Videos
|
Rath Yatra

Adharapana Niti / ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି…

Rashmita Mishra
Browse all articles by Rashmita Mishra
·1 hour ago·2 min read
 ଆଜି ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି…
Adharapana Niti

Key Points

ଆସନ୍ତାକାଲି ନୀଳାଦ୍ରିବିଜେ...
ଆଜି ଗରୁଡ ଶୟନ ଦ୍ୱାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେବ ଅଧରପଣା ନୀତି...
ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହୋଇ ରାତି ୮ଟା ବେଳକୁ ହେବ ସମ୍ପନ୍ନ । 

ରଥଯାତ୍ରାର ଶେଷ ପର୍ବ ପୂର୍ବରୁ ଶ୍ରୀକ୍ଷେତ୍ରର ପବିତ୍ର ପରିବେଶ ଆଜି ଆହୁରି ଭାବବିହ୍ୱଳ । ମହାପ୍ରଭୁଙ୍କ ଅଧର ସ୍ପର୍ଶରେ ପବିତ୍ର ହେଉଥିବା ଦିବ୍ୟ ‘ଅଧର ପଣା’ ନୀତିକୁ ନେଇ ଭକ୍ତମାନଙ୍କ ମନରେ ଉତ୍ସାହ ଓ ଆଧ୍ୟାତ୍ମିକ ଉତ୍କଣ୍ଠା ଚରମସୀମାରେ ପହଞ୍ଚିଛି । ଆସନ୍ତାକାଲି ପତିତପାବନ ଶ୍ରୀଜଗନ୍ନାଥ ରତ୍ନସିଂହାସନକୁ ବାହୁଡ଼ିବା ପୂର୍ବରୁ, ଆଜିର ଏହି ଅନନ୍ୟ ନୀତି ରଥଯାତ୍ରାର ଏକ ରହସ୍ୟମୟ ଓ ଦିବ୍ୟ ପରମ୍ପରାକୁ ପୁଣିଥରେ ଜୀବନ୍ତ କରିଦେବ ।

ଆସନ୍ତାକାଲି ପତିତପାବନ ଯାତ୍ରାର ଲୀଳାଖେଳା ସାରି ରତ୍ନସିଂହାସନକୁ ବାହୁଡ଼ିବେ ମହାବାହୁ । ଆଜି ଗରୁଡ ଶୟନ ଦ୍ୱାଦଶୀ ତିଥିରେ ରଥ ଉପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଅଧର ପଣା ନୀତି । ମଧ୍ୟାହ୍ନ ଧୂପ ସରିବା ପରେ ଏହି ନୀତି ଅନୁଷ୍ଠିତ ହେବ । ରାତି ୮ ଟା ବେଳକୁ ଏହି ନୀତି ସମ୍ପାଦିତ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି ।

ମହାପ୍ରଭୁଙ୍କ ଅଧର ଚୁମିତ ପଣାକୁ ପାଇବା ପାଇଁ ପାର୍ଶ୍ଵ ଦେବାଦେବୀଙ୍କ ସହ ଅଶରୀର ମାନେ ଚାହିଁ ରହିଥାନ୍ତି ବୋଲି ମତ ରହିଛି । ସ୍ୱତନ୍ତ୍ର ଭାବେ ଏହି ପଣାକୁ ଶ୍ରୀବିଗ୍ରହ ମାନଙ୍କର ଅଧର ପର୍ଯ୍ୟନ୍ତ ମାପ ରେ ନିର୍ମିତ ତିନି ତିନଟି ତୁମ୍ଭାକାର ହାଣ୍ଡିରେ ପ୍ରସ୍ତୁତ କରାଯାଇଥାଏ । ଯଜ୍ଞ ପୂଜା ଦ୍ୱାରା ରଥଯାତ୍ରା ସମୟରେ ଶ୍ରୀଜିଉମାନଙ୍କ ସହିତ ବହୁ ଦେବାଦେବୀ ,ଚଣ୍ଡୀ,ଚାମୁଣ୍ଡା ମଧ୍ୟ ଯାତ୍ରା କରିଥାନ୍ତି ।

ସେମାନଙ୍କ ସନ୍ତୁଷ୍ଟି ପାଇଁ ସ୍ୱତନ୍ତ୍ର ଭାବେ ବଡଓଡ଼ିଆ ମଠ, ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ପଣା ସାମଗ୍ରୀ ଯୋଗାଇ ଦିଆଯାଏ । ଛେନା ,ଛାଚି , କ୍ଷୀର ,ସର,ଗୋଲମରିଚ ,କର୍ପୁର ,ଜାଇଫଳ,କଦଳୀ ଆଦିକୁ ମିଶ୍ରଣ କରାଯାଇ ପଣା ପ୍ରସ୍ତୁତ କରାଯିବା ସହ ଏହି ଅଧର ହାଣ୍ଡିକୁ ରଥ ଉପରେ ଭଙ୍ଗାଯିବାର ରହିଛି ଦିବ୍ୟ ପରମ୍ପରା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored