Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କ୍ରିକେଟ ଖେଳ ହେଲା କାଳ : ଚାଲିଗଲା ୧୧ବର୍ଷ ବାଳକର ଜୀବନ

Sports

କ୍ରିକେଟ ଖେଳ ହେଲା କାଳ : ଚାଲିଗଲା ୧୧ବର୍ଷ ବାଳକର ଜୀବନ

Jitendra Dash
Browse all articles by Jitendra Dash
·2 years ago·1 min read
କ୍ରିକେଟ ଖେଳ ହେଲା କାଳ : ଚାଲିଗଲା ୧୧ବର୍ଷ ବାଳକର ଜୀବନ

ଅର୍ଗସ ବ୍ୟୁରୋ : ପୁଣି କ୍ରିକେଟ ଖେଳ ହେଲା କାଳ । କ୍ରିକେଟ ଖେଳୁ ଖେଳୁ ଚାଲିଗଲା ୧୧ବର୍ଷ ବାଳକର ଜୀବନ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେରେ । କ୍ରିକେଟ ଖେଳୁଥିବା ବେଳେ ଗୁପ୍ତାଙ୍ଗରେ ବଲ ବାଜିଯିବାରୁ ଘଟଣାସ୍ଥଳରେ ସୌର୍ଯ୍ୟ ଓରଫ ସମ୍ଭୁ କାଲିଦାସ ଖାଣ୍ଡୱେଙ୍କ ମୃତ୍ୟୁ ହୋଇଛି ।

ପୁ‌ଣେର ‌ଲୋହଗ୍ରାମରେ ସୌର୍ଯ୍ୟ କ୍ରିକେଟ ଖେଳିବାକୁ ଯାଇଥିଲେ । ସେଠାରେ ସେ ବଲିଂ କରୁଥିବା ବେଳେ ତାଙ୍କର ସାଙ୍ଗ ବ୍ୟାଟିଂ କରୁଥିଲେ । ସୌର୍ଯ୍ୟ ଯେମିତି ବଲ ପିଙ୍ଗିଛନ୍ତି ସାଙ୍ଗ ଜଣକ ଅଜଣାରେ ସୌର୍ଯ୍ୟ ଆଡକୁ ବଲ ମାରିଥିଲେ । ଫଳରେ ଉକ୍ତ ବଲଟି ସୌର୍ଯ୍ୟଙ୍କ ଗୁପ୍ତାଙ୍ଗରେ ଆସି ବାଜିଥିଲା । ଏବଂ ଘଟଣାସ୍ଥଳରେ ସୌର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା ।

ଅଧିକ ପଢନ୍ତୁ ଖେଳ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୁଅର ମୃତ୍ୟୁକୁ ନେଇ ପରିବାରଲୋକ କହିଛନ୍ତି, ’ପୁଅର କ୍ରିକେଟ ଖେଳ ପ୍ରତି ଖୁବ ଦୁର୍ବଳତା ରହିଥିଲା । ସେ ସବୁବେଳେ କହୁ୍‌ଥିଲା ପାଠପଢ଼ା ସହିତ କ୍ରିକେଟରେ ତାର କ୍ୟାରିୟର ଗଢ଼ିବ । ତେଣୁ ଆମେ ବି ତାର ଇଚ୍ଛାରେ ବାଧା ଦେଇ ନଥିଲୁ । ସେ ଯେତେବେଳେ ଚାହୁଁଥିଲା ଖେଳିବାକୁ ଯାଉଥିଲା । କାରଣ ପାଠପଢ଼ାରେ ସେ ହେଳା କରେ ନାହିଁ । କିନ୍ତୁ ଏ କ୍ରି‌କେଟ ବଲ ଯେ ତାର କାଳ ହେବ ସେ କଥା ଆମେ ସ୍ବପ୍ନରେ ବି ଭାବି ନଥିଲୁ ।

Sponsored
11-year-old dies after cricket ball hits his private part in Pune | Argus News