Rath Yatra Traffic Advisory / ରଥଯାତ୍ରାରେ କେମିତି ଯିବେ ପୁରୀ ? କେଉଁଠି କରିବେ ଗାଡ଼ି ପାର୍କିଂ ? ଭକ୍ତଙ୍କ ପାଇଁ ଜାରି ହେଲା ନୂଆ ନିୟମ
·3 hours ago·3 min read

Key Points
ରାତି ପାହିଲେ ପୁରୀରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା
ରଥାରୁଢ଼ ଶ୍ରୀଜୀଉଙ୍କୁ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ
ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ପାଇଁ ହୋଇଛି ବ୍ୟାପକ ବନ୍ଦୋବସ୍ତ

ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବାକୁ କାଲି ଶ୍ରୀକ୍ଷେତ୍ରରେ ହେବ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ । ଏଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଜାରି ହୋଇଛି ସ୍ୱତନ୍ତ୍ର ଟ୍ରାଫିକ୍ ଗାଇଡ୍ଲାଇନ୍ ଏବଂ ପାର୍କିଂ ବ୍ୟବସ୍ଥା । ବଡ଼ଦାଣ୍ଡକୁ 'ନୋ ଭେଇକିଲ୍ ଜୋନ୍' ଘୋଷଣା କରାଯାଇଛି । ତେବେ ଆପଣ ପୁରୀ କେମିତି ଯିବେ ଏବଂ ଗାଡ଼ି କେଉଁଠି ପାର୍କିଂ କରିବେ ଜାଣନ୍ତୁ...
ରଥଯାତ୍ରା ପାଇଁ ପୁରୀରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ସୁପରିଚାଳନା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ତୀର୍ଥଯାତ୍ରୀଙ୍କ ପାଇଁ ବିଭିନ୍ନ ସ୍ଥାରେ ଗାଡ଼ି ରହଣି ସ୍ଥଳ ବା ପାର୍କିଂ ପ୍ଲେସ ଚିହ୍ନଟ କରାଯାଇଛି । ଟ୍ରାଫିକ୍ ସୁପରିଚାଳନା ପାଇଁ ପୁରୀ ବଡ଼ଦାଣ୍ଡକୁ ନୋ ଭେଇକିଲ୍ ଜୋନ୍ ବା ଗାଡ଼ି ଚଳାଚଳ ନିଷେଧାଞ୍ଚଳ ଘୋଷଣା କରାଯାଇଛି । ୧୬ ଜୁଲାଇ ମଧ୍ୟରାତ୍ର ୧୨ଟା ଠାରୁ ୧୭ ଜୁଲାଇ ମଧ୍ୟରାତ୍ର ୧୨ଟା ପର୍ଯ୍ୟନ୍ତ ପୁରୀ ବଡ଼ଦାଣ୍ଡରେ କୌଣସି ଯାନବାହାନ ଚଳାଚଳ କରିପାରିବ ନାହିଁ ।
ଏବେ ଆସନ୍ତୁ ଜାଣିବା ଦେଖିବା ରଥଯାତ୍ରାରେ ପୁରୀକୁ ଯିବାକୁ ଚାହୁଁଥିଲେ ଯିବେ କେମିତି ? ଭୁବନେଶ୍ୱର ପଟୁ ଆସୁଥିବା ହାଲୁକା ମୋଟରଯାନ ଗୁଡ଼ିକ ପିପିଲି-ସତ୍ୟବାଦୀ-ଚନ୍ଦନପୁର-ମାଳତୀପାଟପୁର, ମାଳତୀପାଟପୁର ROB, ବାଟଗାଁ ନଗର ଏବଂ ଗ୍ରିଡ୍ ଷ୍ଟେସନ ଦେଇ ତାଳବଣିଆ ପଟରେ ଥିବା ପାର୍କିଂ ସ୍ଥାନକୁ ଯିବେ । ଭୂଦାନ ପାର୍କିଂ, ଓଲା ଗେଷ୍ଟ ହାଉସ୍ ପାର୍କିଂ, ହେଲିପ୍ୟାଡ୍ ପାର୍କିଂ, ITI କଲେଜ ପାର୍କିଂ, ସେଣ୍ଟ୍ରାଲ ସ୍କୁଲ ନିକଟ ପାର୍କିଂ, ଇଣ୍ଡୋର ଷ୍ଟାଡିୟମ ପାର୍କିଂ, ଉଦ୍ୟାନ କୃଷି ଫିଲ୍ଡ ପାର୍କିଂ, ହାଇଜେନିକ୍ ମାଛ ବଜାର ପାର୍କିଂରେ ରହିବେ ।
ସେହିପରି ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ହାଲୁକା ଚାରି ଚକିଆ ଯାନ ଗିରଳ ଛକ- ମଙ୍ଗଳାଘାଟ ବ୍ରିଜ୍ ଦେଇ ସମଙ୍ଗ ପାର୍କିଂରେ ପାର୍କ କରିବେ । ସେହିପରି ଫେରିବା ସମୟରେ ସମଙ୍ଗ ପାର୍କିଂ-ମଙ୍ଗଳାଘାଟ ବ୍ରିଜ୍-ଗିରଲ ଛକ ଦେଇ ବ୍ରହ୍ମଗିରି ଆଡ଼କୁ ବାହାରିବେ ।
କୋଣାର୍କ ପଟୁ ଆସୁଥିବା ସମସ୍ତ ଚାରି ଚକିଆ ଗାଡ଼ି ବାଲିଘାଟ-ବାଟଗାଁ ନଗର-ଗ୍ରିଡ୍ ଷ୍ଟେସନ ମାର୍ଗ ଦେଇ ତାଳବଣିଆ ପଟରେ ଥିବା ପାର୍କିଂ ସ୍ଥାନକୁ ଯିବେ । ଭୂଦାନ ପାର୍କିଂ, ଓଲା ଗେଷ୍ଟ ହାଉସ ପାର୍କିଂ, ହେଲିପ୍ୟାଡ୍ ପାର୍କିଂ, ITI କଲେଜ ପାର୍କିଂ, ସେଣ୍ଟ୍ରାଲ ସ୍କୁଲ ନିକଟ ପାର୍କିଂ, ଇଣ୍ଡୋର ଷ୍ଟାଡିୟମ ପାର୍କିଂ, ଉଦ୍ୟାନ କୃଷି ଫିଲ୍ଡ ପାର୍କିଂ, ହାଇଜେନିକ୍ ମାଛ ବଜାର ପାର୍କିଂ ଅଞ୍ଚଳରେ ଗାଡ଼ି ପାର୍କିଂ କରିବେ ।
ବ୍ରହ୍ମଗିରି ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ମଙ୍ଗଳାଘାଟ ମାର୍ଗ ଦେଇ ପୁରୁଣା ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ମାଟିତୋଟା ଷ୍ଟାଡିୟମ ପଡ଼ିଆ ପାର୍କିଂ ପର୍ଯ୍ୟନ୍ତ ଯାଇ ଗାଡ଼ି ପାର୍କ କରିବେ । କୋଣାର୍କ ପଟୁ ଆସୁଥିବା ସମସ୍ତ ଦୁଇଚକିଆ ଯାନ ଗ୍ରିଡ୍ ଷ୍ଟେସନ -ଭୂଦାନ ଛକ-ତାଳବଣିଆ -ସିଟି ରୋଡ୍ -ସୁଭାଷ ବୋଷ ଛକ ମାର୍ଗ ଦେଇ ବ୍ଲୁ ଫ୍ଲାଗ୍ ବିଚ୍ ଏବଂ ନୀଳାଚଳ ଅଶୋକ ପାର୍କିଂ ପର୍ଯ୍ୟନ୍ତ ଯାଇ ପାର୍କ କରିବେ ।
ଭୁବନେଶ୍ୱର ପାର୍ଶ୍ୱରୁ ଆସୁଥିବା ଦୁଇଚକିଆ ଯାନଗୁଡ଼ିକ ମାଳତୀପାଟପୁର- ବାଟଗାଁ- ମଙ୍ଗଳାଘାଟ ମାର୍ଗ ଦେଇ ପୁରୁଣା ଜଗନ୍ନାଥ ବଲ୍ଲଭ ପାର୍କିଂ ଏବଂ ମାଟିତୋଟା ଷ୍ଟାଡ଼ିୟମ ପଡ଼ିଆ ପାର୍କିଂ ପର୍ଯ୍ୟନ୍ତ ଯିବେ । ଯଦି ଏହି ପାର୍କିଂ ପୂର୍ଣ୍ଣ ହୋଇଯାଏ ତେବେ ଗାଡ଼ି ଗୁଡ଼ିକୁ ମାଳତୀପାଟପୁର-ବାଟଗାଁ-ଶ୍ରୀସେତୁ ମାର୍ଗ ଦେଇ ମାଟିତୋଟା ହେଲିପ୍ୟାଡ୍ ପଡ଼ିଆ ପାର୍କିଂକୁ ପଠାଯିବ ।
ରଥଯାତ୍ରାରେ ପୁରୀକୁ କେତେ ଯାନବାହାନ ଆସୁଛି ଓ ଯାଉଛି ତାହାର ମଧ୍ୟ ଗଣତି କରାଯିବ । ମାନୁଆଲ ଏବଂ ଏଆଇ ଟେକ୍ନୋଲୋଜିର ସାହାଯ୍ୟରେ ଯାନବାହାନର ଗଣତି ହେବ । ଯାତ୍ରୀଙ୍କ ପାଇଁ ୫୯୫ ସ୍ଥାୟୀ ଓ ୧,୦୫୦ ଅସ୍ଥାୟୀ ମୋଟ ୧,୬୪୫ଟି ସାଇନ୍ ବୋର୍ଡ ଲଗାଯାଇଛି । ଟ୍ରାଫିକ୍ ସୂଚନା ପାଇଁ ରାଜପଥ ଉପରେ ଏଲଇଡି ବ୍ୟବସ୍ଥା କରାଯାଇଛି । ପୁରୀକୁ ଆସୁଥିବା ଯାତ୍ରୀମାନେ ଟ୍ରାଫିକ୍ ବିଷୟରେ ସୂଚନା ପାଇପାରିବେ । ରଥଯାତ୍ରା ବେଳେ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଇଛି ପୁରୀ ପ୍ରଶାସନ । ସୁରକ୍ଷା ତଦାରଖ ପାଇଁ ୧୯ ବରିଷ୍ଠ IPS ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିବାବେଳେ ୧୨ ହଜାର ପୋଲିସ ଓ CAPFର କର୍ମଚାରୀ ମୁତୟନ ହୋଇଛନ୍ତି । ଶ୍ରୀକ୍ଷେତ୍ରରେ ସଜାଗ ରହିବେ କୋଷ୍ଟଗାର୍ଡ ଏବଂ ନୌସେନା । ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାଏଁ ବଡ଼ଦାଣ୍ଡ CCTV ନଜରରେ ରହିବ । ମୋଟ୍ ୪୭୩ଟି CCTV କ୍ୟାମେରାରେ ରଥଯାତ୍ରା ଉପରେ ନଜର ରଖିବ । କର୍ଡନ ପରିଚାଳନା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ସ୍ବତନ୍ତ୍ର ଫୋକସ୍ ରହିଥିବାବେଳେ ଦକ୍ଷ ଓ ଅଭିଜ୍ଞ ଅଧିକାରୀଙ୍କ ପରିଚାଳନାରେ ରଥଯାତ୍ରା ଶୃଙ୍ଖଳିତ ହେବ ବୋଲି ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ କହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories