Videos
|
Rath-yatra

RSS Volunteers in Puri / ପୁରୀରେ ସେବା ପଥରେ ସଂଘ ପରିବାର, ୩୦ ଜିଲ୍ଲାରୁ ୩୦୦୦ରୁ ଅଧିକ ସ୍ୱୟଂସେବକ ସାମିଲ

Santosh Kumar Sahoo
Browse all articles by Santosh Kumar Sahoo
·2 months ago·2 min read
ପୁରୀରେ ସେବା ପଥରେ ସଂଘ ପରିବାର, ୩୦ ଜିଲ୍ଲାରୁ ୩୦୦୦ରୁ ଅଧିକ ସ୍ୱୟଂସେବକ ସାମିଲ
Puri Rath Yatra

Key Points

ଜଗନ୍ନାଥ ସଂସ୍କୃତିର ମୂଳମନ୍ତ୍ରକୁ ସାର୍ଥକ କଲେ ସ୍ବୟଂସେବକ
ବଡ଼ଦାଣ୍ଡରେ ଯୋଗାଇଲେ ୯ ପ୍ରକାରର ସେବା
ଦେବଦୂତ ସାଜିଲେ ୩୦ ଜିଲ୍ଲାରୁ ୩ ହଜାରରୁ ଅଧିକ ସ୍ୱେଚ୍ଛାସେବୀ
କୌଣସି ପଦବୀର ମୋହ ନାହିଁ, ନାହିଁ କୌଣସି ପ୍ରଶଂସାର ଆଶା । ସ୍ବୟଂ ସେବକଙ୍କର ଶୃଙ୍ଖଳିତ ଓ ନିଶ୍ୱାର୍ଥପର ସେବା ଯୋଗୁଁ ହିଁ ଚଳିତ ବର୍ଷ ବଡ଼ଦାଣ୍ଡରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସୁରକ୍ଷିତ ଭାବେ କାଳିଆର ଦର୍ଶନ କରି ଫେରିଛନ୍ତି । ଭିଡ଼ ଭିତରେ କିଏ କାଦୁଅରେ ପଡ଼ିଯାଇଥିଲେ ତ କିଏ ନିଶ୍ୱାସ ନେଇପାରୁନଥିଲେ । ଏପରି ସ୍ଥିତିରେ ଅସୁସ୍ଥଙ୍କୁ ଆମ୍ବୁଲାନ୍ସରେ ନେଇ ହସ୍ପିଟାଲ୍ ପହଞ୍ଚାଇଥିଲେ ସ୍ବୟଂ ସେବକ ।

ମାନବ ସେବା ହିଁ ମାଧବ ସେବା । ଜଗନ୍ନାଥ ସଂସ୍କୃତିର ମୂଳମନ୍ତ୍ରକୁ ସାର୍ଥକ କରିଛନ୍ତି ସ୍ବୟଂସେବକ । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନ । ପ୍ରତିକୂଳ ପରିସ୍ଥିତିରେ, ସଙ୍କଟ କାଳରେ ପ୍ରଶାସନ ସହିତ କାନ୍ଧକୁ କାନ୍ଧ ମିଳାଇ ଆଗେଇ ଆସିଥିଲେ ହଜାର ହଜାର ରାଷ୍ଟ୍ରବାଦୀ ସ୍ୱେଚ୍ଛାସେବୀ । ସେବା ପଥରେ ସାଜିଥିଲେ ଦେବଦୂତ । ଗତକାଲିର ପ୍ରବଳ ବର୍ଷା ପରେ ଆଜି ବଡ଼ଦାଣ୍ଡରେ ବଢ଼ି ଚାଲିଥିଲା ଅସହ୍ୟ ଗୁଳୁଗୁଳି । ଲୋକେ ଝାଳରେ ଭିଜୁଥିଲେ ।

ଲକ୍ଷ ଲକ୍ଷ ଜନସମୁଦ୍ରର ଚାପ ମଧ୍ୟରେ ଶ୍ୱାସରୁଦ୍ଧ ହୋଇ ଅନେକ ଶ୍ରଦ୍ଧାଳୁ ହଠାତ୍ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ବଡ଼ଦାଣ୍ଡରେ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୋଇଥିବାବେଳେ ଦେବଦୂତ ସାଜିଛନ୍ତି ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ୩ ହଜାରରୁ ଅଧିକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକ । ଉତ୍କଳ ବିପନ୍ନ ସହାୟତା ସମିତିର ପ୍ରତ୍ୟକ୍ଷ ସହଯୋଗରେ କର୍ମକର୍ତ୍ତାମାନେ ବଡ଼ଦାଣ୍ଡର କୋଣ ଅନୁକୋଣରେ ହୋଇଥିଲେ ମୁତୟନ ।

କେବଳ ପାଣି ବାଣ୍ଟିବା ନୁହେଁ, ଏଥର ସଂଘ ପରିବାର ପକ୍ଷରୁ ବଡ଼ଦାଣ୍ଡରେ ମୋଟ୍ ୯ ପ୍ରକାରର ସେବା ଯୋଗାଇ ଦିଆଯାଇଥିଲା । ପ୍ରବଳ ଗୁଳୁଗୁଳିରୁ ଶ୍ରଦ୍ଧାଳୁଙ୍କୁ ଆଶ୍ୱସ୍ତି ଦେବା ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଉପରକୁ ଲଗାତାର ଜଳ ସିଞ୍ଚନ କରାଯାଉଥିଲା । ଏହା ସହିତ ସ୍ୱତନ୍ତ୍ର ପ୍ରାଥମିକ ଚିକିତ୍ସା କ୍ୟାମ୍ପ, ଶୀତଳ ପାନୀୟ ଜଳ ବଣ୍ଟନ, ଷ୍ଟ୍ରେଚର ସେବା ଏବଂ ବଡ଼ଦାଣ୍ଡକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଚାଲିଥିଲା ସ୍ୱଚ୍ଛତା ଅଭିଯାନ । ବିଶ୍ୱ ହିନ୍ଦୁ ପରିଷଦ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ହିନ୍ଦୁ ଜାଗରଣ ମଞ୍ଚର କାର୍ଯ୍ୟକର୍ତ୍ତା ମଧ୍ୟ ମହାଯଜ୍ଞରେ ସାମିଲ ହୋଇଥିଲେ । ଉତ୍କଳ ବିପନ୍ନ ସହାୟତା ସମିତି ଓ RSS ପକ୍ଷରୁ ଖୋଲାଯାଇଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଅସୁସ୍ଥ ଓ ଆହତ ଶ୍ରଦ୍ଧାଳୁଙ୍କୁ ମାଗଣାରେ ଔଷଧ ଓ ଡାକ୍ତରୀ ସେବା ପ୍ରଦାନ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଅସୁସ୍ଥ ଶ୍ରଦ୍ଧାଳୁଙ୍କ ଜୀବନ ରକ୍ଷା କରିବା । ପ୍ରବଳ ଭିଡ଼ ଓ ବର୍ଷା ଯୋଗୁଁ ରାସ୍ତା ଜାମ୍ ଥିବା ବେଳେ ଆମ୍ବୁଲାନ୍ସ ଯିବା ଅସମ୍ଭବ ମନେ ହେଉଥିଲେ ବି ସ୍ୱୟଂସେବକମାନେ ନିଜ ଜୀବନକୁ ବାଜି ଲଗାଇ ଲକ୍ଷ ଲକ୍ଷ ଲୋକଙ୍କ ଭିତରେ ଏକ ଦୃଢ଼ ମାନବ ଶୃଙ୍ଖଳା ତିଆରି କରିଥିଲେ । ନିଜ ଶରୀରକୁ ପ୍ରାଚୀର ସଦୃଶ ଛିଡ଼ା କରି ଆମ୍ବୁଲାନ୍ସ ଯିବା ପାଇଁ ପ୍ରସ୍ତୁତ କରିଥିଲେ ସ୍ବତନ୍ତ୍ର ଗ୍ରୀନ୍ କରିଡର । ଏପରି ବିପତ୍ତି ସମୟରେ ରାଷ୍ଟ୍ରବାଦୀ ସଂଗଠନଗୁଡ଼ିକର ସେବା ପ୍ରମାଣିତ କରିଛି ଯେ, ମାନବ ଜାତିର ସେବା ହିଁ ଈଶ୍ୱରଙ୍କର ସବୁଠାରୁ ବଡ଼ ପୂଜା ।
Sangh Parivar Volunteers Support Devotees on Puri Bada Danda | Argus News