Lord Jagannath / ଶ୍ରୀଜଗନ୍ନାଥଙ୍କୁ ରଥରେ ଟାଣିବା ଦ୍ଵାରା ଦୃଢ଼ ହୁଏ ବିଶ୍ୱଭ୍ରାତୃତ୍ୱ ଓ ମାନବବାଦ
·1 hour ago·2 min read

Key Points
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାନବବାଦର ପ୍ରତୀକ ଶ୍ରୀଜଗନ୍ନାଥଙ୍କୁ ରଥରେ ଟାଣିବା ଦ୍ଵାରା ବିଶ୍ୱଭ୍ରାତୃତ୍ୱ ଓ ମାନବବାଦକୁ ସମ୍ମାନିତ କରାଯାଏ । ଏହି ମହନୀୟତା ହିଁ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଆଜି ବିଶ୍ଵ ସଂସ୍କୃତିରେ ପରିଣତ କରି ପାରିଛି ।
ପୁରୀ: ସାମ୍ୟ, ମୈତ୍ରୀ, ପ୍ରେମ ଓ ମୁକ୍ତିର ପ୍ରତୀକ ହେଉଛି ପତିତପାବନ ବାନା । ଶ୍ରୀଜଗନ୍ନାଥ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଦୀନ, ଦୁଃଖୀ, ପାପୀ, ତାପୀ, ଆର୍ତ୍ତ ଓ ନିଷ୍ପେଷିତ ଜନର ଦୁଃଖମୋଚନ କରି ତାକୁ ପତିତରୁ ପାବନ କରନ୍ତି ଓ ମୁକ୍ତି ପ୍ରଦାନ କରନ୍ତି । ଭବଯାତନାରେ ନିଷ୍ପେଷିତ ଜଗତଜନଙ୍କୁ ଉଦ୍ଧାର କରିବା ପାଇଁ ପତିତପାବନ ବାନା ନୀଳ ଆକାଶ କୋଳରେ ଉଡ଼ି ଉଡ଼ି ଚାଲିଛି ପତିତ ଉଦ୍ଧାରଣ ନାମକୁ ସାର୍ଥକ କରି ।
ଶ୍ରୀଜଗନ୍ନାଥଙ୍କ ଅନ୍ୟତମ ପରମ ଭକ୍ତ ଯବନ ସାଲବେଗଙ୍କର ପ୍ରଭୁଙ୍କ ପ୍ରତି ଥିଲା ଅଚଳାଭକ୍ତି । ସେହି ଭକ୍ତିର ନିଦର୍ଶନ ସ୍ୱରୂପ ସାଲବେଗଙ୍କ କାତର ପ୍ରାର୍ଥନାରେ ଭକ୍ତ ପ୍ରାଣ ଜଗନ୍ନାଥଙ୍କ ରଥ ଅଟକି ଯାଇଥିଲା ବଳଗଣ୍ଡିଠାରେ । ଏହି ଭକ୍ତ ନିଜର ପ୍ରଗାଢ଼ ଭକ୍ତି ବଳରେ ଦୂରାରୋଗ୍ୟ ରୋଗରୁ ମଧ୍ୟ ଆରୋଗ୍ୟ ଲାଭ କରିଥିଲେ ।
ତାଙ୍କରି ଲେଖନୀରୁ ଝରି ଆସିଥିଲା ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅନେକ ଭକ୍ତି ରସାମୃତ ଜଣାଣ । ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏକ ଗଣମହୋତ୍ସବ ଜଗତଜନଙ୍କୁ ବଡ଼ଦାଣ୍ଡରେ ଦର୍ଶନ ଦେଇ ତାଙ୍କୁ ଉଦ୍ଧାର କରିବା ପାଇଁ ଭକ୍ତବତ୍ସଳ ଭାବଗ୍ରାହୀ, ଓହ୍ଲାଇ ଆସନ୍ତି ରତ୍ନ ସିଂହାସନରୁ ।
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ମାନବବାଦର ପ୍ରତୀକ ଶ୍ରୀଜଗନ୍ନାଥଙ୍କୁ ରଥରେ ଟାଣିବା ଦ୍ଵାରା ବିଶ୍ୱଭ୍ରାତୃତ୍ୱ ଓ ମାନବବାଦକୁ ସମ୍ମାନିତ କରାଯାଏ । ଏହି ମହନୀୟତା ହିଁ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଆଜି ବିଶ୍ଵ ସଂସ୍କୃତିରେ ପରିଣତ କରି ପାରିଛି । ବିଶ୍ଵର ବିଭିନ୍ନ ସଂପ୍ରଦାୟର ଜନତା ଆଜି ଜଗନ୍ନାଥ ସଂସ୍କୃତି କୁ ବୁଝିପାରିବା ସହ ତା'ର ପ୍ରେମରେ ବାନ୍ଧି ହୋଇଯାଇଛନ୍ତି ।
ଏକଦା କଳିଙ୍ଗର ବଣିକମାନେ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଓ ବ୍ରହ୍ମଦେଶ ଆଦି ପୂର୍ବ ଭାରତୀୟ ଦ୍ଵୀପପୁଞ୍ଜରେ ଯାଇ ବାଣିଜ୍ୟ ବ୍ୟବସାୟ ସାୟ କରୁଥିଲେ । ସେହି ସମୟରେ ଏହି ସଂସ୍କୃତି ସେମାନଙ୍କ ଦ୍ୱାରା ସେଠାରେ ପ୍ରସାର ଲାଭ କରିଥିଲା । ଏହି ସବୁ ଦ୍ୱୀପପୁଞ୍ଜରେ ଭାରତୀୟ ହିନ୍ଦୁ ସଂସ୍କୃତି ସହ ଉତ୍କଳୀୟ ଜଗନ୍ନାଥ ସଂସ୍କୃତି ଆଜି ସୁଦ୍ଧା ବିଦ୍ୟମାନ । ବାଲିଦ୍ୱୀପରେ ଶିବଙ୍କୁ ଜଗନ୍ନାଥ ବୋଲି ସ୍ତୁତି କରାଯାଏ । ବ୍ରହ୍ମଦେଶର ପ୍ରୋମ୍ ଅଂଚଳକୁ ଅତୀତରେ ଶ୍ରୀକ୍ଷେତ୍ର କୁହାଯାଉଥିଲା । ପଞ୍ଚଦଶ ଶତାବ୍ଦୀ ବେଳକୁ ବ୍ରହ୍ମଦେଶରେ ଜଗନ୍ନାଥ ମନ୍ଦିରମାନ ପ୍ରତିଷ୍ଠା ହୋଇଥିଲା ।
ଏଥିସହ ପଢ଼ନ୍ତୁ: ବ୍ରହ୍ମ ହିଁ ଜଗତର ଏକମାତ୍ର ସତ୍ୟ ଓ ଅପରିବର୍ତ୍ତନୀୟ ତତ୍ତ୍ଵ
ଜଗନ୍ନାଥ ସଂସ୍କୃତି ସମଗ୍ର ବିଶ୍ୱ ପାଇଁ ସାମ୍ୟ, ମୈତ୍ରୀ, ପ୍ରୀତି ତଥା ଉଦାରତାର ବାତ୍ତା ର ବାର୍ତ୍ତା ବହନ କରେ ଏହା ବିଶ୍ଵପ୍ରେମ ତଥା ଶାନ୍ତି ଓ ଏକତା ମ ମନ୍ତ୍ରର ବାହକ ହୋଇଥିବାରୁ ଆଜି ବିଶ୍ୱବ୍ୟାପକ ହୋଇ ଏକ ସାର୍ବଜନୀନ ସଂସ୍କୃତି ରୂପେ ଗ୍ରହଣୀୟ ହୋଇପାରିଛି ।
ବିଦ୍ର: ସମସ୍ତ ତଥ୍ୟ ଉତ୍କଳ ପ୍ରସଙ୍ଗରୁ ସଂଗୃହୀତ ଅଟେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories