|
logo
Live
Argus News App
GET APP

Argus News - ୨୦୧୧ ବିଶ୍ୱକପ୍ ଫାଇନାଲ୍‌ରେ କାହିଁକି ହୋଇଥିଲା ୨ ଥର ଟସ୍ ? ଜାଣନ୍ତୁ ପ୍ରକୃତ ସତ

Sports

World Cup Final / ୨୦୧୧ ବିଶ୍ୱକପ୍ ଫାଇନାଲ୍‌ରେ କାହିଁକି ହୋଇଥିଲା ୨ ଥର ଟସ୍ ? ଜାଣନ୍ତୁ ପ୍ରକୃତ ସତ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
୨୦୧୧ ବିଶ୍ୱକପ୍ ଫାଇନାଲ୍‌ରେ କାହିଁକି ହୋଇଥିଲା ୨ ଥର ଟସ୍ ? ଜାଣନ୍ତୁ ପ୍ରକୃତ ସତ
2011 World Cup

Key Points

ୱାଙ୍ଖେଡେରେ ହାଇଭୋଲଟେଜ୍ ଫାଇନାଲ୍
କାହିଁକି ଦୁଇଥର ଟସ୍ କରାଗଲା ?
ଜାଣନ୍ତୁ ଏହା ପଛର ପ୍ରକୃତ ସତ
୨୦୧୧ ମସିହା ଏପ୍ରିଲ୍‌ ୨ ତାରିଖ । ସମସ୍ତ ଭାରତୀୟ କ୍ରିକେଟ୍‌ ଫ୍ୟାନ୍ସଙ୍କ ପାଇଁ ଏକ ସ୍ମରଣୀୟ ଦିନ । କେହି ବି ଏହି ଦିନକୁ ଭୁଲି ପାରିବେନି । କାହିଁକି ନା ଏହି ଦିନରେ ଭାରତ ଦ୍ବିତୀୟ ଥର ପାଇଁ ବିଶ୍ବକପ୍‌ ଟ୍ରଫି ନିଜ ନାମରେ କରିଥିଲା । ମୁମ୍ବାଇ ଐତିହାସିକ ଓ୍ବାଙ୍ଖେଡେ ଷ୍ଟାଡିୟରେ ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ ଭାରତ ଶ୍ରୀଲଙ୍କାକୁ ୬ ଓ୍ବିକେଟ୍‌ରେ ପରାସ୍ତ କରି ହୋଇଥିଲା ବିଶ୍ବ ବିଜୟୀ । ଗୌତମ ଗମ୍ଭୀର ଓ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଦମଦାର ଇନିଂସ ବଳରେ ଓ୍ବାର୍ଲ୍ଡ ଚାମ୍ପିଅନ୍‌ ହୋଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଫାଇନାଲ୍‌ ମ୍ୟାଚ୍‌ରେ ଦୁଇଥର ଟସ୍‌ ହୋଇଥିଲା । ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଏମିତି କାହିଁକି ହୋଇଥିଲା ଆସନ୍ତୁ ଜାଣିବା...

କାହିଁକି ଦୁଇଥର ଟସ୍ କରାଯାଇଥିଲା ?

ଆପଣ ହୁଏତ ଭାବୁଥିବେ ଯେ ବିଶ୍ୱକପ୍ ଫାଇନାଲ୍‌ରେ ପ୍ରଶଂସକଙ୍କ କାରଣରୁ ଦୁଇଥର ଟସ୍ କାହିଁକି ହୋଇଥିଲା ? ଫାଇନାଲ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଅଧିନାୟକ ଏମଏସ୍ ଧୋନି ଏବଂ ଶ୍ରୀଲଙ୍କା ଅଧିନାୟକ କୁମାର ସାଙ୍ଗାକାରା ଟସ୍ ପାଇଁ ପଡ଼ିଆକୁ ଆସିଥିଲେ । ଫାଇନାଲ୍‌ ଦେଖିବାକୁ ବହୁ ସଂଖ୍ୟକ ଲୋକ ଆସିଥିଲେ । ଷ୍ଟାଡିୟମ୍ ପୂରା ଖଚାଖଚ୍‌ ଭିଡ଼ ଥିଲା । ଟିମ୍‌ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ସମସ୍ତ ଫ୍ୟାନ୍‌ ଚିତ୍କାର କରୁଥିଲେ ।

ଆଉ ଏହି ସମୟରେ ରବି ଶାସ୍ତ୍ରୀ ଦୁଇ ଅଧିନାୟକଙ୍କୁ ଟସ୍ ପାଇଁ ଡାକିଲେ । ଭାରତର ଅଧିନାୟକ ମହେନ୍ଦ୍ର ସିଂ ଧୋନି କଏନ୍‌ ଉପରକୁ ପକାଇଥିଲେ ଏବଂ କୁମାର ସାଙ୍ଗାକାରା ହେଡ୍ସ ଡାକିଲେ । କିନ୍ତୁ ଷ୍ଟାଡିୟମରେ ପ୍ରଶଂସକଙ୍କ ଶବ୍ଦ ଯୋଗୁଁ ମ୍ୟାଚ୍ ରେଫରି ତାହା ଶୁଣିପାରିଲେ ନାହିଁ । ଉଭୟ ଅଧିନାୟକଙ୍କ ସମ୍ମତିରେ ଟସ୍ ପୁନରାବୃତ୍ତି ହୋଇଥିଲା। ସାଙ୍ଗାକାରା ଦ୍ୱିତୀୟ ଥର ପାଇଁ ହେଡ୍ସ ଡାକିଲେ । ସେ ଟସ୍‌ ମଧ୍ୟ ଜିତିଥିଲେ ଆଉ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ।

ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ମାହେଲା ଜୟାବର୍ନ୍ଧନେଙ୍କ ୧୦୩ ରନ୍‌ ଓ କୁମାର ସାଙ୍ଗାକାରାଙ୍କ ୪୮ ରନ୍‌ ବଳରେ ୨୭୪ ରନ୍‌ କରିଥିଲା । ଅର୍ଥାତ ଭାରତକୁ ବିଶ୍ବକପ୍‌ ହାତେଇବାକୁ ଶ୍ରୀଲଙ୍କା ୨୭୫ ରନର ଲକ୍ଷ୍ୟ ଦେଇଥିଲେ । ଲକ୍ଷ୍ୟ ପିଛା କରି ଭାରତ ଖରାପ ଆରମ୍ଭ କରିଥିଲା । ସେହୱାଗ (୦) ଏବଂ ସଚିନ (୧୮)ରେ ଆଉଟ୍‌ ହୋଇଥିଲେ । କିନ୍ତୁ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ତୃତୀୟ ୱିକେଟ ପାଇଁ ୮୩ ରନର ପାର୍ଟନରସିପ୍‌ କରିଥିଲେ । ଯାହାଫଳରେ ଭାରତ ମ୍ୟାଚ୍‌ରେ କମବ୍ୟାକ୍‌ କରିଥିଲା ।

କୋହଲି ୪୯ ବଲରୁ ୩୫ ରନ କରିଥିଲେ, ଯେତେବେଳେ କି ଗୌତମ ଗମ୍ଭୀର ୯୭ ରନର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ । ଏହାପରେ ଏମଏସ ଧୋନି ୯୧ ରନ୍‌ କରି ଭାରତକୁ ବିଜୟ ଭେଟି ଦେଇଥିଲେ । ଏହି ବିଜୟ ସହ ଭାରତ ଦ୍ବିତୀୟ ଥର ପାଇଁ ବିଶ୍ବକପ୍‌ ନିଜ ନାମରେ କରିଥିଲା । ଯୁବରାଜ ସିଂହଙ୍କୁ ୨୦୧୧ ବିଶ୍ୱକପର ଶ୍ରେଷ୍ଠ ଖେଳାଳି ଭାବରେ ବିବେଚିତ କରାଯାଇଥିଲା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
World Cup Final: ୨୦୧୧ ବିଶ୍ୱକପ୍ ଫାଇନାଲ୍‌ରେ କାହିଁକି ହୋଇଥିଲା ୨ ଥର ଟସ୍ ? ଜାଣନ୍ତୁ ପ୍ରକୃତ ସତ | Argus News