Last Adapa Darshan / ବନ୍ଦ ହେଲା ଚଳିତ ବର୍ଷର ଶେଷ ଦିନର ଆଡ଼ପ ଦର୍ଶନ; ବାହୁଡା ନୀତିକାନ୍ତି ପ୍ରସ୍ତୁତି ଆରମ୍ଭ
·1 month ago·2 min read

Key Points
ସରିଲା ଚଳିତ ବର୍ଷର ଶେଷ ଦିନର ଆଡ଼ପ ଦର୍ଶନ
ପ୍ରାୟ ୧୨ ଘଣ୍ଟା ଅହରହ ଦର୍ଶନ କଲେ ଭକ୍ତ
ବାହୁଡାଯାତ୍ରା ନୀତିକାନ୍ତି ପୂର୍ବ ପ୍ରସ୍ତୁତି ଆରମ୍ଭ
ପ୍ରାୟ ୧୨ ଘଣ୍ଟା ଅହରହ ଦର୍ଶନ କଲେ ଭକ୍ତ
ବାହୁଡାଯାତ୍ରା ନୀତିକାନ୍ତି ପୂର୍ବ ପ୍ରସ୍ତୁତି ଆରମ୍ଭ
ପୁରୀ: ବନ୍ଦ ହେଲା ଚଳିତ ବର୍ଷର ଶେଷ ଦିନର ଆଡ଼ପ ଦର୍ଶନ । ବାହୁଡାଯାତ୍ରା ନୀତିକାନ୍ତି ପୂର୍ବ ପ୍ରସ୍ତୁତି ପାଇଁ ସନ୍ଧ୍ୟା ୬ଟାରୁ ଦର୍ଶନ ବନ୍ଦ କରାଯାଇଛି । ମଙ୍ଗଳ ଆଳତୀ ପର ଠାରୁ ଅର୍ଥାତ୍ ପ୍ରାୟ ୧୨ ଘଣ୍ଟା ଅହରହ ଦର୍ଶନ ହୋଇଥିଲା । ଆଜି ଶେଷ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ବର୍ଷ ତମାମ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳିଥାଏ ଆଡପ ମଣ୍ଡପରେ ଗୋଟିଏ ଦିନ ଦର୍ଶନ କଲେ ସେତିକି ପୂଣ୍ୟ ମିଳିଥାଏ । ଏହି ବିଶ୍ଵାସରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା ।
ଆସନ୍ତାକାଲି ବାହୁଡ଼ା ଯାତ୍ରା ପ୍ରସ୍ତୁତିକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, "ଏବେ ବାହୁଡ଼ା ଯାତ୍ରା ପୂର୍ବ ପ୍ରସ୍ତୁତି ସଠିକ୍ ଭାବରେ ହେବ । ପହଣ୍ଡି ପୂର୍ବରୁ ସେନାପଟା ଲାଗି ଓ ମଙ୍ଗଳାର୍ପଣ ପରେ ପହଣ୍ଡି ନୀତି ସୁରୁଖୁରୁରେ ହେବ । ଆସନ୍ତା ଜୁଲାଇ ୨୫ରେ ସୁନାବେଶ ରହିଛି । ନୀତି ବହୁଳତା ସତ୍ତ୍ୱେ ସମୟରେ ପହଞ୍ଚିବ ରଥ । ମାଉସୀ ମା' ମନ୍ଦିର ନିକଟରେ ପୋଡ ପିଠା, ଶ୍ରୀନଅର ନିକଟରେ ଲକ୍ଷ୍ମୀ ନାରାୟଣ ଭେଟ ହେବା ପରେ ରଥ ସଠିକ୍ ସମୟରେ ସିଂହଦ୍ୱାରରେ ପହଞ୍ଚିବ । ପୁଣି ରାତିସାରା ସୁନାବେଶ ପାଇଁ ବ୍ୟାରିକେଡ଼ ପ୍ରସ୍ତୁତ କରାଯିବ ।"
ପଢନ୍ତୁ ଏହି ଖବର: ବାହୁଡ଼ା ପୂର୍ବରୁ ଚାଲିଛି ପୋଡ଼ପିଠା ପ୍ରସ୍ତୁତି, ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ ମହାବାହୁ

- ଏଥର ଭିଜିବ ବାହୁଡ଼ା
- ଆଜି ସକାଳ ୫ଟାରୁ ଚାଲିଥିଲା ଦର୍ଶନ
ପଢନ୍ତୁ ଏହି ଖବର: ବାହୁଡ଼ା ପୂର୍ବରୁ ଚାଲିଛି ପୋଡ଼ପିଠା ପ୍ରସ୍ତୁତି, ମାଉସୀ ମା’ ହାତରୁ ପୋଡ଼ପିଠା ଖାଇବେ ମହାବାହୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- 'ଟ୍ରାଫିକ୍ ମାର୍ଗଦର୍ଶିକା ମାନି ପୁରୀ ଆସନ୍ତୁ'
Related Topics
Explore more stories