Videos
|
Rath Yatra

Suna Besha Traffic / ସୁନାବେଶ ପାଇଁ ପୁରୀ ମୁହାଁ ଲକ୍ଷାଧିକ ଭକ୍ତ, ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଲାଗିଲାଣି ପ୍ରବଳ ଭିଡ଼

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ସୁନାବେଶ ପାଇଁ ପୁରୀ ମୁହାଁ ଲକ୍ଷାଧିକ ଭକ୍ତ, ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଲାଗିଲାଣି ପ୍ରବଳ ଭିଡ଼
Traffic Jam

Key Points

ସୁନାବେଶ ଦେଖିବାକୁ ବଢୁଛି ଭିଡ଼
ଭୁବନେଶ୍ବରରୁ ପୁରୀ ଅଭିମୁଖେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢୁଛି
ତାଳବଣିଆ ରୁଟରେ ସବୁ ଗାଡିକୁ ଛଡାଯାଉଛି
ଆଜି ରଥାରୂଢ଼ ଶ୍ରୀବିଗ୍ରହଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜ୍ଜିତ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି। ତଳିଚ୍ଛ ମହାପାତ୍ର ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଥିବା ବେଳେ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି ।

ଅଧିକ ପଢ଼ନ୍ତୁ: ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ, ଦର୍ଶନ ଲାଗି ପୁରୀକୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ


ସେପଟେ ସଂଧ୍ୟାରେ ମହାପ୍ରଭୁଙ୍କ ସୁନାବେଶ । ଆଉ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଇଁ ବଢ଼ୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଦର୍ଶନ ପାଇଁ ପୁରୀ ମୁହାଁ ହଜାର ହଜାର ଶ୍ରଦ୍ଧାଳୁ । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଲାଗିଲାଣି ପ୍ରବଳ ଭିଡ଼ । ଭୁବନେଶ୍ବରରୁ ପ୍ରବଳ ସଂଖ୍ୟାରେ ଗାଡ଼ି ଏବେ ପୁରୀ ଅଭିମୁଖେ ଆସୁଛି । ଆଉ ସମସ୍ତ ଗାଡ଼ିକୁ ତାଳବଣିଆ ରୁଟ୍‌ରେ ଛଡ଼ାଯାଉଛି । ତେବେ ମାଳତୀପାଟପୁରରେ ଅପେକ୍ଷା ସମୟ ଦେଢ଼ ଘଣ୍ଟାରୁ ଅଧିକ ବିଳମ୍ବ ହୋଇପାରେ ବୋଲି ପୁରୀ ଟ୍ରାଫିକ୍‌ କଣ୍ଟ୍ରୋଲ୍ ରୁମ୍‌ ପକ୍ଷରୁ ସୂଚନା ମିଳିଛି ।

ସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ, ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେବ । ରାତି ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି ହେବ । ନୀତିକାନ୍ତି ସଅଳ ହେଲେ ଅପରାହ୍ମରୁ ସୁନାବେଶ ଦର୍ଶନର ସୁଯୋଗ ପାଇପାରିବେ ଭକ୍ତ । ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ବ୍ୟବସ୍ଥା କରାଯାଉଛି । ଭକ୍ତ ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ଦର୍ଶନ ପାଇଁ ପ୍ରବେଶ କରିବେ । ରଥ ଆଗ ଦେଇ ଦର୍ଶନ ସାରିବା ପରେ ଡାହାଣ ପାର୍ଶ୍ବରେ ପ୍ରସ୍ଥାନ କରିବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored