Videos
|
Politics

West Bengal Elections / ଦିନକ ପରେ ବେଙ୍ଗଲ ଭୋଟିଂ, ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଶେଷ ହେଲା ପ୍ରଚାର

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଦିନକ ପରେ ବେଙ୍ଗଲ ଭୋଟିଂ, ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଶେଷ ହେଲା ପ୍ରଚାର
West Bengal Elections

Key Points

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଶେଷ ହେଲା ପ୍ରଚାର
ମଇଦାନରେ ସବୁ ବଳ ଲଗାଇଲେ ରାଜନୈତିକ ଦଳ
ଉତ୍ତର ବଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ମାରାଥନ ପ୍ରଚାର
ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଶେଷ ହୋଇଛି ପ୍ରଚାର । ଥମିଛି ମାଇକର ଗର୍ଜନ, ହେଲେ ବଢ଼ିଛି ରାଜନୈତିକ ଉଷ୍ମତା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଶେଷ ମୁହୂର୍ତ୍ତରେ ସବୁ ବଳ ଲଗାଇ ଦେଇଛନ୍ତି ହେଭିୱେଟ୍‌ । ଗୋଟିଏ ପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମାରାଥନ ପ୍ରଚାର କରି ମହିଳା ସୁରକ୍ଷା ଓ ଗୋରଖା ଆନ୍ଦୋଳନ ପ୍ରସଙ୍ଗରେ ମମତା ସରକାରଙ୍କୁ ଘେରିଥିବା ବେଳେ, ଅନ୍ୟପଟେ ବରାନଗରରେ ପରିବର୍ତ୍ତନର ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଥମିଲା ମାଇକ, ଶେଷ ହେଲା ପ୍ରଚାର । ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ଭୋଟରଙ୍କ ମନ ଜିଣିବାକୁ ମଇଦାନରେ ନିଜର ସବୁ ବଳ ଲଗାଇ ଦେଇଛନ୍ତି ରାଜନୈତିକ ଦଳ । ଏମିତିରେ ଶେଷ ଦିନରେ ବେଶ ରୋଚକ ହୋଇଛି କ୍ୟାମ୍ପେନ୍ ।

ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି । ଏହା ପୂର୍ବରୁ ଆଜି ଶେଷ ହୋଇଛି ପ୍ରଚାର । ଯେଉଁଥିପାଇଁ ଆଜି ପ୍ରଚାର ମଇଦାନ ପୂରା ସରଗରମ ହୋଇଛି । ମେଦିନିପୁର, ସିଲିଗୁଡ଼ି ସମେତ ଉତ୍ତର ବଙ୍ଗରେ ମାରାଥନ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ମମତା ସରକାରରେ ଭୁଶୁଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ଏବଂ ବୃଦ୍ଧି ପାଉଥିବା ମହିଳା ଅପରାଧକୁ ନେଇ ଦିଦିଙ୍କୁ ଘେରିଛନ୍ତି । ଗୋରଖା ଆନ୍ଦୋଳନ ପ୍ରସଙ୍ଗ ଉଠାଇ ଖୋଲିଛନ୍ତି ଟିଏମସି ସରକାରର ପୋଲ୍ । କିଭଳି ମମତା ଗୋରଖା ଆନ୍ଦୋଳନକାରୀଙ୍କ ପ୍ରତି ସମ୍ବେଦନହୀନ ବ୍ୟବହାର କରିଛନ୍ତି ସେ ବିଷୟରେ ଉଲ୍ଲେଖ କରି ବିଜେପି କ୍ଷମତାକୁ ଆସିଲେ ଏହି ସମାଜର ସମସ୍ତ ସମସ୍ୟାର ସମାଧାନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଶାହ ।

ସେପଟେ ଦମ୍ ଦମ୍ ଲୋକସଭା ଅନ୍ତର୍ଗତ ବରାନଗର ନିର୍ବାଚନ ମଣ୍ଡଳୀରେ ମଇଦାନକୁ ଓହ୍ଲାଇ ମମତା ସରକାର ଉପରେ ବର୍ଷିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅସବରରେ ଆସନ୍ତା ୪ ମଇରେ ବିଜେପି ବଙ୍ଗରେ ସରକାର ଗଢୁଥିବା କହି ଦେଇଛନ୍ତି ପରିବର୍ତ୍ତନର ଆହ୍ବାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉତ୍ତର ବଙ୍ଗରେ ସୀମା ସୁରକ୍ଷା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ରାଜ୍ୟରେ ଅନୁପ୍ରବେଶକାରୀଙ୍କ ସଂସ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବାରେ ଫେଲ୍ ମାରିଛନ୍ତି ମମତା ସରକାର । ଯାହାକୁ ଏଥର ବଡ଼ ମୁଦ୍ଦା କରିଛି ବିଜେପି । ତେବେ ଚଳିତ ଥର ଦିଦି ବଙ୍ଗୀୟ ଅସ୍ମିତାକୁ ଅସ୍ତ୍ର କରିଥିବା ଦେଖିବାକୁ ମିଳୁଛି । ୨୦୨୧ରେ ଉତ୍ତର ବଙ୍ଗରେ ବିଜେପି ଭଲ ପ୍ରଦର୍ଶନ କରିଥିବା ବେଳେ ଚଳିତ ଥର କାହା ପକ୍ଷରେ ରହିବ ଜନମତ ତାହା ସମୟ କହିବ ।
West Bengal Polls: Campaign Ends Ahead of Phase 1 Voting | Argus News