Adapa Darshan / ରାତି ପାହିଲେ ବାହୁଡ଼ା; ଆଜି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶେଷ ଦର୍ଶନ
·1 month ago·2 min read

Key Points
ଆସନ୍ତାକାଲି ବାହୁଡ଼ା ଦଶମୀ
ଆଜି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶେଷ ଦର୍ଶନ
ଚଳିତବର୍ଷର ଶେଷ ଆଡ଼ପ ଦର୍ଶନ ପାଇଁ ପ୍ରବଳ ଭିଡ଼
ଆଜି ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ଶେଷ ଦର୍ଶନ
ଚଳିତବର୍ଷର ଶେଷ ଆଡ଼ପ ଦର୍ଶନ ପାଇଁ ପ୍ରବଳ ଭିଡ଼
ପୁରୀ: ରାତି ପାହିଲେ ବାହୁଡା ଦଶମୀ । ଜନ୍ମବେଦୀ ଛାଡି ରତ୍ନବେଦୀକୁ ବାହୁଡିବେ ମହାପ୍ରଭୁ । ଆଜି ଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରେ ଶେଷ ଦର୍ଶନ ବା ନବମୀ ସଂଧ୍ୟା ଦର୍ଶନ । ସକାଳୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରିଛି ପ୍ରଶାସନ। ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଠିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
- ସକାଳ ୫ଟାରୁ ଚାଲିଛି ଦର୍ଶନ
- 'ଟ୍ରାଫିକ୍ ମାର୍ଗଦର୍ଶିକା ମାନି ପୁରୀ ଆସନ୍ତୁ'
- ଆଡ଼ପ ଦର୍ଶନର ସ୍ଵତନ୍ତ୍ରତା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇସାରିଛି । କେଉଁ ନୀତି କେତେବେଳେ ହେବ ନିମ୍ନରେ ଜାଣନ୍ତୁ:
| ନୀତି ନିର୍ଘଣ୍ଟ |
ସମୟ |
| ମଙ୍ଗଳ ଆଳତି |
ଭୋର ୪ଟା |
| ମଇଲମ |
୪:୧୫ଟା |
| ତଡ଼ପଲାଗି |
୪:୩୦ଟା |
| ରୋଷହୋମ |
୪:୩୦ଟା |
| ଅବକାଶ | ୫ଟା |
| ସୂର୍ଯ୍ୟପୂଜା | ୫:୧୫ଟା |
| ଦ୍ୱାରପାଳ ପୂଜା | ୫:୩୦ଟା |
| ବେଶ ଶେଷ | ୫:୩୦ଟା |
| ଗୋପାଳବଲ୍ଲଭ ଓ ସକାଳ ଧୂପ ଖେଚୁଡ଼ି | ୫ଟା ୪୫ରୁ ୬ଟା ୪୫ |
| ସେନାପଟା ଲାଗି | ୭ଟାରୁ ୧୧:୩୦ଟା) |
| ମଙ୍ଗଳାର୍ପଣ | ୧୧ ଟା ୪୫ |
| ବାହୁଡ଼ା ପହଣ୍ଡି | ଦିବା ୧୨ଟାରୁ ୨ଟା ୩୦ |
| ବେଶ ଶେଷ | ୧ଟାରୁ ୨ଟା ୩୦ |
| ଗଜପତି ମହାରାଜାଙ୍କ ଦ୍ୱାରା ରାଜନୀତି ଓ ଛେରା ପହଁରା | ଅପରାହ୍ନ ୨ଟା ୩୦ରୁ ୩ଟା ୩୦ |
| ଚାରମାଳ ଫିଟା ଓ ଘୋଡ଼ା ଲାଗିବା | ଅପରାହ୍ନ ୩ଟାରୁ ୪ଟା |
| ରଥଟଣା ଆରମ୍ଭ | ଅପରାହ୍ନ ୪ଟା |
Related Topics
Explore more stories