Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୂର୍ବତନ କ୍ରୀଡ଼ାମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ; କ'ଣ ରହିଛି ପୁରା ଘଟଣାକ୍ରମ

National

Messi Kolkata Event FIR / ପୂର୍ବତନ କ୍ରୀଡ଼ାମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ; କ'ଣ ରହିଛି ପୁରା ଘଟଣାକ୍ରମ

Subhramjit Ray
Browse all articles by Subhramjit Ray
·2 hours ago·2 min read
ପୂର୍ବତନ କ୍ରୀଡ଼ାମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ; କ'ଣ ରହିଛି ପୁରା ଘଟଣାକ୍ରମ
Messi Kolkata Event FIR

Key Points

ବର୍ତ୍ତମାନ ଏହି ମାମଲାରେ ତଦନ୍ତ ଭାର ପୋଲିସ ହାତରେ ରହିଛି। ପୋଲିସ ବର୍ତ୍ତମାନ ଅଭିଯୋଗ ଉପରେ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ତଦନ୍ତ ପରେ ହିଁ ଏହା ସ୍ପଷ୍ଟ ହୋଇଯିବ ଯେ ଅଭିଯୋଗ କେତେ ସତ୍ୟ? କ'ଣ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାଁ ନାହିଁ।
Messi Kolkata Event Chaos: ଫୁଟବଲ୍ ସୁପରଷ୍ଟାର ଲିଓନେଲ୍ ମେସିଙ୍କ କୋଲକାତା ଗସ୍ତ ବେଳେ ହୋଇଥିବା ବିବାଦ ଏବେ ଆଇନଗତ ମୋଡ଼ ନେଇଛି। ଏହି ଘଟଣାରେ ପଶ୍ଚିମବଙ୍ଗର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ୱାସଙ୍କ ବିରୋଧରେ ବିଧାନନଗର ଦକ୍ଷିଣ ଥାନାରେ ଏକ ଏଫଆଇଆର ରୁଜୁ ହୋଇଛି। ତାଙ୍କ ବିରୋଧରେ ଧମକ ଦେବା, ଠକେଇ ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ଗୁରୁତର ଅଭିଯୋଗ ଆସିଛି। ରାଜଧାନୀ କୋଲକାତା ସ୍ଥିତ ପ୍ରତିଷ୍ଠିତ ଯୁବ ଭାରତୀ କ୍ରୀଡ଼ାଙ୍ଗନରେ ଅନୁଷ୍ଠିତ "ମେସି ଶୋ" ସମୟରେ ଉପୁଜିଥିବା ବିବାଦ ଏବଂ ବିଶୃଙ୍ଖଳା ସହିତ ଏହି ମାମଲା ଜଡିତ। ଏହି କାର୍ଯ୍ୟକ୍ରମର ଆୟୋଜକ ଶତଦ୍ରୁ ଦତ୍ତ ପୂର୍ବରୁ ପୂର୍ବତନ କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଦାୟର କରି ସାରିଛନ୍ତି।

କେଉଁ ଧାରାରେ ରୁଜୁ ହୋଇଛି ମାମଲା?

ପଶ୍ଚିମବଙ୍ଗ ପୋଲିସ ଭାରତୀୟ ନ୍ୟାୟ ସଂହିତାର (BNS) ପାଞ୍ଚଟି ଧାରାରେ ଅରୂପ ବିଶ୍ୱାସଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏଥିରେ ସାଧାରଣ ଅପରାଧିକ ଉଦ୍ଦେଶ୍ୟ, ଦାଦାବଟି ଆଦାୟ, ଠକେଇ, ଅପରାଧିକ ଧମକ ଏବଂ ଅପରାଧିକ ଷଡ଼ଯନ୍ତ୍ର ସହିତ ଜଡି଼ଡ ଧାରା ଅନ୍ତର୍ଭୂକ୍ତ ରହିଛି।

ଅଭିଯୋଗ କ'ଣ?
ଏନେଇ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ଡିସେମ୍ବର ୧୩ ତାରିଖରେ ଲିଓନେଲ୍ ମେସିଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଅରୂପ ବିଶ୍ୱାସ ଆୟୋଜକଙ୍କ ଠାରୁ ବହୁ ସଂଖ୍ୟକ ଟିକେଟ୍ ଦାବି କରିଥିଲେ। ଅଭିଯୋଗ ହୋଇଛି ଯେ ସେ ତାଙ୍କ ସମର୍ଥକ ଏବଂ ପରିଚିତ ଲୋକଙ୍କ ମଧ୍ୟରେ ବଣ୍ଟନ କରିବା ପାଇଁ ଟିକେଟ୍ ଦାବି କରିଥିଲେ। ଯଦି ତାଙ୍କ ଦାବି ପୂରଣ ନହୁଏ, ତାହେଲେ କ୍ରୀଡ଼ାଙ୍ଗନରେ ଅନୁଷ୍ଠିତ ହେଉଥିବା ମେସିଙ୍କ କାର୍ଯ୍ୟକ୍ରମ ବାତିଲ କରିଦେବାକୁ ଧମକ ଦେଇଥିଲେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ଅରୂପ ବିଶ୍ୱାସ। ଏହି କାର୍ଯ୍ୟକ୍ରମର ଆୟୋଜକ ଶତଦ୍ରୁ ଦତ୍ତ ଦାବି କରିଛନ୍ତି ଯେ ପୂର୍ବତନ ମନ୍ତ୍ରୀ ପ୍ରାୟ ୨୨,୦୦୦ ଟିକେଟ୍ ପାଇଥିଲେ। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଏହି ଟିକେଟ୍ ମଧ୍ୟରୁ ବହୁ ସଂଖ୍ୟକ ଟିକେଟ କଳାବଜାରୀ ହୋଇଥିବାର ଅଭିଯୋଗ ହୋଇଛି।

ଏହା ସହ ପଢନ୍ତୁ: ପୁଣି ଖୋଲିବ 'ମେସି ଇଭେଣ୍ଟ' ସହ ଜଡିତ ଫାଇଲ! ହୋଇପାରେ ବଡ଼ ପର୍ଦ୍ଦାଫାଶ

ମେସିଙ୍କ କୋଲକାତା ଗସ୍ତ ବେଳେ ହୋଇଥିଲା ହଙ୍ଗାମା
ଫୁଟବଲ୍ ସୁପରଷ୍ଟାର ଲିଓନେଲ୍ ମେସିଙ୍କ କୋଲକାତା ଗସ୍ତ ସମୟରେ କ୍ରୀଡାଙ୍ଗନରେ ବ୍ୟାପକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ସେ ମାତ୍ର ୧୦ ମିନିଟ୍ ପାଇଁ ଷ୍ଟାଡିୟମ ଠାରେ ରହିଥିଲେ। ଏପରିକି ସେ ଷ୍ଟାଡିୟମ ପରିଦର୍ଶନ ମଧ୍ୟ କରି ପାରିନଥିଲେ। ଏହି କାର୍ଯ୍ୟକ୍ରମ ସଲ୍ଟ ଲେକ୍ ଷ୍ଟାଡିୟମ (ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନ) ଠାରେ ଆୟୋଜିତ ହୋଇଥିଲା। ଯେଉଁଠି ପ୍ରବଳ ଭିଡ଼ ହେବା ସହ ବ୍ୟାପକ ବିଶୃଙ୍ଖଳା ଦେଖିବାକୁ ମିଳିଥିଲା।

ଏନେଇ ଅଭିଯୋଗ ହୋଇଛି ଯେ ଆୟୋଜକ, ଫଟୋଗ୍ରାଫର, ରାଜନେତା, ମନ୍ତ୍ରୀ ଏବଂ ସେମାନଙ୍କର ନିକଟତମ ସହଯୋଗୀଙ୍କ ଭିଡ଼ ଖେଳାଳି ଏବଂ ଅତିଥିଙ୍କ ଚାରିପାଖରେ ଜମା ହୋଇଥିଲେ। ଯାହା ଦ୍ୱାରା ଷ୍ଟାଡ଼ିୟମ୍ ପରିସରରେ ବିଶୃଙ୍ଖଳା ସୃଷ୍ଟି ହୋଇଥି୍ଲା। ଏହି ଅଭିଯୋଗରେ ଏହା ମଧ୍ୟ ଦାବି କରାଯାଇଛି ଯେ ଅନେକ ରାଜନୈତିକ ବ୍ୟକ୍ତି ଏବଂ ଭିଆଇପି ମେସିଙ୍କ ଅତି ନିକଟତର ହୋଇଯାଇଥି୍ଲେ। ଯାହାକୁ ନେଇ ସୁରକ୍ଷା ଏବଂ ପରିଚାଳନା ଉପରେ ପ୍ରଶ୍ନ ଉଠିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Messi Kolkata Show Row: FIR Against Ex-Minister Over 22K Black Tickets | Argus News