Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଧାୟକଙ୍କ ବିଦ୍ରୋହକୁ ନେଇ ଚିନ୍ତାରେ ମମତା, ଶିବ ସେନା ଦଶା ଭୋଗିବ TMC !

Politics

Bengal Political Storm / ବିଧାୟକଙ୍କ ବିଦ୍ରୋହକୁ ନେଇ ଚିନ୍ତାରେ ମମତା, ଶିବ ସେନା ଦଶା ଭୋଗିବ TMC !

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବିଧାୟକଙ୍କ ବିଦ୍ରୋହକୁ ନେଇ ଚିନ୍ତାରେ ମମତା, ଶିବ ସେନା ଦଶା ଭୋଗିବ TMC !
Will TMC Face a Shiv Sena-Like Split

Key Points

ବଢ଼ିଲା ଭୟ… କେତେବେଳେ ବି ଭାଙ୍ଗି ଯାଇପାରେ ଟିଏମ୍‌ସି । ରିପୋର୍ଟ ଅନୁସାରେ, ଟିଏମ୍‌ସିର ୫୦ ବିଧାୟକ ଦଳ ଛାଡ଼ି ପାରନ୍ତି ।
କୋଲକାତା: ଦଳରୁ ୨ ବିଧାୟକଙ୍କୁ ବିଦା କଲେ ମମତା । ବଢ଼ିଲା ଭୟ… କେତେବେଳେ ବି ଭାଙ୍ଗି ଯାଇପାରେ ଟିଏମ୍‌ସି । ସୋମବାର ମମତା ବାନାର୍ଜୀ ଟିଏମ୍‌ସିର ୨ ବିଧାୟକଙ୍କୁ ଦଳରୁ ବହିଷ୍କାର କରିବା ପରେ ଦଳ ଭାଙ୍ଗିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।

ପଶ୍ଚିମବଙ୍ଗରେ ଟିଏମ୍‌ସି କ୍ଷମତାରୁ ଯିବା ପରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡ଼ୁଛନ୍ତି । ମମତା ଡାକୁଥିବା ବୈଠକରେ ଅଧିକାଂଶ ବିଧାୟକ ପୂର୍ବରୁ ଯୋଗ ଦେଇ ନଥିଲେ । ଏବେ ଦୁଇ ବିଧାୟକଙ୍କୁ ଦଳରୁ ମମତା ବହିଷ୍କାର କରିବା ନୂଆ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।

ଏଥିସହ ପଢ଼ନ୍ତୁ: ପୂର୍ବତନ କ୍ରୀଡ଼ାମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ; କ'ଣ ରହିଛି ପୁରା 

ଚର୍ଚ୍ଚା ହେଉଛି ଟିଏମ୍‌ସିର ୫୦ ଜଣ ବିଧାୟକ ଦଳ ଛାଡ଼ି ପାରନ୍ତି । ତେବେ ଏନେଇ କେହି ବିଧିବଦ୍ଧ ଭାବେ କିଛି କହି ନାହାନ୍ତି । ରିପୋର୍ଟ ଅନୁସାରେ, ଟିଏମ୍‌ସିର ୫୦ ବିଧାୟକ ଦଳ ଛାଡ଼ି ପାରନ୍ତି । ଏବେ ଦଳରୁ ୨ ବିଧାୟକଙ୍କୁ ବହିଷ୍କାର ପରେ ସଂଖ୍ୟା ୭୮କୁ ଖସି ଆସିଛି ।

ଚର୍ଚ୍ଚା ହେଉଛି ତୃଣମୂଳ କଂଗ୍ରେସରୁ ବହିଷ୍କୃତ ରିତାବ୍ରତା ବାନାର୍ଜୀ ଓ ସନ୍ଦୀପନ ସାହାଙ୍କ ଜରିଆରେ ନୂଆ ତୃଣମୂଳ କଂଗ୍ରେସ ଗଠନ କରାଯିବ । ତେବେ, ଏନଇ କୌଣସି ନେତା ସର୍ବସାଧାରଣରେ ଖୋଲାଖୋଲି କିଛି ଆଲୋଚନା କରି ନାହାନ୍ତି ।

ମହାରାଷ୍ଟ୍ର ଭଳି ପଶ୍ଚିମବଙ୍ଗରେ ଭାଙ୍ଗିବ ଦଳ

ଯଦି ଟିଏମ୍‌ସିର ୫୦ ବିଧାୟକ ଅଲଗା ହୋଇ ଭିନ୍ନ ଗୋଷ୍ଠୀ ଗଢ଼ନ୍ତି । ତାହେଲେ ପଶ୍ଚିମବଙ୍ଗରେ ମହାରାଷ୍ଟ୍ର ଭଳି ସ୍ଥିତି ଦେଖିବାକୁ ମିଳିବ । ଉଦ୍ଧବ ଠାକରେଙ୍କ ନେତୃତ୍ଵାଧିନ ଶିବ ସେନାରୁ ଯେତେବେଳେ ଏକନାଥ ସିନ୍ଦେ ବିଧାୟକଙ୍କ ସହ ଅଲଗା ହୋଇଥିଲେ, ସେତେବେଳେ ଠାକରେ ଶିବ ସେନାର ନାଁ ସହିତ ଚିହ୍ନ ହରାଇଥିଲେ । ସମାନ ଘଟଣା ଘଟିଥିବା ଏନସିପିର ଶରଦ ପାୱାରଙ୍କ କ୍ଷେତ୍ରରେ ।

୨ ବିଧାୟକଙ୍କୁ କାହିଁକି ବହିଷ୍କାର ?

ହାୱ଼ା ଉଲୁବେରିଆ ପୂର୍ବ ଆସନରୁ ବିଧାୟକ ରୀତାବ୍ରତ ବାନାର୍ଜୀ ଓ ମଧ୍ୟ କୋଲକାତା ଏଣ୍ଟାଲି ବିଧାୟକ ସନ୍ଦୀପନ ସାହାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଟିଏମ୍‌ସି ଟିକେଟ୍ ନିର୍ବାଚିତ ହେବା ପରେ ମଧ୍ୟ ଉଭୟ ଳର ବୈଠକରେ ସାମଲ୍ ହୋଇ ନଥିଲେ । ଦଳ ବିରୋଧୀ ଗତିବିଧିରେ ସାମିଲ୍ ଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଟିଏମ୍‌ସି ପକ୍ଷରୁ କୁହାଯାଇଛି ।

ଶୁଭେନ୍ଦୁ ଅଧିକାରୀଙ୍କ ଭୂମିକା ?

ପୂର୍ବରୁ ଟିଏମ୍‌ସିର ବିରୋଧୀ ଦଳ ନେତା ଭାବେ ଶୋବନଦେବ ଚଟ୍ଟୋପାଧ୍ୟାୟଙ୍କ ଚୟନରେ ବିଧାୟକଙ୍କ ଜାଲ୍ ଦସ୍ତଖତ କଥା ଉଠାଇଥିଲେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଯାହାକୁ ନେଇ ଥାନାରେ ଏତଲା ବି ଦିଆଇଯାଇଛି । ସେତେବେଳେ ଶୁଭେନ୍ଦୁ ଅଧିକାରୀ ରୀତାବ୍ରତ ବାନାର୍ଜୀ ଓ ସନ୍ଦୀପନ ସାହାଙ୍କ ନାଁ ନେଇଥିଲେ ।

ଏଥିସହ ପଢ଼ନ୍ତୁ: ବାସନ ମଜାଳିଠୁ କ୍ରିକେଟର ଯାଏଁ; ଶୁଭେନ୍ଦୁଙ୍କ ଟିମରେ ଏମାନେ ହେଲେ ମନ୍ତ୍ରୀ 

ମୁଖ୍ୟମନ୍ତ୍ରୀ କହିଥିଲେ, "ଏହି ତଦନ୍ତ ବିଜେପି ଦ୍ଵାରା ଆରମ୍ଭ କରାଯାଇ ନାହିଁ । ବରଂ ଟିଏମ୍‌ସିର ୨ ବିଧାୟକ ମେ ୨୭ରେ ବିଧାନସଭା ବାଚସ୍ପତିଙ୍କ ନକଟରେ କରିଥିବା ଅଭିଯୋଗ ପରେ ଆରମ୍ଭ ହୋଇଛି ।"

ବିଧାୟକଙ୍କ ଅଭିଯୋଗ ଥିଲା, ମେ ୬ ତାରିଖରେ ଦଳର ବୈଠକରେ ବିରୋଧୀ ଦଳ ନେତା ଚୟନ ନେଇ କୌଣସି ପ୍ରସ୍ତାବ ପାରିତ କରାଯାଇ ନାହିଁ । ୭୦ ବିଧାୟକଙ୍କ ଦସ୍ତଖତ ଥିବା ସମର୍ଥନ ପତ୍ର ନକଲି ଅଟେ । ଯେଉଁଥିରେ ୧୪ ବିଧାୟକଙ୍କ ହସ୍ତାକ୍ଷର ବଡ଼ ଅକ୍ଷରରେ କରାଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
TMC Crisis Deepens: Mamata Expels 2 MLAs Amid Rebellion Rumours | Argus News | Argus News