Nano Banana Trend: କ'ଣ ଏହି 'ନାନୋ ବାନାନା ଟ୍ରେଣ୍ଡ', କିପରି ଲୋକମାନେ ଏଥିରେ ତିଆରି କରୁଛନ୍ତି 3D ଫଟୋ...

Key Points
ସୋସିଆଲ ମିଡିଆରେ ଭାଇରାଲ ହେଉଛି ନାନୋ ବାନାନା ଟ୍ରେଣ୍ଡ । ଜାଣନ୍ତୁ କିପରି ଏଥିରେ ଆପଣ କରିବେ ଫଟୋ ଏଡିଟିଂ ।
ଘିବିଲି ଇମେଜ୍ ପରେ ଏବେ ଭାଇରାଲ ହେଉଛି ନାନୋ ବାନାନା ଥ୍ରୀଡି ଇମେଜ୍ । ସହର ହେଉ କି ଗାଁ । ସେଲିବ୍ରିଟି ହୁଅନ୍ତୁ କି ରାଜନେତା । AI ଥ୍ରୀଡି ଇମେଜ୍ ପାଇଁ ସବୁଠି କ୍ରେଜ୍ । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଆପଣ ହଜାର ହଜାର ଥ୍ରୀଡି ଇମେଜ୍ ଦେଖୁଥିବେ । ଯାହାକୁ ନାନୋ ବାନାନା ଟ୍ରେଣ୍ଡ କୁହାଯାଉଛି । ଏହି ଟ୍ରେଣ୍ଡରେ, ଲୋକମାନେ ସେମାନଙ୍କର ଫଟୋକୁ 3D ମଡେଲରେ ରୂପାନ୍ତରିତ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି।
ଆପଣ ଜାଣନ୍ତି କି ଏହି ନାନୋ ବାନାନା ଟ୍ରେଣ୍ଡ କ'ଣ?
ଏହି 'ନାନୋ ବାନାନା' ଟ୍ରେଣ୍ଡରେ ଫଟୋ ତିଆରି କରିବା ପାଇଁ Google AI Gemini ର ବ୍ୟବହାର କରାଯାଉଛି। ଲୋକମାନେ ଏହି Gemini 2.5 ଫ୍ଲାଶକୁ ନାନୋ ବାନାନା ବୋଲି କୁହାଯାଉଛି । ଏହି କାରଣରୁ ଏହି ଟ୍ରେଣ୍ଡକୁ ନାନୋ ବାନାନା ଟ୍ରେଣ୍ଡ ନାମ ଦିଆଯାଇଛି ।
The internet’s favourite Coke paglus.#NanoBanana #WithGoogleGemini pic.twitter.com/77Ng2azogv
— Google India (@GoogleIndia) September 11, 2025
Nano Banana 3D ଇମେଜ୍ କିପରି ତିଆରି କରିବେ
ଆପଣ AI ଟୁଲ୍ Gemini 2.5 କୁ ଯାଇ ପର୍ଯ୍ୟାୟକ୍ରମେ ଆପଣଙ୍କର 3D ମଡେଲ୍ ଫଟୋ ତିଆରି କରିପାରିବେ । ପ୍ରଥମେ, ଆପଣଙ୍କୁ Gemini 2.5 ରେ ଆପଣଙ୍କର ଫଟୋ ଅପଲୋଡ୍ କରିବାକୁ ପଡିବ। ଏହା ପରେ, ଏହାକୁ ଏଡିଟ୍ କରିବା ପାଇଁ ଏକ ପ୍ରମ୍ପ୍ଟ ଦେବାକୁ ପଡିବ ।
📱 Get Argus News App
✨
ଆପଣଙ୍କର ଫଟୋ ଅପଲୋଡ୍ କରିବା ପାଇଁ, ଆପଣଙ୍କୁ ପ୍ରଥମେ ନାନୋ ବାନାନା ମଡେଲ୍ ଚୟନ କରିବାକୁ ପଡିବ। ଏହାକୁ ଜେମିନିରେ ଥିବା ବାନାନା ଆଇକନ୍ ଦ୍ୱାରା ଚିହ୍ନଟ କରାଯାଇପାରିବ । ଏହି ଆଇକନ୍ ଉପରେ କ୍ଲିକ୍ କରିବା ପରେ, ଆପଣଙ୍କୁ ଫଟୋ ଅପଲୋଡ୍ କରିବାକୁ ପଡିବ । ତା'ପରେ ଆପଣଙ୍କୁ ଫଟୋକୁ 3D ମଡେଲରେ ପରିବର୍ତ୍ତନ କରିବା ପାଇଁ ପ୍ରମ୍ପ୍ଟ ଦେବାକୁ ପଡ଼ିବ ।
ପ୍ରମ୍ପ୍ଟରେ ଆମେ Gemini 2.5କୁ ଫଟୋର ଆକାର, ପୃଷ୍ଠଭୂମି ଏବଂ ବ୍ୟାକଗ୍ରାଉଣ୍ଡ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଉ । ତେବେ ପ୍ରମ୍ପ୍ଟ ଦେବାର କିଛି ସେକେଣ୍ଡ ମଧ୍ୟରେ ଏହା ମୂଳ ଫଟୋକୁ ଏଡିଟ୍ କରେ ଏବଂ ଏହାକୁ ଏକ ନାନୋ ବାନାନା ଅର୍ଥାତ ଏକ 3D ମଡେଲରେ ରୂପାନ୍ତରିତ କରେ ।
Google ଏକ ସ୍ୱତନ୍ତ୍ର ପ୍ରମ୍ପ୍ଟ ଜାରି କରିଛି
ଗୁଗୁଲ୍ ତା'ର ୟୁଜର୍ସଙ୍କ ପାଇଁ ଏଭଳି ଫଟୋ ତିଆରି କରିବାର ପ୍ରକ୍ରିୟାକୁ ସହଜ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟର୍ଫମ 'ଏକ୍ସ'ରେ ଏକ ପ୍ରମ୍ପ୍ଟ ପୋଷ୍ଟ କରିଛି । ଆପଣ କେବଳ ଏହି ପ୍ରମ୍ପ୍ଟକୁ ପେଷ୍ଟ କରିବାକୁ ପଡ଼ିବ । ପ୍ରମ୍ପ୍ଟ ଦେବା ପରେ ନାନୋ ବାନାନା ଫଟୋ ଆପଣ ପାଇପାରିବେ ।
From photo to figurine style in just one prompt.
— Google Gemini App (@GeminiApp) September 1, 2025
People are having fun turning their photos into images of custom miniature figures, thanks to nano-banana in Gemini. Try a pic of yourself, a cool nature shot, a family photo, or a shot of your pup.
Here’s how to make your own 🧵 pic.twitter.com/e3s1jrlbdT
ନାନୋ ବାନାନା ଟ୍ରେଣ୍ଡ ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରୁଛି। ଲୋକମାନେ ନିଜେ ବି ନିଜର ଫଟୋରୁ ଥ୍ରୀଡି ଏଆଇ ଇମେଜ୍ କରି ତାକୁ ଫେସବୁକ, ଇନଷ୍ଟାଗ୍ରାମ ଏବଂ ଏକ୍ସ ଭଳି ପ୍ଲାଟଫର୍ମରେ ସେୟାର କରିଥିବେ। ଏବେ ଏହା ଏକ ଗ୍ଲୋବାଲ ଟ୍ରେଣ୍ଡ ବନିସାରିଛି।