|
logo
Live
Argus News App
GET APP

Argus News - ସୋମବାର ଆସିବ ଚୂଡାନ୍ତ ଭୋଚର ତାଲିକା; ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ

Politics

West Bengal Final Voter List / ସୋମବାର ଆସିବ ଚୂଡାନ୍ତ ଭୋଚର ତାଲିକା; ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ସୋମବାର ଆସିବ ଚୂଡାନ୍ତ ଭୋଚର ତାଲିକା; ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ
West Bengal Final Voter List

Key Points

ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପରେ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସୋମବାର (ମାର୍ଚ୍ଚ ୨୩) ପ୍ରକାଶିତ ହେବ ସଂଶୋଧିତ ଭୋଟର ତାଲିକା।
West Bengal First Supplementary Voter List: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ସୋମବାର (ମାର୍ଚ୍ଚ ୨୩) ପ୍ରକାଶିତ ହେବ ପ୍ରଥମ ପରିପୂରକ ଭୋଟର ତାଲିକା। ଯାହା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision) ପ୍ରକ୍ରିୟା ଅଧିନରେ କରାଯିବ। ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ମତଦାତା ସୂଚୀ ପ୍ରକାଶିତ ହେବାକୁ ଯାଉଥିବାରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶ ଜାରି କରିଛନ୍ତି।

ରବିବାର ଏହି ସୂଚନା ପ୍ରଦାନ କରିଛନ୍ତି ଅଧିକାରୀ। ଏନେଇ ଅଧିକାରୀ କହିଛନ୍ତି ଯେ ଏହି ତାଲିକା ଚୂଡ଼ାନ୍ତ ଭୋଟର ତାଲିକା ସହିତ ସମାନ ସମୟରେ ପ୍ରକାଶିତ ହେବ। ଯାହାର କପି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପଠାଯିବ। ଯାହାକୁ ପରେ ରାଜ୍ୟର ସମସ୍ତ ମତଦାନ କେନ୍ଦ୍ରରେ ପ୍ରଦର୍ଶିତ କରାଯିବ।

୨୭ ଲକ୍ଷରୁ ଅଧିକ ମାମଲାର ହୋଇଛି ସମାଧାନ: ନିର୍ବାଚନ କମିଶନ
ନିର୍ବାଚନ ଆୟୋଗର (Election Commission of India) ଜଣେ ଅଧିକାରୀ କହିଛନ୍ତି, ବିଚାରାଧିନ ମାମଲା ସମୀକ୍ଷା ପ୍ରକ୍ରିୟା ବ୍ୟାପକ ହୋଇଛି। ଆବଶ୍ୟକୀୟ ଯାଞ୍ଚ ପରେ ୨୭ ଲକ୍ଷରୁ ଅଧିକ ମାମଲା ସମାଧାନ କରାଯାଇଛି। ପରେ ଏହାକୁ ସ୍ୱଚ୍ଛତାର ସହ ଚୂଡାନ୍ତ ତାଲିକାରେ ଅନ୍ତର୍ଭୂକ୍ତ କରାଯିବ। ଫେବୃଆରୀ ୨୮ ତାରିଖରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାରେ ଯେଉଁ ୬୦ ଲକ୍ଷ ମତଦାତଙ୍କୁ ଚିହ୍ନଟ କରାଯାଇଥିଲା ସେମାନଙ୍କ ମଧ୍ୟରେ ଏହି ୨୭ ଲକ୍ଷ ଭୋଟର ରହିଥିଲେ।

ଜିଲ୍ଲାପାଳଙ୍କୁ ଦିଆଯାଇଛି ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ନିର୍ଦ୍ଦେଶ
ବିଧାନସଭା ନିର୍ବାଚନ (West Bengal Assembly Election 2026) ପାଇଁ ସଂଶୋଧିତ ଭୋଟର ତାଲିକା ପ୍ରକାଶିତ ହେବାକୁ ଯାଉଥିବାରୁ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପଶ୍ଚିମବଙ୍ଗ ସରକାର ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କତାମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ରାଜ୍ୟ ଗୃହ ବିଭାଗକୁ ଉପଯୁକ୍ତ ସତର୍କତାମୂଳକ ପଦକ୍ଷେପ ନେବାକୁ ଆହ୍ୱାନ କରାଯାଇଛି।

ଜିଲ୍ଲାପାଳଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ଯେ ସମ୍ଭାବ୍ୟ ସ୍ଥାନରେ ଭିଡ଼ ନିୟନ୍ତ୍ରଣ କରିବା, ସମ୍ବେଦନଶୀଳ ସ୍ଥାନ ଉପରେ ସତର୍କ ନଜର ରଖିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଅନ୍ୟାନ୍ୟ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ଆବଶ୍ୟକ। ଏହି ନିର୍ଦ୍ଦେଶ ରାଜ୍ୟ ସରକାରଙ୍କ ବରିଷ୍ଠ ସ୍ୱତନ୍ତ୍ର ସଚିବଙ୍କ ଦ୍ୱାରା ଜାରି କରାଯାଇଛି। ଅଧିକାରୀ ଜିଲ୍ଲାପାଳଙ୍କୁ ନିର୍ବାଚନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ସହାୟତା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal Final Voter List: ସୋମବାର ଆସିବ ଚୂଡାନ୍ତ ଭୋଚର ତାଲିକା; ଆଇନ ଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ | Argus News