Gandhi Jayanti World Cup / ବଦଳିପାରେ ୨୦୨୭ ବିଶ୍ବକପ୍ ସୂଚୀ, ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ନେଇ ICCର ବଡ଼ ପ୍ଲାନ୍
·1 hour ago·2 min read

Key Points
ବଦଳିପାରେ ବିଶ୍ବକପ୍ ୨୦୨୭ର ସୂଚୀ ?
ଗାନ୍ଧୀ ଜୟନ୍ତୀରେ ବିଶ୍ୱକପ୍ର ଶୁଭାରମ୍ଭ !
ICCର ନୂଆ ଯୋଜନା ଉପରେ ନଜର
ଗାନ୍ଧୀ ଜୟନ୍ତୀରେ ବିଶ୍ୱକପ୍ର ଶୁଭାରମ୍ଭ !
ICCର ନୂଆ ଯୋଜନା ଉପରେ ନଜର
ଦିନିକିଆ ବିଶ୍ବକପକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଅପଡେଟ୍ । କ୍ରିକେଟ୍ର ମହାକୁମ୍ଭ ଯଦି ଗାନ୍ଧୀ ଜୟନ୍ତୀ ଦିନରୁ ଆରମ୍ଭ ହୁଏ, ତେବେ ଏହା ନିଶ୍ଚିତ ଭାବେ ଏକ ଐତିହାସିକ ଆରମ୍ଭ ହେବ । ୨୦୨୭ ODI ବିଶ୍ୱକପ୍କୁ ନେଇ ICCର ଏକ ନୂଆ ଯୋଜନା ଏବେ ଚର୍ଚ୍ଚାରେ ରହିଛି । ଯୋଜନା ଅନୁଯାୟୀ, ଆସନ୍ତା ବର୍ଷ ଅକ୍ଟୋବର ୨ ତାରିଖ, ଅର୍ଥାତ୍ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଦିନରୁ ବିଶ୍ୱକପ୍ ଆରମ୍ଭ ହୋଇପାରେ । ତେବେ ଏନେଇ ICC ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା ହୋଇନାହିଁ ।
୨୦୨୭ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମିବିଆ ମିଳିତ ଭାବେ ଆୟୋଜନ କରିବେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମହାତ୍ମା ଗାନ୍ଧୀଙ୍କର ଦକ୍ଷିଣ ଆଫ୍ରିକା ସହ ଗଭୀର ସମ୍ପର୍କ ରହିଛି । ତାଙ୍କ ଜୀବନର ପ୍ରାୟ ୨୧ ବର୍ଷ ସେଠାରେ କଟିଥିଲା। ସେଠାରୁ ହିଁ ତାଙ୍କ ସତ୍ୟାଗ୍ରହ ଓ ଅହିଂସା ଆନ୍ଦୋଳନର ଚିନ୍ତାଧାରା ଅଧିକ ଦୃଢ଼ ହୋଇଥିଲା । ତେଣୁ ଗାନ୍ଧୀ ଜୟନ୍ତୀ ଦିନରୁ ଦକ୍ଷିଣ ଆଫ୍ରିକାରେ ବିଶ୍ୱକପ୍ ଆରମ୍ଭ କରିବାର ଚିନ୍ତାକୁ ଏକ ପ୍ରତୀକାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି ।
ପୂର୍ବ ଯୋଜନା ଅନୁଯାୟୀ, ୨୦୨୭ ବିଶ୍ୱକପ୍ ଅକ୍ଟୋବର ୮ ତାରିଖରୁ ଆରମ୍ଭ ହେବାର ଥିଲା । ଏହା ପୂର୍ବରୁ ଅକ୍ଟୋବର ୧ରୁ ୭ ତାରିଖ ମଧ୍ୟରେ ୱାର୍ମ-ଅପ୍ ମ୍ୟାଚ୍ ଖେଳାଯିବାର ଯୋଜନା ଥିଲା । କିନ୍ତୁ ଏବେ ମୁଖ୍ୟ ଟୁର୍ଣ୍ଣାମେଣ୍ଟକୁ ଅକ୍ଟୋବର ୨ରୁ ଆରମ୍ଭ କରିବା ନେଇ ବିଚାର ଚାଲିଛି । ଏଭଳି ହେଲେ ୱାର୍ମ-ଅପ୍ ମ୍ୟାଚ୍ଗୁଡ଼ିକୁ ତା’ ପୂର୍ବରୁ କମ୍ ସମୟ ମଧ୍ୟରେ ଆୟୋଜନ କରାଯାଇପାରେ । ବିଶ୍ୱକପ୍ର ଫାଇନାଲ୍ ନଭେମ୍ବର ୨୧, ୨୦୨୭ରେ ହେବାର ସମ୍ଭାବନା ରହିଛି ।
ଏଥର ବିଶ୍ୱକପ୍ର ଫର୍ମାଟ୍ରେ ମଧ୍ୟ ପରିବର୍ତ୍ତନ ରହିଛି । ସବୁଠାରୁ ତଳ ରାଙ୍କିଂରେ ଥିବା ତିନୋଟି ଟିମ୍ ପ୍ରଥମେ ଏକ ମିନି ଲିଗ୍ ଖେଳିବେ, ଯାହାକୁ ‘ସୁପର ସିରିଜ୍’ କୁହାଯାଉଛି । ଏହି ପର୍ଯ୍ୟାୟର ବିଜେତା ଦଳ ବିଶ୍ୱକପ୍ରେ ସିଧାସଳଖ ସ୍ଥାନ ପାଇଥିବା ୧୧ଟି ଦଳ ସହ ମିଶି ସୁପର ୧୨ ପର୍ଯ୍ୟାୟରେ ଖେଳିବ । ଏହାପରେ ୧୨ଟି ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯିବ । ଗ୍ରୁପ୍ ପର୍ଯ୍ୟାୟ ପରେ ‘ସୁପର ସେଭେନ୍’ ପର୍ଯ୍ୟାୟ ଖେଳାଯିବ ।
୨୦୨୭ ବିଶ୍ୱକପ୍ ପାଇଁ ଏପର୍ଯ୍ୟନ୍ତ ୧୦ଟି ଦଳ ନିଜ ସ୍ଥାନ ପକ୍କା କରିସାରିଛନ୍ତି। ଏଥିରେ ସହ-ଆୟୋଜକ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ସହ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଇଂଲଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ରହିଛନ୍ତି । ବାକି ଚାରିଟି ସ୍ଥାନ ପାଇଁ ଆସନ୍ତା ବର୍ଷ କ୍ୱାଲିଫାୟର୍ ଖେଳାଯିବ । ଏଥିରେ ନାମିବିଆ ସହ ୱେଷ୍ଟଇଣ୍ଡିଜ୍ ଓ ଆୟର୍ଲାଣ୍ଡ ଭଳି ଦଳ ମଧ୍ୟ ଅଂଶଗ୍ରହଣ କରିବେ ।
ଅର୍ଥାତ୍, ୨୦୨୭ ବିଶ୍ୱକପ୍ର ସମ୍ପୂର୍ଣ୍ଣ ଚିତ୍ର ଏବେବି ସ୍ପଷ୍ଟ ହୋଇନାହିଁ। କିନ୍ତୁ ଯଦି ICCର ଏହି ନୂଆ ଯୋଜନାକୁ ଅନୁମୋଦନ ମିଳେ, ତେବେ ୨ ଅକ୍ଟୋବର, ଗାନ୍ଧୀ ଜୟନ୍ତୀ ଦିନରୁ ଆରମ୍ଭ ହୋଇପାରେ କ୍ରିକେଟ୍ ବିଶ୍ୱକପ୍ର ଏକ ନୂଆ ଅଧ୍ୟାୟ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories