PM Modi Bengal Rally 2026 / 'ଝାଲ୍ ମୁଢି ମୁଁ ଖାଇଛି ହେଲେ ଟିଏମସି ପାଟି ପୋଡି଼ଯାଉଛି'
·2 months ago·2 min read

Key Points
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର କୃଷ୍ଣନଗରରେ ବିଜୟ ସଂକଳ୍ପ ସଭାକୁ ସମ୍ବୋଧିତ କରିବା ସମୟରେ ଟିଏମସି ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ।
PM Modi Targets TMC Govt: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ଦଳୀୟ ପ୍ରଚାର ଅଭିଯାନରେ ସାମିଲ ହେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜ୍ୟର କୃଷ୍ଣାନଗରରେ ଆୟୋଜିତ ହୋଇଥିବା ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଦଳ ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସଭାକୁ ସମ୍ବୋଧିତ ପ୍ରଧାନମନ୍ତ୍ରୀ ମୋଦି ଟିଏମସି ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ୍ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ଝାଲ୍ ମୁଢି କଥା ମନେ ପକାଇ ଦେଇଛନ୍ତି।
ଏନେଇ ଟିଏମସି ସରକାରକୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ପଶ୍ଚିମବଙ୍ଗ ଆସି ମୁଁ ଝାଲ୍ ମୁଢି ମୁଁ ଖାଇଛି ହେଲେ ଟିଏମସି ପାଟି ପୋଡି଼ଯାଉଛି।" ଟିଏମସି ଉଦ୍ଦେଶ୍ୟରେ ଏପରି କଟାକ୍ଷ କରିବାର କାରଣ ହେଉଛନ୍ତି ପଶ୍ଚିମବଙ୍ଗକୁ ନିର୍ବାଚନ ପ୍ରଚାର କରିବାକୁ ଆସି ଝାଲ୍ ମୁଢି ଖାଇଥିଲେ। ଯାହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ମେ ୪ରେ ବାଣ୍ଟିବୁ ମିଠା-ଝାଲ୍ ମୁଢି
ଜନସଭାକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଆସନ୍ତା ମେ ୪ ତାରିଖରେ ମିଠା ସହ ଝାଲ୍ ମୁଢି ମଧ୍ୟ ବାଣ୍ଟିବୁ। ପ୍ରଥମ ପର୍ଯ୍ୟାୟ ମତଦାନରେ ଉତ୍ପାହର ସହ ଅଂଶଗ୍ରହଣ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଏଥର ରେକର୍ଡ ସଂଖ୍ୟକ ମତଦାନ କରିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି।
ଏହା ସହ ପଢନ୍ତୁ: ଦିନକ ପରେ ବେଙ୍ଗଲ ଭୋଟିଂ, ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଶେଷ ହେଲା ପ୍ରଚାର
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣ ସମୟରେ ସ୍ଥାନୀୟ ସଂସ୍କୃତି ବାବଦରେ ଉଲ୍ଲେଖ କରିଥିଲେ। "ଝାଲ୍ ମୁଢି" କଥା ମନେ ପକାଇ ପ୍ରଧାନମନ୍ତ୍ରୀ ଟିଏମସି ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି, "ଆସନ୍ତା ମେ ୪ ତାରିଖରେ ପଶ୍ଚିମବଙ୍ଗରେ ଦଳ (ବିଜେପି) ଏହାର ଦଳୀୟ ବିଜୟ ଉତ୍ସବକୁ ମିଠା ସହ ଝାଲ୍ ମୁଢି ବଣ୍ଟନ ସହିତ ପାଳନ କରାଯିବ। ମୁଁ ଶୁଣିଛି ଯେ ଝାଲ୍ ମୁଢି କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଝାଲ୍ ମୁଢି ମୁଁ ଖାଇଛି, ହେଲେ ରାଗରେ ଟିଏମସି ପାଟି ପୋଡି଼ଯାଉଛି।"
ଏହି ରାଲିରେ ବ୍ୟାପକ ଜନ ସମାଗମ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେଉଥିବା ନେଇ ଆଶାବାଦୀ ଅଛନ୍ତି।

କୃଷ୍ଣାନଗର ଜନସଭାରେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନୀ ହିଂସା ପ୍ରସଙ୍ଗ ମଧ୍ୟ ଉଠାଇଥିଲେ। ଏନେଇ ସେ କହିଛନ୍ତି ଯେ ଗତ ୫୦ ବର୍ଷ ମଧ୍ୟରେ ଏହା ହେଉଛି ଏହା ପ୍ରଥମ ବିଧାନସଭା ନିର୍ବାଚନ ଯେଉଁଥିରେ ନିର୍ବାଚନୀ ହିଂସାକାଣ୍ଡ ଜନିତ ଘଟଣା ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି। ଶାନ୍ତିପୂର୍ଣ୍ଣ, ମୁକ୍ତ, ଅବାଧ, ନିରପେକ୍ଷ ମତଦାନ ସୁନିଶ୍ଚିତ କରିଥିବାରୁ ଏହା ନିର୍ବାଚନ ଆୟୋଗଙ୍କ ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ।झालमुड़ी ने भी कुछ लोगों को झन्नाटेदार झटका दिया है। झालमुड़ी मैंने खाई, लेकिन झाल @AITCofficial को लगी है : PM @narendramodi #BhoyOutBhorosaIn#PaltanoDorkarChaiBJPSorkar pic.twitter.com/V6MbKV5gvr
— Dharmendra Pradhan (@dpradhanbjp) April 23, 2026
ଏହା ସହ ପଢନ୍ତୁ: ଦିନକ ପରେ ବେଙ୍ଗଲ ଭୋଟିଂ, ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଶେଷ ହେଲା ପ୍ରଚାର
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଭାଷଣ ସମୟରେ ସ୍ଥାନୀୟ ସଂସ୍କୃତି ବାବଦରେ ଉଲ୍ଲେଖ କରିଥିଲେ। "ଝାଲ୍ ମୁଢି" କଥା ମନେ ପକାଇ ପ୍ରଧାନମନ୍ତ୍ରୀ ଟିଏମସି ଉଦ୍ଦେଶ୍ୟରେ କଟାକ୍ଷ କରି କହିଛନ୍ତି, "ଆସନ୍ତା ମେ ୪ ତାରିଖରେ ପଶ୍ଚିମବଙ୍ଗରେ ଦଳ (ବିଜେପି) ଏହାର ଦଳୀୟ ବିଜୟ ଉତ୍ସବକୁ ମିଠା ସହ ଝାଲ୍ ମୁଢି ବଣ୍ଟନ ସହିତ ପାଳନ କରାଯିବ। ମୁଁ ଶୁଣିଛି ଯେ ଝାଲ୍ ମୁଢି କିଛି ଲୋକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଝାଲ୍ ମୁଢି ମୁଁ ଖାଇଛି, ହେଲେ ରାଗରେ ଟିଏମସି ପାଟି ପୋଡି଼ଯାଉଛି।"
ଏହି ରାଲିରେ ବ୍ୟାପକ ଜନ ସମାଗମ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେଉଥିବା ନେଇ ଆଶାବାଦୀ ଅଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories