Videos
|
Sports

Varun Troll Naqvi / ମୋହସିନ ନକଭିଙ୍କୁ ଟ୍ରୋଲ କଲେ ଭାରତୀୟ ଖେଳାଳି ବରୁଣ ଚକ୍ରବର୍ତ୍ତୀ

Ritu Das
Browse all articles by Ritu Das
·11 months ago·2 min read
ମୋହସିନ ନକଭିଙ୍କୁ ଟ୍ରୋଲ କଲେ ଭାରତୀୟ ଖେଳାଳି ବରୁଣ ଚକ୍ରବର୍ତ୍ତୀ

Key Points

ଭାରତୀୟ ଟିମ ଏସିଆ କପ ୨୦୨୫ ଫାଇନାଲରେ ପାକିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରିଛି। ପରାସ୍ତ କରିବା ପରେ ଭାରତୀୟ ଟିମ ବିଜୟ ମୁହୂର୍ତ୍ତକୁ ଜବରଦସ୍ତ ସେଲିବ୍ରେଟ କରିଛନ୍ତି।

ଭାରତୀୟ ଟିମ ଏସିଆ କପ ୨୦୨୫ ଫାଇନାଲରେ ପାକିସ୍ତାନକୁ ୫ ଓ୍ବିକେଟରେ ପରାସ୍ତ କରିଛି। ପରାସ୍ତ କରିବା ପରେ ଭାରତୀୟ ଟିମ ବିଜୟ ମୁହୂର୍ତ୍ତକୁ ଜବରଦସ୍ତ ସେଲିବ୍ରେଟ କରିଛନ୍ତି। କିନ୍ତୁ ଟ୍ରଫି ଉଠାଇବାର ପାରମ୍ପରିକ ମୁହୂର୍ତ୍ତ ଗାୟବ ରହିଛି। ଏହାର ବଡ଼ କାରଣ ହେୁଛି ପାକିସାନର ମୋହସିନ ନକଭି। ଭାରତୀୟ ଖେଳାଳିମାନେ ନକଭିଙ୍କ ହାତରୁ ଟ୍ରଫି ନେବାକୁ ସିଧା ସିଧା ମନା କରିଦେଇଥିଲେ। ସୂର୍ଯ୍ୟ ବାହିନୀ ସିଧା ସିଧା କହିଥିଲେ ଆମେ ଶତ୍ରୁ ଦେଶର ନକଭିଙ୍କ ଠାରୁ ଚାମ୍ପିୟନ ଟ୍ରଫି କେବେବି ଗ୍ରହଣ କରିବୁ ନାହିଁ। ଭାରତୀୟ ଖେଳାଳିଙ୍କର ଦାବି ଥିଲା କି ସେମାନେ ଏମିରେଟ୍ସ କ୍ରିକେଟ ବୋର୍ଡର ଭାଇସ ଚେୟାରମ୍ୟାନ ଖାଲିଦ ଅଲ ଜରୁନିଙ୍କ ହାତରୁ ଟ୍ରଫି ନେବାକୁ କହିଥିଲେ। ନକଭି କିନ୍ତୁ ନିଜ ଜିଦ୍‌ରେ ଅଟଳ ଥିଲେ ଯେ, ସେ ଖେଳାଳିଙ୍କୁ ନିଜ ହାତରେ ଟ୍ରଫି ଦେବେ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରେ ଏସିଆନ କ୍ରିକେଟ କାଉନସିଲ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମୋହସିନ ନକଭି ଚାମ୍ପିୟନ ଟ୍ରଫି ନେଇକି ଷ୍ଟାଡିୟମରୁ ପଳାଇଛନ୍ତି। ଯାହା କାରଣରୁ ଭାରତ ଏସିଆ କପ ଫାଇନାଲ ଟୁର୍ଣ୍ଣାମେଣ୍ଟ ଜିତିବା ପରେ ମଧ୍ୟ ଟ୍ରଫି ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଉ ଏବେ ଟିମ ଇଣ୍ଡିଆର ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ମୋହସିନ ନକଭିଙ୍କୁ ଟ୍ରୋଲ କରିଛନ୍ତି। ବରୁଣ ସୋମବାର ସକାଳେ ନିଜ ଏକ୍ସ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଗୋଟିଏ ଫଟୋରେ ସେ ବିଛଣାରେ ଶୋଇଥିବାର ଦେଖାଯାଉଛନ୍ତି। ଆଉ ସାଇଡ୍‌ ଟେବୁଲରେ ଏକ ଚା' କପ ରଖିଛନ୍ତି। ଆଉ ଖାଲି କପ୍‌କୁ ଟ୍ରଫି ଭଳି ଧରିକି ଶୋଇଥିବାର ଦେଖିବାକୁ ମିଳିଛି। ବରୁଣ ଚକ୍ରବର୍ତ୍ତୀଙ୍କର ଆଉ ଏକ ପୋଷ୍ଟ ବେଶ ଭାଇରାଲ ହେଉଛି ଯେଉଁଥିରେ ସେ କହିଛନ୍ତି, "ଅଖା ଦୁନିଆ ଏକ ତରଫ ଔର ମେରା ଇଣ୍ଡିଆ ଏକ ତରଫ୍‌।" "ଜୟ ହିନ୍ଦ।"


ଫାଇନାଲରେ ବୁମରା ରୌଫଙ୍କ ଓ୍ବିକେଟ ନେବା ପରେ କଲେ ଏମିତି... ରିଜିଜୁ କହିଲେ ପାକିସ୍ତାନ ଏହାର ଯୋଗ୍ୟ


ଏହା ପ୍ରଥମ ଥର ନୁହେଁ ଯେବେ ବରୁଣ ଚକ୍ରବର୍ତ୍ତୀ ଚା' କପ ସହ ଫଟୋ ଶେୟାର କରିଛନ୍ତି। ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଜିତିବାପରେ ଅସଲି ଟ୍ରଫି ରଖିକି କଫି ପିଉଥିବାର ଏକ ଫଟୋ ଶେୟାର କରିଥିଲେ। ବହୁ ଦିନ ପର୍ଯ୍ୟନ୍ତ ଏହି ବିଜୟର ଫଟୋ ସେ ତାଙ୍କ ପ୍ରୋଫାଇଲରେ ରଖିଥିଲେ। ବରୁଣ ଚକ୍ରବର୍ତ୍ତୀଙ୍କ ବ୍ୟତୀତ ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ ଏବଂ ଅଭିଷେକ ଶର୍ମା ମଧ୍ୟ AI ଜେନେରେଟ ଫଟୋ ନିଜ ପ୍ରୋଫାଇଲରେ ଶେୟାର କରିଛନ୍ତି। ଯେଉଁଥିରେ ଦେଖାଯାଉଛି କି ଏସିଆ କପକୁ ପାଖରେ ରଖିକି ଶୋଇଛନ୍ତି। ଇଣ୍ଡିଆ ଟିମ୍‌ର କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ ମେସେଜ ଦେଇଛନ୍ତି ଯେ, ଚାମ୍ପିୟନ ମାନଙ୍କୁ କୌଣସି ଟ୍ରଫି ଦରକାର ନାହିଁ।