Videos
|
Politics

BJP RS Candidate UP 2026 / ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା; କାହାକୁ ମିଳିଲା ଟିକେଟ?

Subhramjit Ray
Browse all articles by Subhramjit Ray
·1 hour ago·2 min read
ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା; କାହାକୁ ମିଳିଲା ଟିକେଟ?
BJP RS Candidate UP 2026

Key Points

ଉତ୍ତର ପ୍ରଦେଶରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ବିଜେପି ୮ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।
ଉତ୍ତର ପ୍ରଦେଶର ୧୦ ରାଜ୍ୟସଭା ଆସନ ପାଇଁ ଅନୁଷ୍ଠିତ ହେଉଥିବା ନିର୍ବାଚନ ଲାଗି ବିଜେପି ପକ୍ଷରୁ କରାଯାଇଛି ପ୍ରାର୍ଥୀ ଘୋଷଣା। ଏହି ନିର୍ବାଚନ ଲାଗି ଦଳ ୮ ଜଣଙ୍କୁ ପ୍ରାର୍ଥୀ କରିଛି। ପଛୁଆ ବର୍ଗ ଲୋଧି ସମ୍ପ୍ରଦାୟରୁ ଆସୁଥିବ ଦଳୀୟ ବିଧାୟକ ଧରମପାଲ ସିଂହଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ସେହିପରି ୨ ଜଣ ବ୍ରାହ୍ମଣ ନେତା ଗୋପୀକୃଷ୍ଣ ପାଣ୍ଡେ ଏବଂ ରାଧାକାନ୍ତ ଓଝା ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହିପରି ଆଉ ୨ ଜଣ ଓବିସି ନେତା ପ୍ରକାଶ ପାଲ ଏବଂ ଶ୍ରୁତି ଗଙ୍ଗୱାରଙ୍କୁ ମିଳିଛି ଟିକେଟ। ଏପରି ଭାବରେ ବିଜେପି ଦଳର ୩ ଜଣ ଓବିସି ଚେହେରାଙ୍କୁ ରାଜ୍ୟସଭା ଟିକେଟ ଦେଇଛି। ଏହା ବ୍ୟତୀତ ୨ ଜଣ ଦଳିତ ନେତା ମଧ୍ୟ ରାଜ୍ୟସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେମାନେ ହେଉଛନ୍ତି ପ୍ରିୟଙ୍କା ସିଂହ ରାୱତ ଏବଂ ବିଦ୍ୟାସାଗର ସୋନକର।

କ୍ଷତ୍ରିୟ (ରାଜପୁତ) ସମ୍ପ୍ରଦାୟରୁ ଆସୁଥିବା ରାମ ପ୍ରତାପ ସିଂହ ଚୌହାନଙ୍କୁ ମଧ୍ୟ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ କରିଛି ବିଜେପି। ଏପରି ଭାବରେ ବିଜେପି "ପିଡିଏସ୍" (PDS) ମାଧ୍ୟମରେ ସପା ପିଡିଏ (Samajwadi PDA Model) ରଣାନୀତିର ମୁକାବିଲା କରିଛି। ସମାଜବାଦୀ ପାର୍ଟି (SP) ପ୍ରାୟତଃ "PDA" ସ୍ଲୋଗାନ ବ୍ୟବହାର କରି ପଛୁଆ ବର୍ଗ, ଦଳିତ ଏବଂ ସଂଖ୍ୟାଲଘୁଙ୍କ ସମର୍ଥନ ଜୁଟାଇବା ଲକ୍ଷ୍ୟରେ ରହିଛି। ବିଜେପି ପଛୁଆ ବର୍ଗ , ଦଳିତ ଏବଂ ଉଚ୍ଚ ଜାତି (ସବର୍ଣ୍ଣ) ସମର୍ଥନରେ ଏହାର ମୁକାବିଲା କରିବାକୁ ଚେଷ୍ଟା କରିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେପି ରାଜ୍ୟସଭା ପ୍ରାର୍ଥୀ ତାଲିକାରେ, ଦଳ ବ୍ରାହ୍ମଣ ସମ୍ପ୍ରଦାୟର ୨ ଜଣ ନେତାଙ୍କୁ ଟିକେଟ ଦେଇଛି। ସେହିପରି ୩ ଜଣ ପଛୁଆ ବର୍ଗ (OBC) ଏବଂ ୨ ଜଣ ଦଳିତ ସମ୍ପ୍ରଦାୟର ନେତାଙ୍କୁ ଟିକେଟ ଦେଇଛି। ଏହି ତାଲିକାରେ ରାମ ପ୍ରତାପ ସିଂହ ଚୌହାନ ରହିଛି। ଯିଏ କ୍ଷତ୍ରିୟ ସମ୍ପ୍ରଦାୟରୁ ପ୍ରତିନିଧିତ୍ୱ କରୁଛନ୍ତି।

ଏହା ସହ ପଢନ୍ତୁ: କାହାକୁ ମିଳିବ ବିଜେପି ରାଜ୍ୟସଭା ଟିକେଟ୍? ଖୁବ୍ ଶୀଘ୍ର ହୋଇପାରେ ଘୋଷଣା

ବିଜେପି ୨ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଦଳିତ ବର୍ଗରୁ ଆସୁଥିବା ପ୍ରିୟଙ୍କା ସିଂହ ରାୱତ ଏବଂ ବିଦ୍ୟାସାଗର ସୋନକରଙ୍କୁ ଦଳ ରାଜ୍ୟସଭା ନିର୍ବାଚନ ଲାଗି ପ୍ରାର୍ଥୀ କରିଛି। ରାମ ପ୍ରତାପ ସିଂହ ଚୌହାନ ଉତ୍ତର ପ୍ରଦେଶ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଏବଂ ପଶ୍ଚିମ କ୍ଷେତ୍ର ପ୍ରଭାରୀ ଦାୟିତ୍ୱରେ ଅଛନ୍ତି। ସେହିପରି ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ଧରମପାଲ ସିଂହ ମଧ୍ୟ ତାଲିକାରେ ସାମିଲ ହୋଇଛନ୍ତି। ସେ ବର୍ତ୍ତମାନ ପଶୁସମ୍ପଦ ଏବଂ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଅଛନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ୨ ଜଣ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଯାଉଥିଲେ ମଧ୍ୟ ଦଳ ସେମାନଙ୍କୁ ପ୍ରାର୍ଥୀ କରିନାହିଁ। ଯାହା ଦର୍ଶାଉଛି ଯେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଖୁବ୍ ଶୀଘ୍ର ଏକ ଅଦଳବଦଳ ହୋଇପାରେ। ଯେଉଁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ନାହିଁ ସେମାନେ ହେଉଛନ୍ତି ମଧ୍ୟରେ ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା। ଉଭୟଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହେଉଛି। ଉଭୟ ୨୦୨୦ ନଭେମ୍ବରରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ବିଏଲ ବର୍ମା ବର୍ତ୍ତମାନ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାମାଜିକ ନ୍ୟାୟ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି।