Election News / ଉପନିର୍ବାଚନ ମତଦାନ ବେଳେ ହଙ୍ଗାମା; AJUP ମୁଖ୍ୟ ହୁମାୟୁଁ କବୀରକୁ ହେପାଜତକୁ ନେଲା ପୋଲିସ
·1 hour ago·2 min read

Key Points
ଭୋଟିଂ ଜାରି ରହିଥିବା ବେଳେ AJUP ମୁଖ୍ୟ ତଥା ବିଧାୟକ ହୁମାୟୁଁ କବୀରଙ୍କୁ ପୋଲିସ ଦଳୀୟ କାର୍ଯ୍ୟାଳୟରୁ ଗିରଫ କରି ନେଇଛି । ରେଜିନଗର ଉପନିର୍ବାଚନରେ ହୁମାୟୁଁ କବୀର ମତଦାନ କରିବା ପରେ ପୋଲିସ ହେପାଜତକୁ ନେଇଛି ।
କୋଲକାତା: ପଶ୍ଚିମବଙ୍ଗର ୨ ବିଧାନସଭା ଆସନ ନନ୍ଦିଗ୍ରାମ ଓ ରେଜିନଗର ପାଇଁ ଉପନିର୍ବାଚନ ମତଦାନ ଜାରି ରହିଛି । ଗୋଟିଏ ପଟେ ଭୋଟିଂ ଜାରି ରହିଥିବା ବେଳେ AJUP ମୁଖ୍ୟ ତଥା ବିଧାୟକ ହୁମାୟୁଁ କବୀରଙ୍କୁ ପୋଲିସ ଦଳୀୟ କାର୍ଯ୍ୟାଳୟରୁ ଗିରଫ କରି ନେଇଛି ।
ରେଜିନଗର ଉପନିର୍ବାଚନରେ ପ୍ରଥମେ ହୁମାୟୁଁ କବୀର ମତଦାନ କରିଥିଲେ । ମତଦାନ କରିବା ପରେ ସେ ଅଭିଯୋଗ ଆଣିଥିଲେ ଯେ, ପୋଲିସ କିଛି ବୁଥ୍ରେ ଭୋଟିଂ ପ୍ରକ୍ରିୟାରେ ଦଖଲ ଦେଉଛି । ଏଥିସହ ବିଗତ ୨ ମାସରେ ପୋଲିସ ୬୪ ଜଣଙ୍କୁ ହେପାଜତକୁ ନେଇଥିବା ଦାବି କରିଥିଲେ ।
ଏଥିସହ ପଢ଼ନ୍ତୁ: ଦେଶର ୬ଟି ଆସନରେ ଉପନିର୍ବାଚନ; ସକାଳ ୭ଟାରୁ ଭୋଟ୍ ଦେଉଛନ୍ତି ମତଦାତା
ପଶ୍ଚିମବଙ୍ଗରେ ନନ୍ଦିଗ୍ରାମ ସହ ରେଜିନଗର ବିଧାନସଭା ଆସନରେ ଉପନିର୍ବାଚନ ହେଉଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ୨ଟି ଆସନରୁ ଜିତିବା ପରେ ନନ୍ଦିଗ୍ରାମ ଆସନ ଛାଡ଼ିଥିଲେ । ସେହିଭଳି ହୁମାୟୁଁ କବୀର ମଧ୍ୟ ୨ଟି ଆସନରୁ ଜିତିବା ପରେ ରେଜୀନଗର ଆସନ ଛାଡ଼ିବା ପରେ ଉପନିର୍ବାଚନ ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୩ ରାଜ୍ୟର ୫ ଆସନରେ ମତଦାନ
ମଙ୍ଗଳବାର ପଶ୍ଚିମବଙ୍ଗ ସହ ତାମିଲନାଡ଼ୁ ଓ ପୁଡୁଚେରିର ୫ଟି ବିଧାନସଭା ଆସନ ସହ ଆସାମର ଗୋଟିଏ ଲୋକସଭା ଆସନରେ ଉପନିର୍ବାଚନ ମତଦାନ ଚାଲିଛି । ଅକ୍ଟୋବର ୯ ତାରିଖରେ ସମସ୍ତ ଆସନର ଫଳାଫଳ ଘୋଷଣା ହେବ । ୧୧ ଅକ୍ଟୋବର ପୂର୍ବରୁ ସରିବ ଉପନିର୍ବାଚନ ପ୍ରକ୍ରିୟା ।
ନନ୍ଦିଗ୍ରାମ ଏବଂ ରେଜିନଗରରେ କଡ଼ା ମୁକାବିଲା
ପଶ୍ଚିମବଙ୍ଗର ଦୁଇଟି ଆସନ ନନ୍ଦିଗ୍ରାମ ଏବଂ ରେଜିନଗରରେ ଉପନିର୍ବାଚନ ହେଉଛି । ଉଭୟ ହାଇପ୍ରୋଫାଇଲ୍ ଆସନ । ୨୦୨୬ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ଏବଂ ନନ୍ଦିଗ୍ରାମ ଉଭୟରୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ନନ୍ଦିଗ୍ରାମ ଆସନ ଖାଲି କରିଥିଲେ, ଯାହା ଫଳରେ ଉପନିର୍ବାଚନ ଆବଶ୍ୟକ ପଡ଼ିଛି । ବିଜେପି ଏଠାରେ ହସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି, ଯେତେବେଳେ କି କଂଗ୍ରେସ ମିଲନ ପ୍ରଧାନଙ୍କୁ ମୈଦାନକୁ ଛାଡ଼ିଛି ।
ସେହିପରି ଅନ୍ୟ ଆସନ ରେଜିନଗରରେ ସମାନ ସ୍ଥିତି । ଆମ୍ ଜନତା ଉନ୍ନୟନ ପାର୍ଟି (AJUP) ମୁଖ୍ୟ ହୁମାୟୁନ କବୀର ରେଜିନଗର ସହିତ ନୌଦା ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏବେ ସେ ରେଜିନଗରରୁ ଇସ୍ତଫା ଦେବାପରେ ଏହି ଆସନ ଖାଲି ପଡ଼ିଥିଲା । ସେ ତାଙ୍କ ପୁଅ ଗୁଲାମ ନବୀ ଆଜାଦଙ୍କୁ ପ୍ରାର୍ଥୀ କରିଛନ୍ତି । ସେପଟେ ଶାସକ ଦଳ ବିଜେପି ଶଙ୍କରରାଓ ସରକାରଙ୍କୁ ପ୍ରାର୍ଥୀ କରିଛି ।
ଏଥିସହ ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା; କାହାକୁ ମିଳିଲା ଟିକେଟ?
ଉପନିର୍ବାଚନ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ଯଦିଓ ଏହି ଉପନିର୍ବାଚନଗୁଡ଼ିକ ସିଧାସଳଖ ଭାବରେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ବହୁମତ ଉପରେ ପ୍ରଭାବ ପକାଇ ନପାରନ୍ତି, ତଥାପି ଦେଶର ରାଜନୈତିକ ମନୋଭାବକୁ ବୁଝିବା ପାଇଁ ଏଗୁଡ଼ିକ ନିଶ୍ଚିତ ଭାବରେ ଗୁରୁତ୍ଵପୂର୍ଣ୍ଣ । ବର୍ତ୍ତମାନ ଦେଶରେ ମତଦାତାଙ୍କ ସାମ୍ପ୍ରତିକ ରାଜନୈତିକ ମନୋଭାବ ଏହି ଭୋଟ୍ ଫଳାଫଳରୁ ଜଣାପଡ଼ିବ ।
Related Topics
Explore more stories