Sudden Retirement / ୧୭ ବର୍ଷ କ୍ୟାରିୟରରେ ପଡ଼ିଲା ପୂର୍ଣ୍ଣଚ୍ଛେଦ: ହଠାତ ଅବସର ନେଲେ ଏହି ଖେଳାଳି
·5 months ago·2 min read

Key Points
ବିଶ୍ବକପ ପୂର୍ବରୁ ହଠାତ ଅବସର ନେଲେ ଏହି ଖେଳାଳି। ତାଙ୍କର ବୃତ୍ତିଗତ କ୍ୟାରିଅର ୧୭ ବର୍ଷରେ ପଡ଼ିଛି ପୂର୍ଣ୍ଣଛେଦ ।
ବିଶ୍ବକପ ପୂର୍ବରୁ ହଠାତ ଅବସର ନେଲେ ଏହି ଖେଳାଳି। ଅଷ୍ଟ୍ରେଲିଆ ଦ୍ରୁତ ବୋଲର କେନ୍ ରିଚାର୍ଡସନ ଆଜି ସବୁ ଫର୍ମାଟରୁ ଅବସର ନେଇଛନ୍ତି। ତାଙ୍କର ବୃତ୍ତିଗତ କ୍ୟାରିଅର ୧୭ ବର୍ଷରେ ପଡ଼ିଛି ପୂର୍ଣ୍ଣଛେଦ । ଅବସର ନେଇଛନ୍ତି କେନ୍ ରିଚାର୍ଡସନ । ଭାରତରେ ଖେଳିଥିଲେ ତାଙ୍କର ଶେଷ ମ୍ୟାଚ। ଅଷ୍ଟ୍ରେଲିଆର ଡାହାଣ ହାତୀ ଦ୍ରୁତ ବୋଲର କେନ୍ ରିଚାର୍ଡସନ୍ ସମସ୍ତ ପ୍ରକାରର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରିଚାର୍ଡସନ୍ ୨୦୧୩ରେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେ ଭାରତରେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।
କେନ୍ ରିଚାର୍ଡସନ୍ଙ୍କ ବୃତ୍ତିଗତ କ୍ୟାରିଅର ୨୦୦୯ ମସିହାରେ ଆରମ୍ଭ ହୋଇଥିଲା । ଏହି ସମୟରେ ସେ ୧୦ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ରହିଥିଲେ। ୨୦୧୩ ମସିହାରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ରିଚାର୍ଡସନ୍ ୨୦୨୩ ମସିହାରେ ଗୌହାଟୀରେ ଭାରତ ବିପକ୍ଷରେ ଏକ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ତାଙ୍କର ଟି-୨୦ ଅନ୍ତର୍ଜାତୀୟ କ୍ୟାରିଅର ୨୦୧୪ ମସିହାରେ ପାକିସ୍ତାନ ବିପକ୍ଷରେ ଆରମ୍ଭ ହୋଇଥିଲା।କେନ୍ ରିଚାର୍ଡସନ ମୋଟ ୬୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୮୪ ୱିକେଟ୍ ନେଇଛନ୍ତି । ଯେଉଁଥିରେ ୨୫ଟି ଦିନିକିଆ ମ୍ୟାଚ୍ ମଧ୍ୟ ରହିଛି । ଯେଉଁଥିରୁ ସେ ନେଇଛନ୍ତି ୩୯ଟି ୱିକେଟ୍ । ତାଙ୍କର ସର୍ବୋତ୍ତମ ଦିନିକିଆ ପ୍ରଦର୍ଶନ ହେଉଛି ୬୮ ରନରେ ୫ଟି ୱିକେଟ୍। ୩୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ରେ, ରିଚାର୍ଡସନ ନେଇଛନ୍ତି ୪୫ ଟି ୱିକେଟ୍।
ଏହାସହ ପଢ଼ନ୍ତୁ: ଟି-୨୦ ବିଶ୍ବକପରେ ଭାରତ ସହ ଖେଳିବନି ପାକିସ୍ତାନ ! ICC ଉପରେ ପଡ଼ିବ ବଡ଼ ପ୍ରଭାବ
ଏହି ଫର୍ମାଟରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ହେଉଛି ୩୦ରନରେ ୪ଟି ୱିକେଟ୍। କେନ୍ ରିଚାର୍ଡସନଙ୍କ ସାମଗ୍ରିକ ବୃତ୍ତିଗତ କ୍ୟାରିଅର ବିଷୟରେ, ସେ ୧୭ବର୍ଷ ମଧ୍ୟରେ ୨୦୧ଟି ଟି-୨୦ ମ୍ୟାଚ୍ ଖେଳି ୨୪୧ଟି ୱିକେଟ୍ ନେଇଥିଲେ। ସେ ବିଶ୍ୱର ବିଭିନ୍ନ ଟି-୨୦ ଲିଗ୍ ରେ ମଧ୍ୟ ଅଂଶଗ୍ରହଣ କରିଥିଲେ।
ସେ ଆଇପିଏଲ୍ ରେ ରାଜସ୍ଥାନ ରୟାଲ୍ସ, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପୁଣେ ୱାରିୟର୍ସ ଦଳ ସହିତ ଖେଳିଛନ୍ତି । ଆଇପିଏଲ୍ ରେ ତିନୋଟି ଦଳର ଅଂଶ ହେବା ସତ୍ତ୍ୱେ, ରିଚାର୍ଡସନ କେବଳ ୧୫ଟି ମ୍ୟାଚ୍ ଖେଳି ୧୯ଟି ୱିକେଟ୍ ନେଇଥିଲେ। ସେ ଡିସେମ୍ବର ୨୬, ୨୦୨୫ରେ ବିଗ୍ ବ୍ୟାସରେ ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ରିଚାର୍ଡସନ୍ ବିଗ୍ ବ୍ୟାସରେ ତିନୋଟି ଦଳକୁ ପ୍ରତିନିଧିତ୍ୱ କରି ୧୧୮ ମ୍ୟାଚ୍ ରେ ମୋଟ ୧୪୨ ୱିକେଟ୍ ନେଇଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories