World Cup 2027 Venues / ୨୦୨୭ ODI ବିଶ୍ୱକପ୍ ପାଇଁ ICCର ବଡ଼ ଘୋଷଣା, ୧୨ଟି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍
·1 hour ago·2 min read

Key Points
କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର
ICC ଘୋଷଣା କଲା ଭେନ୍ୟୁ ତାଲିକା
ବିଶ୍ୱକପ୍ ମ୍ୟାଚ୍ ପାଇଁ ପ୍ରସ୍ତୁତ ୧୨ ଷ୍ଟାଡିୟମ

କ୍ରିକେଟ୍ର ସବୁଠାରୁ ବଡ଼ ମହାକୁମ୍ଭକୁ ନେଇ ଆରମ୍ଭ ହୋଇଛି ବଡ଼ ପ୍ରସ୍ତୁତି । ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ଆଇସିସି ଘୋଷଣା କରିଛି ମ୍ୟାଚ୍ ଆୟୋଜନ ହେବାକୁ ଥିବା ୧୨ଟି ଷ୍ଟାଡିୟମ୍ର ତାଲିକା । ଦୀର୍ଘ ୨୪ ବର୍ଷ ପରେ ପୁଣିଥରେ ଆଫ୍ରିକା ମହାଦେଶକୁ ଫେରୁଛି କ୍ରିକେଟ୍ ବିଶ୍ୱକପ୍, ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ ।
ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆର ମାଟିରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ କେଉଁ କେଉଁ ଐତିହାସିକ ଷ୍ଟାଡିୟମ୍ରେ ହେବ ମ୍ୟାଚ୍? କେମିତି ରହିବ ଏଥରର ନୂଆ ଫର୍ମାଟ୍ ? ଜାଣନ୍ତୁ ୨୦୨୭ ଦିନିକିଆ ବିଶ୍ବକପ୍ର ସମ୍ପୂର୍ଣ୍ଣ ଅପଡେଟ୍...
କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ଼ ଖବର । ୨୦୨୭ ଦିନିକିଆ କ୍ରିକେଟ୍ ବିଶ୍ୱକପ୍କୁ ନେଇ ସାମ୍ନାକୁ ଆସିଲା ବଡ଼ ଅପଡେଟ୍ । ଆଇସିସି ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ୧୨ଟି ଷ୍ଟାଡିୟମ୍କୁ ମ୍ୟାଚ୍ ଆୟୋଜନ ପାଇଁ ଚୟନ କରିଛି । ଦୀର୍ଘ ୨୪ ବର୍ଷ ପରେ ପୁଣିଥରେ ଆଫ୍ରିକା ମହାଦେଶରେ କ୍ରିକେଟ୍ ବିଶ୍ୱକପ୍ ଫେରୁଥିବାରୁ ଏହାକୁ ନେଇ ଉତ୍ସାହ ବଢ଼ିଛି ।
୨୦୨୭ ODI ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟ ୪ ଅକ୍ଟୋବରରୁ ଆରମ୍ଭ ହୋଇ ୨୧ ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ଏହା ପୂର୍ବରୁ ଶେଷ ଥର ପାଇଁ ୨୦୦୩ ମସିହାରେ ଆଫ୍ରିକାରେ କ୍ରିକେଟ୍ ବିଶ୍ୱକପ୍ ଖେଳାଯାଇଥିଲା ।
ଏଥର ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକାକୁ ସର୍ବାଧିକ ୮ଟି ଷ୍ଟାଡିୟମ୍ ମିଳିଛି । ଏଥିରେ ଜୋହାନସବର୍ଗର ପ୍ରସିଦ୍ଧ ୱାଣ୍ଡରର୍ସ ଷ୍ଟାଡିୟମ୍, କେପ୍ଟାଉନ୍ର ନ୍ୟୁଲ୍ୟାଣ୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ, ଡର୍ବାନ୍ର କିଙ୍ଗ୍ସମିଡ୍ କ୍ରିକେଟ୍ ଗ୍ରାଉଣ୍ଡ ସହିତ ଅନ୍ୟ ପ୍ରମୁଖ ଭେନ୍ୟୁ ସାମିଲ ଅଛି ।
ଦକ୍ଷିଣ ଆଫ୍ରିକାର ମ୍ୟାଚ୍ ଭେନ୍ୟୁ:
ୱାଣ୍ଡରର୍ସ ଷ୍ଟାଡିୟମ୍ – ଜୋହାନିସବର୍ଗ
ସେଞ୍ଚୁରିୟନ – ତଶ୍ବେନ୍
ନ୍ୟୁଲ୍ୟାଣ୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ – କେପ୍ଟାଉନ୍
କିଙ୍ଗ୍ସମିଡ୍ କ୍ରିକେଟ୍ ଗ୍ରାଉଣ୍ଡ – ଡର୍ବାନ୍
ସେଣ୍ଟ୍ ଜର୍ଜ ପାର୍କ – ଗକେବେର୍ହା
ମାଙ୍ଗାଉଙ୍ଗ ଓଭାଲ୍ – ବ୍ଲୁମଫଣ୍ଟେନ୍
ବୋଲାଣ୍ଡ ପାର୍କ – ପାର୍ଲ
ବଫେଲୋ ପାର୍କ – ଇଷ୍ଟ ଲଣ୍ଡନ୍
ଜିମ୍ବାୱେର ଭେନ୍ୟୁ:
ହରାରେ ସ୍ପୋର୍ଟସ୍ କ୍ଲବ୍ – ହରାରେ
କ୍ୱିନ୍ସ ସ୍ପୋର୍ଟସ୍ କ୍ଲବ୍ – ବୁଲାୱାୟୋ
ଫାଲେ ମୋସି-ଓ-ଟୁନ୍ୟା ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍ – ଭିକ୍ଟୋରିଆ ଫଲ୍ସ
ନାମିବିଆର ଭେନ୍ୟୁ:
ନାମିବିଆ କ୍ରିକେଟ୍ ଗ୍ରାଉଣ୍ଡ – ୱିଣ୍ଡହୋକ୍
ଏଥର ବିଶ୍ୱକପ୍ର ଫର୍ମାଟ୍ରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି। ଟୁର୍ଣ୍ଣାମେଣ୍ଟରେ ମୋଟ ୧୪ଟି ଦଳ ଭାଗ ନେବେ ଏବଂ ସମ୍ପୂର୍ଣ୍ଣ ପ୍ରତିଯୋଗିତାକୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟତା ହାସଲ କରିଥିବା ସବୁଠାରୁ କମ୍ ରାଙ୍କିଂର ୩ଟି ଦଳ ମଧ୍ୟରେ ସୁପର ସିରିଜ୍ ଖେଳାଯିବ । ସେଠାରୁ କେବଳ ଗୋଟିଏ ଦଳ ଆଗକୁ ବଢ଼ିବ ।
ଏହା ପରେ ୧୨ଟି ଦଳକୁ ୬ଟି ଲେଖାଏଁ ଦୁଇଟି ଗ୍ରୁପ୍ରେ ବଣ୍ଟାଯିବ । ଏହି ପର୍ଯ୍ୟାୟରୁ ୭ଟି ଶ୍ରେଷ୍ଠ ଦଳ ସୁପର-୭ ଷ୍ଟେଜ୍କୁ ପ୍ରବେଶ କରିବେ । ଏହା ପରେ ଖେଳାଯିବ ସେମିଫାଇନାଲ୍ ଏବଂ ଫାଇନାଲ୍ ।
ଟୁର୍ଣ୍ଣାମେଣ୍ଟରେ ମୋଟ ୫୪ଟି ମ୍ୟାଚ୍ ଖେଳାଯିବ, ଏଥିମଧ୍ୟରୁ ଅତି କମରେ ୪୧ଟି ମ୍ୟାଚ୍ ଦକ୍ଷିଣ ଆଫ୍ରିକାର ଆଠଟି ଭିନ୍ନ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଜିମ୍ବାୱେ ଆଠରୁ ଦଶଟି ମ୍ୟାଚ୍ ଆୟୋଜନ କରିବ ବୋଲି ଆଶା କରାଯାଉଛି । ନାମିବିଆ ମଧ୍ୟ କିଛି ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories