Videos
|
Sports

Asia Cup / ଜିତିଲା ଭାରତ, ପାକିସ୍ତାନକୁ ଚେତାବନି ଦେଲେ ଅଭିଷେକଙ୍କ ଭଉଣୀ!

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଜିତିଲା ଭାରତ, ପାକିସ୍ତାନକୁ ଚେତାବନି ଦେଲେ ଅଭିଷେକଙ୍କ ଭଉଣୀ!

Key Points

ପାକିସ୍ତାନକୁ ପୁଣିଥରେ ହରାଇଲା ଭାରତ
ବିଜୟ ପରେ ପାକିସ୍ତାନକୁ ଖୋଲା ଚେତାବନି ଦେଲେ ଅଭିଷେକଙ୍କ ଭଉଣୀ!
କହିଲେ ଏବେ ହରେଇଲୁ, ଏସିଆ କପ୍‌ ବି ଜିତିବୁ

ମୁଁ ଅତ୍ୟନ୍ତ ଗର୍ବିତ...ମୋ ଖୁସିର ସିମା କହିଲେ ନସରେ। ମୋ ମୁହଁରେ ଆପଣ ଦେଖିପାରୁଥିବେ ଯେ, ମୁଁ କେତେ ଖୁସି ଅନୁଭବ କରୁଛି। ଏ ବିଜେ ଆମ ଭାରତର। ଏ ଖୁସି ଆମ ସମସ୍ତଙ୍କର। କେବଳ ହରେଇନାହୁଁ ଏସିଆ କପ୍‌ ବି ଜିତିବୁ ଆଉ ପାକସସ୍ତାନକୁ ଦେଖେଇଦେବୁ। ଏଭଳି ଖୋଲା ଚାଲେଞ୍ଜ କଲେ କ୍ରିକେଟର ଅଭିଷେକ ଶର୍ମାଙ୍କ ଉଭଣୀ। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।


ଏସିଆ କପରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କଲା। ଓପନର ଅଭିଷେକ ଶର୍ମା ତାଙ୍କ ବିସ୍ଫୋରକ ବ୍ୟାଟିଂରେ ବୋଲରମାନଙ୍କୁ ଧରାଶାୟୀ କଲେ। ଯୁବ ଓପନର ମାତ୍ର ୩୯ବଲରେ ୭୪ ରନର ଏକ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ। ପାକିସ୍ତାନ ୫ ୱିକେଟ ପାଇଁ ୧୭୧ ରନ କରିଥିଲା। ଶୁବମନ ଗିଲ ଏବଂ ଅଭିଷେକ ଶର୍ମାଙ୍କ ଝଡ଼ପୂର୍ଣ୍ଣ ଓପନିଂ ଷ୍ଟାଣ୍ଡ ଉପରେ ଚଢ଼ି ଭାରତ ୧୮.୫ ଓଭରରେ କେବଳ ୪ ୱିକେଟ ହରାଇ ଲକ୍ଷ୍ୟ ହାସଲ କରିଥିଲା। ଅଭିଷେକଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯିବା ପରେ ତାଙ୍କ ଭଉଣୀ କୋମଲ ତାଙ୍କର ଖୁସି ପ୍ରକାଶ କରିଥିଲେ।ତେବେ ଗତ କାଲି ବି ଟସ୍ ସମୟରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପୁଣି ଥରେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ସଲମାନ ଅଲି ଆଗାଙ୍କୁ ଅଣଦେଖା କରିଛନ୍ତି । ଟସ୍ ସମୟରେ ପାକିସ୍ତାନ ଅଧିନାୟକଙ୍କ ସହ ହ୍ୟାଣ୍ଡସେକ୍ କରିନାହାନ୍ତି ସୂର୍ଯ୍ୟକୁମାର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାହିଁକି ପାକିସ୍ତାନକୁ ଟାର୍ଗେଟ କଲେ ଅଭିଷେକଙ୍କ ଭଉଣୀ ?


ପିଟିଆଇ ସହିତ କଥାବାର୍ତ୍ତା ସମୟରେ ଅଭିଷେକ ଶର୍ମାଙ୍କ ଭଉଣୀ କହିଥିଲେ, ‘ମୁଁ ଅତ୍ୟନ୍ତ ଗର୍ବିତ। ମୁଁ କେତେ ମହାନ ଅନୁଭବ କରୁଛି ତାହା ମୁଁ ବର୍ଣ୍ଣନା କରିପାରିବି ନାହିଁ। ମୁଁ ମୋର ଭାବନା ପ୍ରକାଶ କରିପାରିବି ନାହିଁ। ମୁଁ ଭାବୁଛି ଏହା କେବଳ ତୃତୀୟ କିମ୍ବା ଚତୁର୍ଥ ମ୍ୟାଚ ଥିଲା। ମୁଁ ସବୁବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ଦେଖିବାକୁ ଚାହୁଁଥିଲି। ମୋ ଭାଇ ବହୁତ ଭଲ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବରେ ସମ୍ମାନିତ କରାଯାଇଥିଲା। ମୁଁ ଆଉ କଣ କହିବି? ଆପଣ ମୋ ମୁହଁରେ ସବୁକିଛି ଦେଖିପାରିବେ।’ ସେ ଆହୁରି ମଧ୍ୟ କହିଛନ୍ତି, ‘ଆମେ ଅତ୍ୟନ୍ତ ଗର୍ବିତ। ମୋ ଭାଇ ସବୁକିଛି ହାସଲ କରିବେ। ତାଙ୍କର ସଫଳତାର କୌଣସି ସୀମା ରହିବ ନାହିଁ। ସେ ସବୁକିଛି କରିବେ ଏବଂ ବିଶ୍ୱକୁ ଦେଖାଇବେ ଯେ ସେ କି ପ୍ରକାରର ଖେଳାଳି। ଆମେ ନିଶ୍ଚିତ ଭାବରେ ଏସିଆ କପ ଜିତିବୁ, ଏବଂ ମୋ ଭାଇ ଖୁବ ଶୀଘ୍ର ଏକ ଶତକ ହାସଲ କରିବେ। ସେ ଆମ ସମସ୍ତଙ୍କୁ ଗର୍ବିତ କରିଛନ୍ତି। ଏବେ ଆମେ ସମସ୍ତେ କେବଳ ତାଙ୍କ ଶତକ ପାଇଁ ଅପେକ୍ଷା କରିଛୁ।’ ଯାହା ଭାଇରାଲ ହେବାରେ ଲାଗିଛି।



ଏସିଆ କପ୍ ୨୦୨୫ରେ ପୁଣି ପାକିସ୍ତାନକୁ ଧୂଳି ଚଟାଇଲା ଭାରତ । ଓପନର ଅଭିଷେକ ଶର୍ମାଙ୍କ ବିଧ୍ଵଂସୀ ବ୍ୟାଟିଂ ବଳରେ ସୂର୍ଯ୍ୟ ବାହିନୀ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୬ ଓ୍ଵିକେଟ୍‌ରେ ହରାଇଛି । ଏହି ବିଜୟ ସହ ଭାରତ ଏସିଆ କପ୍-୨୦୨୫ର ସୁପର-୪ର ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି । ରବିବାର ଦୁବାଇରେ ଖେଳାଯାଇଥିବା ଏହି ବଡ଼ ମ୍ୟାଚରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ ।

Related Topics

Explore more stories