Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଙ୍ଗରେ ଯାଦୁ ଦେଖାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ; ବାଜି ମାରିନେଲେ ବିଜେପି ପ୍ରାର୍ଥୀ

Politics

CM Yogi Bengal Campaign / ବଙ୍ଗରେ ଯାଦୁ ଦେଖାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ; ବାଜି ମାରିନେଲେ ବିଜେପି ପ୍ରାର୍ଥୀ

Subhramjit Ray
Browse all articles by Subhramjit Ray
·1 hour ago·2 min read
ବଙ୍ଗରେ ଯାଦୁ ଦେଖାଇଲେ ମୁଖ୍ୟମନ୍ତ୍ରୀ ଯୋଗୀ; ବାଜି ମାରିନେଲେ ବିଜେପି ପ୍ରାର୍ଥୀ
CM Yogi Bengal Campaign

Key Points

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳର ବିଜୟରେ ପ୍ରମୁଖ ଭୂମିକା ରହିଛି ବୋଲି ବିବେଚନା କରାଯାଏ। ବିଜେପି ତାରକା ପ୍ରଚରକ ଭାବରେ ମୁଖ୍ୟମନ୍ତ୍ରୀ ଯୋଗୀ ପଶ୍ଚିମବଙ୍ଗର ଯେଉଁ ସବୁ ଆସନରେ ପ୍ରଚାର କରିଥିଲେ ତାହା ମଧ୍ୟରୁ ଅଧିକାଂଶରେ ବିଜେପି ପ୍ରାର୍ଥୀ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।
CM Yogi Strike Rate in Bengal: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଜନରେ ବାଜିମାତ କରିଛି ବିଜେପି। ଏହି ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ଦଳ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି। ରାଜ୍ୟର ମୋଟ୍ ୨୯୪ ଆସନ ମଧ୍ୟରୁ ବିଜେପି ୨୦୭ ସିଟ୍ ହାତେଇ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାର ସରକାର ଗଠନ କରିବା ଲାଗି ପ୍ରସ୍ତୁତ ହେଉଛ। ୨୦୨୬ ପଶ୍ଚିମବଙ୍ଗ ଲଢେଇରେ ବିଜେପି ପାଇଥିବା ସଫଳତା ପଛରେ ଦଳର ଅନେକ ତାରକା ପ୍ରଚାରକଙ୍କ ଭୂମିକା ରହିଛି। ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଏଥରର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦଳକୁ ଅପ୍ରତ୍ୟାଶିତ ବିଜୟ ପଛରେ ବିଜେପି ତାରକା ପ୍ରଚାରକ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ପ୍ରମୁଖ ଭୂମିକା ରହିଥିବାର କୁହାଯାଏ। ନିର୍ବାଚନ ସମୟରେ ସେ ଯେଉଁ ସବୁ ଆସନରେ ପ୍ରଚାର କରିଥିଲେ ତାହା ମଧ୍ୟରୁ ଅଧାରୁ ଅଧିକ ବିଜେପି ପ୍ରାର୍ଥୀ ବିପୁଳ ବିଜୟ ହାସଲ କରିଛନ୍ତି। ଚଳିତ ଥର ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗର ପ୍ରାୟ ୨୦-୨୫ ଆସନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ।

ତାଙ୍କର ସେହି ଚର୍ଚ୍ଚିତ ବୟାନ ଯାହା ଦଳକୁ ଦେଇଥିଲା ବିଜୟ
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଯୋଗୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପ୍ରଚାର ଅଭିଯାନରୁ ଦୂରରେ ରହିଥିଲେ। ହେଲେ ପରେ ପ୍ରଚାର ନିର୍ବାଚନ ମୈଦାନକୁ ଓହ୍ଲାଇ ଦଳ ପାଇଁ ଧୂଆଁଧାର ପ୍ରଚାର କରିଥିଲେ। ମୁଖ୍ୟମନ୍ତ୍ରୀ ଯେଉଁ ବିଧାନସଭା ଆସନରେ ପ୍ରଚାର କରିଥିଲେ କିମ୍ବା ରୋଡ୍ ଶୋ କରିଥିଲେ, ତାହା ମଧ୍ୟରୁ ଅଧାରୁ ଅଧିକ ଆସନରେ ବିଜେପି ପ୍ରାର୍ଥୀ ବାଜିମାତ କରିଛନ୍ତି। ସେ ଆକ୍ରମଣାତ୍ମକ ଶୈଳୀରେ ଦଳ ପାଇଁ ପ୍ରଚାର ଅଭିଯାନକୁ ଆଗେଇ ନେଇଥିଲେ। ସେ ମମତା ବାନାର୍ଜୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ। ଯାହା ମଧ୍ୟରେ ହିନ୍ଦୁତ୍ୱ ପ୍ରମୁଖ ଗ୍ରହଣ କରିଥିଲେ। ଏହା ଦଳ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥିଲେ। ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଟିଏମସି ସରକାର ସମର୍ଥିତ ଗୁଣ୍ଡାରାଜ, ଡବଲ-ଇଞ୍ଜିନ୍ ବିଜେପି ସରକାର" ଆଦି ପ୍ରସଙ୍ଗ ଉଠାଇଥିଲେ।

ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ, "ଆମେ ପଶ୍ଚିମବଙ୍ଗକୁ କାବାର ଭୂମି ହେବାକୁ ଦେବୁ ନାହିଁ। ବଙ୍ଗ ମାଟି ମାଆ କାଳୀ, ମାଆ ଦୁର୍ଗା, ବନ୍ଦେ ମାତରମ୍ ଭୂମି ହୋଇ ରହିବ। ହର ହର ମହାଦେବ ଧ୍ୱନି ଏହି ପବିତ୍ର ଭୂମିରୁ ପ୍ରତିଧ୍ୱନିତ ହେବ। ଟିଏମସି ମେୟର କହୁଛନ୍ତି ସେ ପଶ୍ଚିମବଙ୍ଗର ଅଧା ଜନସଂଖ୍ୟାକୁ ଉର୍ଦ୍ଦୁ କହିବା ଶିଖାଇବେ। ହେଲେ ମୁଁ ତାଙ୍କୁ କହିବାକୁ ଚାହୁଁଛି ଯେ ପଶ୍ଚିମବଙ୍ଗରେ କେବଳ ବଙ୍ଗଳା ଭାଷା କୁହାଯିବ। " ମୁଖ୍ୟମନ୍ତ୍ରୀ ଯୋଗୀ ଯେଉଁ ଆସନରେ ନିର୍ବାଚନ ପ୍ରଚାର କରିଥିଲେ ତାହା ମଧ୍ୟରୁ ଅଧାରୁ ଅଧିକ ଆସନରେ ବିଜେପି ପ୍ରାର୍ଥୀ ବିପୁଳ ବିଜୟ ହାସଲ କରିଛନ୍ତି।
ସେହି ଆସନ ହେଉଛି...
ଆସାନସୋଲ ଦକ୍ଷିଣ: ଅଗ୍ନିମିତ୍ରା ପାଲ
ଆସାନସୋଲ ଉତ୍ତର: କ୍ରୀଷ୍ଣେନ୍ଦୁ ମୁଖାର୍ଜୀ
ରାଜାରହାଟ ଗୋପାଳପୁର: ତରୁଣଜ୍ୟୋତି ତିୱାରୀ
ରାମପୁରହାଟ: ଧ୍ରୁବ ସାହା
ଦମ୍ ଦମ୍: ଅରିଜିତ୍ ବକ୍ସି
ଧୁପଗୁଡ଼ି: ନରେଶ ରାୟ
ବାଙ୍କୁଡ଼ା: ନିଲାଦ୍ରି ଶେଖର ଦାନା
ବାଗଦା: ସୋମା ଠାକୁର
ବାରାବନି: ଅରିଜିତ ରୟ
ଗାରବେଟା: ପ୍ରଦୀପ ଲୋଢା
ସୋନାମୁଖି: ଦିବାକାର ଘରାମି
କନ୍ଥି ଦକ୍ଷିଣ: ଅରୁପ କୁମାର ଦାସ
କଲ୍ୟାଣୀ: ଅନୁପମ ବିଶ୍ୱାସ
ଚକଦାହା: ବଙ୍କିମ ଚନ୍ଦ୍ର ଘୋଷ
ମଥାଭାଙ୍ଗା: ନିଶିଥ ପରମାଣିକ
ନନ୍ଦକୁମାର: ଖାନରା ନିର୍ମଳ
ଜୟପୁର: ବିଶ୍ୱଜିତ ମହତୋ
ଜଲପାଇରୀଗୁଡ଼ି: ଅନନ୍ତ ଦେବ ଅଧିକାରୀ
ଜୋରାସାଙ୍କୋ: ବିଜୟ ଓଝା
ପିଙ୍ଗଲା: ସ୍ୱାଗତ ମାନ୍ନା
ପୁରୁଲିଆ: ସୁଦୀପ କୁମାର ମୁଖାର୍ଜୀ
କଟୱା: କୃଷ୍ଣା ଘୋଷ
ନବଦ୍ୱୀପ: ଶୃତିଶେଖ ଗୋସ୍ୱାମୀ
ମାଲଦା: ଗୋପାଳ ଚନ୍ଦ୍ର ଶାହ







Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
yogi-adityanath-impact-west-bengal-election-results-2026 | Argus News