Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଶ୍ଚିମବଙ୍ଗରେ ୧୦୦ ତଳକୁ ଖସିଲା TMC; ପାଣିହାତୀରେ ରତ୍ନା ଆଗରେ

Politics

West Bengal Results / ପଶ୍ଚିମବଙ୍ଗରେ ୧୦୦ ତଳକୁ ଖସିଲା TMC; ପାଣିହାତୀରେ ରତ୍ନା ଆଗରେ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ପଶ୍ଚିମବଙ୍ଗରେ ୧୦୦ ତଳକୁ ଖସିଲା TMC; ପାଣିହାତୀରେ ରତ୍ନା ଆଗରେ
Ratna Debnath Ahead in Crucial Contest

Key Points

ପାଣିହାତୀ ଆସନରୁ ନିର୍ବାଚନ ଲଢ଼ୁଛନ୍ତି ଆର୍‌ଜି କର୍ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ରତ୍ନା ଦେବନାଥ । ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ୁଥିବା ରତ୍ନା ଦେବନାଥ ଗଣତିରେ ଆଗୁଆ ଅଛନ୍ତି ।
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମତ ଗଣନା ଚାଲିଛି । ଟ୍ରେଣ୍ଡରେ ବିଜେପି ସବୁଠାରୁ ବଡ଼ ଦଳ ଭାବେ ଉଭା ହେବା ସହ ବହୁମତ ପାର୍ କରିଛି । ଗଣତି ରେଜଲ୍ଟ ଭିତରେ ସମସ୍ତଙ୍କ ନଜର ରହିଛି ପାଣିହାତୀ ବିଧାନସଭା ଆସନ ଉପରେ ।

ଏହି ପାଣିହାତୀ ଆସନରୁ ନିର୍ବାଚନ ଲଢ଼ୁଛନ୍ତି ଆର୍‌ଜି କର୍ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ ରତ୍ନା ଦେବନାଥ । ବିଜେପି ଟିକେଟ୍‌ରେ ନିର୍ବାଚନ ଲଢ଼ୁଥିବା ରତ୍ନା ଦେବନାଥ ଗଣତିରେ ଆଗୁଆ ଅଛନ୍ତି । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଏହି ଆସନରେ ମୋଟ ୧୩ ରାଉଣ୍ଡ ଗଣତି ହେବ ।

ଏଥିସହ ପଢ଼ନ୍ତୁ: TVK ଯାଦୁ ଆଗରେ DMK ଫିକା; ତାମିଲନାଡ଼ୁରେ ହୋଇପାରେ ଝୁଲା ବିଧାନସଭା 

ଦିନ ୧୨ଟା ୨୦ ସୁଦ୍ଧା ପାଣିହାତୀ ଆସନରେ ୨ ରାଉଣ୍ଡ ଗଣତି ସରିଛି । ଆଉ ଦୁଇ ରାଉଣ୍ଡରେ ରତ୍ନା ଦେବନାଥ ମୋଟ ୧୩ ହଜାର ୭୮୪ ଭୋଟ୍ ପାଇଛନ୍ତି । ଟିଏମ୍‌ସିର ତୀର୍ଥଙ୍କର ଘୋଷଙ୍କ ଠାରୁ ରତ୍ନା ଦେବନାଥ ୫ ହଜାର ୬୭ ଖଣ୍ଡ ଭୋଟ୍‌ରେ ଆଗୁଆ ଅଛନ୍ତି ।

କାହିଁକି ପାଣିହାତୀ ଚର୍ଚ୍ଚାରେ ?

ଚଳିତ ନିର୍ବାଚନରେ ବେଶ୍ ଚର୍ଚ୍ଚାରେ ରହିଛି ଏହି ବିଧାନସଭା ଆସନ । କେବଳ ରାଜନୈତିକ ଦୃଷ୍ଟିରୁ ନୁହେଁ ବରଂ ଭାବନାତ୍ମକ ଭାବେ ଲୋକଙ୍କ ମନରେ ରହିଛି ପାଣିହାତୀ । ଏହି ଆସନରୁ ବିଜେପି ରତ୍ନା ଦେବନାଥଙ୍କୁ ପ୍ରାର୍ଥୀ କରିଛି ।

ରତ୍ନା ଦେବନାଥ ହେଉଛନ୍ତି ଆର୍‌ଜି କର ପୀଡ଼ିତାଙ୍କ ମାଆ । ଯେଉଁଥିପାଇଁ ଲୋକଙ୍କ ନିକଟରେ ରତ୍ନାଙ୍କ ଏକ ସ୍ଵତନ୍ତ୍ର ପରିଚୟ ରହିଛି । ବିଜେପି ରତ୍ନାଙ୍କୁ ପ୍ରାର୍ଥୀ କରି ବାଜି ପଲଟାଇ ଦେଇଛି । ଏବେ ରତ୍ନାଙ୍କୁ ଆଶା ଅନୁସାରେ, ସହାନୁଭୂତି ଓ ନ୍ୟାୟ ଭିକ୍ଷା ଆଧାରରେ ଭୋଟ୍ ମିଳିଛି ।

ପାଣହାତୀ ଆସନର ମୁକାବିଲା କେବଳ ସେଇଠି ସୀମିତ ନାହିଁ । ବରଂ ଏହା ରାଜ୍ୟର ବ୍ୟାପକ ରାଜନୈତିକ ଦିଗର ସଂକେତ ଦେଉଛି । ଯଦି ରତ୍ନା ଦେବନାଥ ଏହି ଟ୍ରେଣ୍ଡକୁ ପ୍ରତି ରାଉଣ୍ଡର ବଜାୟ ରଖନ୍ତି, ତାହେଲେ ଏହା ବିଜେପି ଲାଗି ଏକ ଗୁରୁତ୍ତ୍ଵପୂର୍ଣ୍ଣ ବିଜୟୀ ସାବ୍ୟସ୍ତ ହେବ ।

ଏଥିସହ ପଢ଼ନ୍ତୁ: ଆସାମରେ ହ୍ୟାଟ୍ରିକ୍ ବିଜୟ ମାରିବ କି ବିଜେପି ? ପ୍ରାରମ୍ଭିକ ଟ୍ରେଣ୍ଡରେ ୯୯ ଆସନରେ ଆଗୁଆ 

ପଶ୍ଚିମବଙ୍ଗର ରେଜଲ୍ଟ

ଦିନ ସାଢ଼େ ୧୨ଟା ସୁଦ୍ଧା ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ, ବିଜେପି ୧୭୮ଟି ଆସନରେ ଆଗୁଆ ଚାଲିଛି । ତୃଣମୂଳ କଂଗ୍ରେସ (TMC) ୯୨ଟି ଆସନରେ ଆଗୁଆ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରୁ ହିଁ ପଶ୍ଚିମବଙ୍ଗରେ ଆଗୁଆ ରହିଛି ବିଜେପି । ଏକାଧିକ ଏକଜିଟ୍ ପୋଲ୍ ମଧ୍ୟ ପଶ୍ଚିମବଙ୍ଗରେ ବିଜେପି ଜିତିବା ଆକଳନ କରିଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Results: BJP Crosses Majority, TMC Drops Below 100 | Argus News | Argus News