Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Rath Yatra

Delhi Rath Yatra 2026 / ଦିଲ୍ଲୀରେ ମହାପ୍ରଭୁଙ୍କ ରଥଯାତ୍ରା, ଯୋଗଦେଲେ ରାଜନାଥ ସିଂହ ଓ LG

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·1 min read
ଦିଲ୍ଲୀରେ ମହାପ୍ରଭୁଙ୍କ ରଥଯାତ୍ରା, ଯୋଗଦେଲେ ରାଜନାଥ ସିଂହ ଓ LG
Rath Yatra

Key Points

ଦିଲ୍ଲୀରେ ରଥଯାତ୍ରାରେ ଭକ୍ତଙ୍କ ଭିଡ଼
ଛେରା ପହଁରା କଲେ ଉପରାଜ୍ୟପାଳ
ମହିଳାମାନେ ଟାଣିଲେ ସୁଭଦ୍ରାଙ୍କ ରଥ
ନୂଆଦିଲ୍ଲୀ ହଜଖାସ୍ ଜଗନ୍ନାଥ ମନ୍ଦିରରେ ୪୮ ତମ ରଥଯାତ୍ରା ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ମହାପ୍ରଭୁଙ୍କ ସେବା କରିଛନ୍ତି ଦିଲ୍ଲୀର ଏଲଜି ସରଦାର ତରନଜିତ ସିଂହ । ସେ ଛେରା ପହଁରା କରିବା ସହିତ ଦେଶବାସୀଙ୍କ ମଙ୍ଗଳ କାମନା କରିଥିଲେ । ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଳା ପ୍ରଧାନ, ବିଜେପି ସାଂସଦ ବାଂଶୁରୀ ସ୍ୱରାଜ, ଅନିଲ ଶର୍ମା, ସତୀଶ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ । ଅର୍ଗସ CEO ପ୍ରକାଶ ସାହୁ ମଧ୍ୟ ରଥଯାତ୍ରାରେ ସାମିଲ ହୋଇଥିଲେ । ମନ୍ଦିର ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନ ରଥଯାତ୍ରା ପରିଚାଳନା କରିଥିଲେ ।

ସେହିପରି ତ୍ୟାଗରାଜ ଜଗନ୍ନାଥ ମନ୍ଦିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ ଦେଶବାସୀଙ୍କୁ ରଥଯାତ୍ରା ଶୁଭକାମନା ଜଣାଇଥିଲେ । ପ୍ରଥମ ଥର ପାଇଁ ଦିଲ୍ଲୀ ଏନସିଆରରେ ମନ୍ଦିର ପକ୍ଷରୁ ୩ଟି ରଥ ନିର୍ମାଣ ହୋଇଥିଲା । ମାତା ସୁଭଦ୍ରାଙ୍କ ରଥ କେବଳ ମହିଳାମାନେ ଟାଣି ନେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored