BJP Eyes Bengal Win / ଅଙ୍ଗ ଓ କଳିଙ୍ଗ ପରେ ବଙ୍ଗରେ ବି ବିଜେପି ଉଡ଼ାଇବ ବିଜୟ ବାନା !
·5 days ago·2 min read

Key Points
- ପରିବର୍ତ୍ତନ ମୁହାଁ କି ପଶ୍ଚିମବଙ୍ଗ ?
- ମୋଦିଙ୍କ ଦାବି- ଟିଏମସି ଯାଉଛି, ବିଜେପି ଆସୁଛି
- ୧୫୨ ଆସନରୁ ବିଜେପି ୧୧୦ ଜିତୁଥିବା ଶାହଙ୍କ ଦାବି
କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ କ'ଣ ପରିବର୍ତ୍ତନର ପବନ ବହୁଛି ? ପ୍ରଥମ ପର୍ଯ୍ୟାୟ ମତଦାନରେ ରେକର୍ଡ ସଂଖ୍ୟକ ଭୋଟିଂ ପରେ ବଙ୍ଗ ମଇଦାନ ଏବେ ପୁରା ସରଗରମ । ବିଜେପିର ବିଜୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ଼ ଦାବି କରିଥିବା ବେଳେ, ଅମିତ ଶାହଙ୍କ ବଡ଼ ବୟାନ 'ଅଙ୍ଗ ଓ କଳିଙ୍ଗ ପରେ ଏବେ ବଙ୍ଗ ବିଜୟ ହେବ'।
ଯାହା ସ୍ଵାଧୀନତା ପରଠୁ କେବେ ହୋଇନି ତାହା ହେଲା । ଗୁରୁବାର ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ଭୋଟିଂ ସରିଥିବା ବେଳେ ଚଳିତ ଥର ହୋଇଛି ରେକର୍ଡ ସଂଖ୍ୟକ ମତଦାନ । ପ୍ରଥମ ପର୍ଯ୍ୟାୟରେ ୯୨.୮୮ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଯାହାକୁ ନେଇ ସରଗରମ ହୋଇଛି ବଙ୍ଗ ରାଜନୀତି । ଭୋଟରଙ୍କ ଉତ୍ସାହକୁ ରାଜ୍ୟରେ ପରିବର୍ତ୍ତନର ସଂକେତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏଥିସହ ପଢ଼ନ୍ତୁ: 'ପଶ୍ଚିମବଙ୍ଗରେ ହଟିବେ ଦିଦି, ପ୍ରଥମ ପର୍ଯ୍ୟାୟର ୧୫୨ ସିଟ୍ରୁ ୧୧୦ ଜିତିବ ବିଜେପି'
ଶୁକ୍ରବାର ସକାଳୁ ହୁଗୁଳି ନଦୀ କୂଳର ମନୋରମ ଦୃଶ୍ୟ ଉପଭୋଗ କରିବା ସହ ବିଦ୍ୟାସାଗର ସେତୁ ଏବଂ ହାୱଡ଼ା ବ୍ରିଜ୍କୁ ଅତି ନିକଟରୁ ଦେଖିଥିଲେ ପ୍ରଧାନମନ୍ତ୍ରୀ । ଖାଲି ସେତିକି ନୁହେଁ, ସାଧାରଣ ଜନତାଙ୍କ ସହ ସାକ୍ଷାତ କରିବା ସହ ମର୍ଣ୍ଣିଂ ୱାକରେ ଯାଉଥିବା ନାଗରିକ ଏବଂ ନାଉରିଆଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ଦକ୍ଷିଣ ବଙ୍ଗର ବିଭିନ୍ନ ସ୍ଥାନରେ ରାଲି ଓ ଜନସଭା କରି ମମତା ସରକାର ଉପରେ ବର୍ଷିଛନ୍ତି ମୋଦି । ସଂସଦରେ ମହିଳା ବିଲକୁ ବିରୋଧ କରି ଟିଏମସି ନିଜ ମହିଳା ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ କରିଛି । ପଶ୍ଚିମବଙ୍ଗର ସରକାର ମହିଳା ବିରୋଧୀ ବୋଲି କହି ଦିଦିଙ୍କୁ ମୋଦି କରିଛନ୍ତି ସିଧା ଟାର୍ଗେଟ ।
କୋଲକାତାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପ୍ରେସମିଟ୍ କରି ବିଜେପିର ବିଜୟ ନେଇ ବଡ଼ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଶାହ କହିଛନ୍ତି, ପ୍ରଥମ ପର୍ଯ୍ୟାୟର ୧୫୨ଟି ସିଟ୍ ମଧ୍ୟରୁ ବିଜେପି ୧୧୦ରୁ ଅଧିକ ଆସନରେ ବିଜୟୀ ହେବ । ପଶ୍ଚିମବଙ୍ଗରୁ ଏବେ ଭୟର ବାତାବରଣ ଦୂର ହୋଇଛି ଏବଂ ଜନତା ପରିବର୍ତ୍ତନ ପାଇଁ ମନସ୍ଥିର କରିସାରିଛନ୍ତି । "ଅଙ୍ଗ ଏବଂ କଳିଙ୍ଗ ପରେ ଏବେ ବଙ୍ଗ ବିଜୟ ହେବ" ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଶାହ । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଜଣେ 'ବଙ୍ଗାଳୀ' ହିଁ ହେବେ ବୋଲି କହି ମମତାଙ୍କ ଅଣବଙ୍ଗାଳୀ ନାରେଟିଭକୁ ଦେଇଛନ୍ତି ଚେକ୍ । ମହିଳାଙ୍କ ସୁରକ୍ଷା ଓ ସୁଶାସନ ହିଁ ବିଜେପିର ମୁଖ୍ୟ ଆଭିମୁଖ୍ୟ ହେବ ବୋଲି ସ୍ପଷ୍ଟ କରିଛନ୍ତି ଶାହ ।
ଏଥିସହ ପଢ଼ନ୍ତୁ: 'ଝାଲ୍ ମୁଢି ମୁଁ ଖାଇଛି ହେଲେ ଟିଏମସି ପାଟି ପୋଡି଼ଯାଉଛି'
ଆସନ୍ତା ୨୯ରେ ପଶ୍ଚିମବଙ୍ଗରେ ବଳକା ୧୪୨ ଆସନରେ ହେବାକୁ ଯାଉଛି ମତଦାନ । ଯାହାକୁ ନେଇ ସରଗରମ ହୋଇଛି ବଙ୍ଗର ପ୍ରଚାର ମଇଦାନ । ବିଜେପିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଭଳି ହେଭିୱେଟ୍ ରାଜନୀତିର ବ୍ୟାଟେଲ ଗ୍ରାଉଣ୍ଡରେ ରହିଥିବା ବେଳେ ଟିଏମସିର ମଙ୍ଗ ଧରି ଧୂଆଁଧାର ପ୍ରଚାର କରୁଛନ୍ତି ମମତା । ଏମିତିରେ ଇତିହାସ କହୁଛି ବଙ୍ଗରେ ବମ୍ପର୍ ଭୋଟିଂ ସବୁବେଳେ ପରିବର୍ତ୍ତନର ଆଭାସ । ତେବେ ଏକଥାର ସତ୍ୟତା ଆସନ୍ତା ୪ ତାରିଖରେ ହିଁ ସାମ୍ନାକୁ ଆସିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories