାଣ୍ଡିଆନ
ଭୂକମ୍ପ ବିଧ୍ଵଂସ ଭେନେଜୁଏଲାରୁ ଆସିଲା ପାଣ୍ଡିଆନଙ୍କ ଫୋଟୋ । ଆଉ ସାଙ୍ଗେ ସାଙ୍ଗେ ପାଣ୍ଡିଆନଙ୍କୁ ସାଇକ୍ଲୋନ ମ୍ୟାନ୍‌ ବନାଇଦେଲେ ବିଜେଡି ନେତା । କହିଲେ ମନ୍ତ୍ର ଦେବାକୁ ପାଣ୍ଡିଆନଙ୍କୁ ପଠାଇଛନ୍ତି କେନ୍ଦ୍ର ସରକାର । ହେଲେ ସାଂଘାତିକ ଅଭିଯୋଗ ଆଣି ପୋଲ ଖୋଲିଲା ବିଜେପି । କହିଲା କେନ୍ଦ୍ରରୁ ନୁହେଁ ସତ୍ୟସାଇ ଟ୍ରଷ୍ଟ ପକ୍ଷରୁ ଭଲ୍ୟୁଣ୍ଟର ଭାବେ ସେବା କରିବାକୁ ଭେନେଜୁଏଲା ଯାଇଥିଲେ ପାଣ୍ଡିଆନ ।

ମନ୍ମଥ ରାଉତରାୟ କହୁଛନ୍ତି ଭୂକମ୍ପ ବିଧ୍ଵଂସ ଭେନଜୁଏଲାରୁ ପାଣ୍ଡିଆନଙ୍କୁ ଆସିଥିଲା ନିମନ୍ତ୍ରଣ । ୟୁଏନ ପକ୍ଷରୁ ପାଣ୍ଡିଆନଙ୍କୁ ପଠାଯାଇଥିଲା ଭେନେଜୁଏଲା । କିନ୍ତୁ ବିଜେପି ଆଣିଛି ସାଂଘାତିକ ଅଭିଯୋଗ । ଦଳର ମୁଖପାତ୍ର ଅନୀଲ ବିଶ୍ଵାଳ କହିଛନ୍ତି, ଭି.କେ ପାଣ୍ଡିଆନ ସତ୍ୟସାଇ ଇଣ୍ଟର ନ୍ୟାସନାଲ ଅର୍ଗନାଇଜେସନର ସଦସ୍ୟ ଭାବେ ସେବା କରିବାକୁ ଯାଇଥିଲେ । ତାଙ୍କୁ ୟୁଏନ କି କେନ୍ଦ୍ର ସରକାର ପଠାଇନାହାଁନ୍ତି । ଓଡ଼ିଶାରେ କେବେ ଭୂମିକମ୍ଫ ହେଲା ଆଉ ପାଣ୍ଡିଆନ ଭୂମିକମ୍ପ ମୁକାବିଲା ଏକ୍ସପର୍ଟ କେମିତି ହେଲେ ବୋଲି ପ୍ରଶ୍ନ କରିଛି ଦଳ । ସେପଟେ ବିଜେଡିର ଯୁକ୍ତି ଭାରତ ସରକାର ପକ୍ଷରୁ ହିଁ ପାଣ୍ଡିଆନ ଭେନେଜୁଏଲା ଯାଇଥିଲେ ।

ତଥ୍ୟ କହୁଛି ଭେନେଜୁଏଲା ଏବଂ ଲାଟିନ ଆମେରିକାରେ ସତ୍ୟ ସାଇ ବାବାଙ୍କର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ରହିଛନ୍ତି । ଏମିତି କି ଭେନେଜୁଏଲାର ପୂର୍ବତନ ରାଷ୍ଟ୍ରପତି ନିକୋଲସ ମଦୁରା ଏବଂ ଏବେର କାମଚଳା ରାଷ୍ଟ୍ରପତି ଯାହାକୁ ପାଣ୍ଡିଆନ ଭେଟିଛନ୍ତି ଡେଲସୀ ରୋଡିଗଜ ମଧ୍ୟ ସତ୍ୟସାଇଙ୍କ ଭକ୍ତ । ନିକଟରେ ଭାରତ ଗସ୍ତରେ ଆସିଥିବା ବେଳେ ସତ୍ୟସାଇ ମନ୍ଦିର ଯାଇ ପୂଜା କରିଥିଲେ ରାଷ୍ଟ୍ରପତି ଡେଲସି ରୋଡିଗଜ । ସତ୍ୟସାଇ ଇଣ୍ଟରନ୍ୟାସନାଲ ସଂସ୍ଥା ପକ୍ଷରୁ ଭୂମିକମ୍ପ ପରେ ବିଧ୍ଵଂସ ଭେନେଜୁଏଲାରେ ସେବା ଦେବାକୁ ଭଲ୍ୟୁଣ୍ଟର ଭାବେ ଯାଇଥିଲେ ପାଣ୍ଡିଆନ । ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ବି ତା'ର ସଙ୍କେତ ଦେଇଛନ୍ତି ଭି.କେ ପାଣ୍ଡିଆନ । କିନ୍ତୁ ବିଜେଡି ତାକୁ ନେଇ ସାଇକ୍ଲୋନ ମ୍ୟାନ୍‌ ଭାବେ ଆରମ୍ଭ କରି ଦେଇଛି ପ୍ରଚାର । ଯାହାକୁ ନେଇ ରାଜନୈତିକ ସମୀକ୍ଷକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ସୁଜାତାଙ୍କ ଏଣ୍ଟ୍ରି ହେଉ ହେଉ ସୁଚିନ୍ତିତ ଭାବେ ପ୍ରୋ ପାଣ୍ଡିଆନ ଗୋଷ୍ଠୀ ଭେନେଜୁଆଲ ଗସ୍ତକୁ ନେଇ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି । ଜାତୀୟ ଏବଂ ଆନ୍ତର୍ଜାତୀୟ ରାଜନୀତିରେ ବି ପାଣ୍ଡିଆନ ଦବଦବା ରଖୁଥିବା ନେଇ ବାର୍ତ୍ତା ଦେବାକୁ ନେତାଙ୍କୁ ଦିଆଯାଇଛି ନିର୍ଦ୍ଦେଶ । କିନ୍ତୁ ଏବେ ଏ ରଣନୀତି ଫସର ଫାଟିଥିବା ଚର୍ଚ୍ଚା ହେଲାଣି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Why Did VK Pandian Visit Venezuela? BJP and BJD Clash Over His Mission | Argus News