Rath Yatra 2026 / ବଡ଼ଦାଣ୍ଡରୁ ବଡ଼ ଦେଉଳକୁ ବିଜେ କଲେ ଶ୍ରୀଜିଉ, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା
·1 month ago·2 min read

Key Points
ଶ୍ରୀମନ୍ଦିରକୁ ବାହୁଡିଲେ ଶ୍ରୀଜିଉ
ବଡ଼ ଦେଉଳକୁ ବିଜେ କଲେ ଶ୍ରୀଜିଉ
୧୨ ଦିନର ଲୀଳାଖେଳା ସାରି ନୀଳ କନ୍ଦରକୁ ବାହୁଡିଲେ ନୀଳାଦ୍ରିନାଥ

ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ନୀଳାଦ୍ରି ବିଜେ ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନକୁ ବିଜେ କରିଛନ୍ତି । ଏଥିସହ ଚଳିତବର୍ଷର ଘୋଷଯାତ୍ରା ସମ୍ପନ୍ନ ହୋଇଛି । ଆଜିଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ଦର୍ଶନ ଦେବେ ।
ଅଧିକ ପଢ଼ନ୍ତୁ: ଅଧରପଣା ନୀତି ପଛରେ କ'ଣ ରହିଛି ରହସ୍ୟ, କେତେଦିନ ହୁଏ ଅଧରପଣା ନୀତି ?
ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଝୁଲି ଝୁଲି ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଛନ୍ତି । ଭକ୍ତଙ୍କ ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର ଫାଟି ପଡ଼ିଛି । ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ପରମ୍ପରା ଅନୁଯାୟୀ ମହାପ୍ରଭୁ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଛନ୍ତି ।ପ୍ରବଳ ବର୍ଷା ସତ୍ତ୍ୱେ ରାତ୍ର ୭ ଟା ୫୫ ରେ ଚାରମାଳ ବନ୍ଧା ହୋଇ ମଦନ ମୋହନ ,ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ପାଖାପାଖି ୯ ଟା ୨୦ ବେଳକୁ ବଳଭଦ୍ର ଦେବଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ରାତି ୧୨ ଟା ୫୦ ବେଳକୁ ମହାଲକ୍ଷ୍ମୀ ନୀତି ସାରି ବାହୁଡ଼ା ବିଜେ କରିଛନ୍ତି ବିଶ୍ୱ ନିଅନ୍ତା ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କ ସହ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଗୋଟି ପହଣ୍ଡିରେ ବିଜେ କରିଛନ୍ତି । ସ୍ନାନପୂର୍ଣ୍ଣିମାଠାରୁ ଶୂନ୍ୟ ପଡ଼ିଥିବା ଶ୍ରୀମନ୍ଦିର ରତ୍ନବେଦିରେ ମହାପ୍ରଭୁଙ୍କ ବିଜେ ପରେ ପୁଣି ଶ୍ରୀମନ୍ଦିର ପୂର୍ଣ୍ଣ ହୋଇଉଠିଛି । ମହାପ୍ରଭୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜିଠାରୁ ଶ୍ରୀମନ୍ଦିରରେ ନୀଳାଚଳ ଅବଢ଼ା ବାହାରିବ । ଭକ୍ତ ଏବଂ ଶ୍ରଦ୍ଧାଳୁ ମହାପ୍ରସାଦ ପାଇବେ ।
ସେପଟେ ଭାବରେ ଭିଜିଥିଲା ସିଂହଦ୍ୱାର । ନୀଳାଦ୍ରି ବିଜେ ଦିନରେ ବି ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ପହଣ୍ଡି ହୋଇ ଯାଇଥିବା ରାସ୍ତାରେ ମହାପ୍ରଭୁଙ୍କ ପାଦ ଚିହ୍ନ ଭାବରେ ଧୂଳି, ଫୁଲ ଇତ୍ୟାଦି ସଂଗ୍ରହ କରି ବେଶ୍ ଭାବ ବିହ୍ୱଳ ହୋଇଥିଲେ ଭକ୍ତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହାପ୍ରଭୁ ରଥ ଉପରେ ଥିବାରୁ ମହାପ୍ରଭୁଙ୍କୁ ଶୁଖିଲା ଭୋଗ ଲାଗି ହେଉଥିଲା । କିନ୍ତୁ ଶ୍ରୀମନ୍ଦିରକୁ ବିଜେ କରିବା ପରେ ଆଜିଠୁ ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବ । ରଥଯାତ୍ରା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ପ୍ରଥମକରି ମହାପ୍ରସାଦ ଲାଗି ହେଉଥିବାରୁ ଏହାକୁ ନୀଳାଚଳ ଅବଢ଼ା ବୋଲି କୁହାଯାଇଥାଏ । ଏହି ଅବଢାକୁ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଆଶା ରହିଥାଏ ।
ସେପଟେ କେନ୍ଦ୍ର ସରକାର,ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତ ପ୍ରୟାସରେ ରଥଯାତ୍ରା ଶୃଙ୍ଖଳିତ ଭାବରେ ଶେଷ ହୋଇଛି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ଚଳିତ ଥର ଜୁଲାଇ ମାସରେ ରଥଯାତ୍ରା ହୋଇଥିବା ବେଳେ ପ୍ରତିକୂଳ ପରିସ୍ଥିତି ଅର୍ଥାତ୍ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା । ଏହା ସତ୍ତ୍ୱେ ରଥଯାତ୍ରା ସମ୍ପାଦିତ ହୋଇଥିବାରୁ ସେବକ ମାନଙ୍କୁ ମଧ୍ୟ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

Related Topics
Explore more stories