Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Rath Yatra

Puri Rath Yatra 2026 / କାଲି ସକାଳ ୯:୩୦ରୁ ପୁଣି ଆରମ୍ଭ ହେବ ରଥଟଣା, ଶନିବାର ଆଡ଼ପ ମଣ୍ଡପ ବିଜେ କରିବେ ମହାପ୍ରଭୁ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
କାଲି ସକାଳ ୯:୩୦ରୁ ପୁଣି ଆରମ୍ଭ ହେବ ରଥଟଣା, ଶନିବାର ଆଡ଼ପ ମଣ୍ଡପ ବିଜେ କରିବେ ମହାପ୍ରଭୁ
Puri Rath Yatra 2026

Key Points

କାଲି ଶ୍ରୀଗୁଣ୍ଡିଚାରେ ପହଞ୍ଚିବେ ତିନି ରଥ
ଶନିବାର ହେବ ଆଡ଼ପ ବିଜେ
ଶ୍ରୀମନ୍ଦିର ପ୍ରଶାସନର ବଡ଼ ଘୋଷଣା
ବଡ଼ଦାଣ୍ଡରେ ଅଟକିଛି ତିନି ରଥ । ନନ୍ଦିଘୋଷ, ତାଳଧ୍ୱଜ ଆଉ ଦେବଦଳନ ରଥ ଉପରେ ବିରାଜମାନ କରିଛନ୍ତି ଜଗତର ନାଥ ଶ୍ରୀଜଗନ୍ନାଥ, ବଳଭଦ୍ର ଆଉ ଦେବୀ ସୁଭଦ୍ରା । ଆଜି ଦିନସାରା ପ୍ରଭୁଙ୍କ କୃପା ବର୍ଷା ଭଳି ଶ୍ରାବଣର ଝିପିଝିପି ବର୍ଷା ଲାଗିରହିଥିଲା । ହେଲେ ଏ ବର୍ଷା କି ବାଧା କ'ଣ ଜଗନ୍ନାଥ ପ୍ରେମୀଙ୍କୁ ଅଟକାଇ ପାରିଥାନ୍ତା ? ଜମାରୁ ନୁହେଁ, ଆଜି ଯେଉଁଠି ରଥ ଅଟକିଛି, ଆସନ୍ତାକାଲି ସେଇଠୁ ପୁଣି ଆରମ୍ଭ ହେବ ରଥଟଣା । ସେଇ ଭକ୍ତିର ଦଉଡ଼ିକୁ ହାତରେ ଧରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଡ଼ଠାକୁରଙ୍କୁ ନେବା ପାଇଁ ପ୍ରତିଟି ଜଗନ୍ନାଥ ପ୍ରେମୀ ଚାହିଁ ରହିଛନ୍ତି ।



ସବୁଠାରୁ ବଡ଼ ସୁଯୋଗ ହେଉଛି, ଆଜି ରାତିସାରା ମୁକ୍ତ ଆକାଶ ତଳେ ରଥ ଉପରେ ବିରାଜମାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ପ୍ରଭୁଙ୍କ ଏହି ଦୁର୍ଲଭ ରୂପକୁ ଆଖି ପୂରାଇ ଦର୍ଶନ କରିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଜମିବାରେ ଲାଗିଛି । ନା ଅଛି କ୍ଲାନ୍ତି, ନା ଅଛି ଶ୍ରାନ୍ତି, ଅଛି କେବଳ ସେଇ କାଳିଆ ପ୍ରତି ଅଫୁରନ୍ତ ପ୍ରୀତି ଆଉ ଭକ୍ତି ।
ସେପଟେ ଆସନ୍ତାକାଲି ହେବାକୁ ଥିବା ରଥଟଣା ଓ ଆଡ଼ପ ବିଜେ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ଆସନ୍ତାକାଲି ସକାଳ ୯.୩୦ରେ ଆରମ୍ଭ ହେବ ରଥଟଣା । କାଲି ରଥ ଉପରେ ସମ୍ପନ୍ନ ହେବ ସବୁ ନୀତିକାନ୍ତି । କାଲି ଶ୍ରୀଗୁଣ୍ଡିଚା ମନ୍ଦିର ଯାଏଁ ପହଞ୍ଚିବେ ତିନି ରଥ । ତେବେ ଆସନ୍ତାକାଲି ହୋଇପାରିବ ନାହିଁ ଆଡ଼ପ ମଣ୍ଡପ ପହଣ୍ଡି । ଶନିବାର ମହାପ୍ରଭୁ ଆଡ଼ପ ମଣ୍ଡପ ବିଜେ କରିବେ ।

ଅଧିକ ପଢ଼ନ୍ତୁ: କାହିଁକି ମହାପ୍ରଭୁଙ୍କ ମସ୍ତକରେ ଲାଗେ ଟାହିଆ ? ଜାଣନ୍ତୁ ଅଜଣା ଇତିହାସ


ସେହିପରି ଆଜିର ରଥଟଣା ବନ୍ଦ ନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସକ ସୂଚନା ଦେଇଛନ୍ତି । ଆଲୋକ ଅଭାବ ପାଇଁ ଆଜି ସ୍ଥଗିତ ରହିଲା ରଥଟଣା । ଆଜି ରଥଟଣା ବନ୍ଦ କରିବାକୁ ପରାମର୍ଶ ଦେଲେ ଭୋଇ ସର୍ଦ୍ଦାର । ପ୍ରତିକୂଳ ପାଗ ସତ୍ତ୍ବେ ଶ୍ରୀକ୍ଷେତ୍ରରେ ୧୦ ରୁ ୧୨ ଲକ୍ଷ ଭକ୍ତଙ୍କ ସମାଗମ । ସୁରକ୍ଷା ଦୃଷ୍ଟିରୁ ରଥଟଣା ବନ୍ଦ କରାଗଲା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored