Indias National Anthem / ଷ୍ଟାଡିୟମରେ ପାକିସ୍ତାନୀ ଗାଇଲେ ଭାରତର ଜାତୀୟ ସଙ୍ଗୀତ 'ଜନ-ଗଣ-ମନ', ଏମିତି କହିଲେ ଭାରତୀୟ...
·7 months ago·2 min read

Key Points
T20 ବିଶ୍ୱକପ୍ ମ୍ୟାଚ
ଷ୍ଟାଡିୟମରେ ପାକିସ୍ତାନୀ ଗାଇଲେ ଭାରତର ଜାତୀୟ ସଙ୍ଗୀତ

୨୦୨୬ ଟି-୨୦ ବିଶ୍ୱକପର ଫାଇନାଲ ମ୍ୟାଚ୍ରେ ଟିମ୍ ଇଣ୍ଡିଆଠାରୁ ଶୋଚନୀୟ ପରାଜୟ ବରଣ କରିଛି ପାକିସ୍ତାନ । ଗତକାଲି ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍ରେ ପରାସ୍ତ କରିଛି । ଏହା ପାକିସ୍ତାନର ଟି-୨୦ ଇତିହାସର ସବୁଠାରୁ ଅପମାନଜନକ ପରାଜୟ ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି । ଏହାସହ ଗତକାଲିର ମ୍ୟାଚ ପରଠାରୁ ଅନେକ କିଛି ଖବର ପାକିସ୍ତାନକୁ ନେଇ ଭାଇରାଲ ହେବାରେ ଲାଗିଛି। ଠିକ ସେହିପରି ପାକିସ୍ତାନୀ ଫ୍ୟାନ୍ସମାନେ ଭାରତର ଜାତୀୟ ସଙ୍ଗୀତ ଗାଉଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓଗୁଡ଼ିକ ମଧ୍ୟରୁ ଗୋଟିଏ ଭିଡିଓ ବେଶ୍ ଲୋକପ୍ରିୟତା ସାଉଁଟିଛି, ଯେଉଁଥିରେ ପାକିସ୍ତାନୀ ପ୍ରଶଂସକମାନେ ଭାରତର ଜାତୀୟ ସଙ୍ଗୀତ "ଜନ ଗଣ ମନ" ଗାଉଥିବାର ଦେଖିବାକୁ ମିଳୁଛି। କିଛି ପ୍ରଶଂସକ ତ ପାକିସ୍ତାନୀ ଜର୍ସି ପିନ୍ଧି ଭାରତୀୟ ଜାତୀୟ ସଙ୍ଗୀତ ଗାନ କରୁଥିବାର ଦେଖାଯାଉଛି। ତାପୁଣି ଖୁବ୍ ଖୁସି ଓ ସମ୍ମାନର ସହ। ଷ୍ଟାଡିୟମରେ ଉପସ୍ଥିତ ଭାରତୀୟ ଦର୍ଶକମାନେ ମଧ୍ୟ ସମ୍ମାନ ଜଣାଇ ଠିଆ ହୋଇଥିବାର ଦେଖାଯାଉଛି। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଉଭୟ ଦେଶର ଜାତୀୟ ସଙ୍ଗୀତ ବାଜିବା ସମୟରେ ଏହି ଦୃଶ୍ୟ ବୋଲି କୁହାଯାଉଛି।
ଇଶାନ କିଷାନ ଭାରତୀୟ ଇନିଂସରେ ୭୭ ରନର ଏକ ଚମତ୍କାର ଇନିଂସ ଖେଳି ଦଳର ଶକ୍ତିଶାଳୀ ସ୍କୋରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ବ୍ୟାଟିଂକୁ ସୋସିଆଲ ମିଡିଆରେ ମଧ୍ୟ ବହୁଳ ଭାବରେ ପ୍ରଶଂସା କରାଯାଇଛି। ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତ ପାକିସ୍ତାନକୁ ହରାଇ କରି ପୁଣି ଥରେ ଟୁର୍ଣ୍ଣାମେଣ୍ଟରେ ନିଜର ସ୍ଥିତିକୁ ସୁଦୃଢ଼ କରିଛନ୍ତି। ଏହି ହାଇ-ଭୋଲଟେଜ୍ ମ୍ୟାଚ୍ ପରେ, ମ୍ୟାଚ୍ ସହିତ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବିଜୟ ସହିତ ଭାରତ ବିଶ୍ୱକପ୍ ରେ ପାକିସ୍ତାନ ବିପକ୍ଷରେ ତା’ର ଉତ୍କୃଷ୍ଟ ରେକର୍ଡ ବଜାୟ ରଖିଛି।ସେପଟେ ଦଳର ପରାଜୟ ନିଶ୍ଚିତ ହେବା ପୂର୍ବରୁ ପାକିସ୍ତାନର ଗୃହମନ୍ତ୍ରୀ ଏବଂ ପିସିବି ଅଧ୍ୟକ୍ଷ ମୋହସିନ ନକଭିଙ୍କ ସମେତ କିଛି ଦର୍ଶକ ଷ୍ଟାଡିୟମ ଛାଡି ଚାଲି ଯାଇଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ମଧ୍ୟ ଆଲୋଚନାର ବିଷୟ ପାଲଟିଛି।
ଏଥିସହ ପଢ଼ନ୍ତୁ: ଖୁବଶୀଘ୍ର ବିବାହ କରିବେ ଇଶାନ କିଶନ, ରିଲେସନସିପ୍ କନଫର୍ମ କଲେ କ୍ରିକେଟର...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭିଡିଓଟି ଭାଇରାଲ୍ ହେବା ପରେ ସୋସିଆଲ ମିଡିଆରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଏହାକୁ କ୍ରୀଡାପ୍ରେମୀ ଏବଂ ପାରସ୍ପରିକ ସମ୍ମାନର ଏକ ଉଦାହରଣ କହି ପ୍ରଶଂସା କରୁଛନ୍ତି। ହେଲେ ଆଉ କିଛି ୟୁଜର ମତ ଦେଉଛନ୍ତି ଯେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଏକ ପଦକ୍ଷେପ ହୋଇପାରେ। ତଥାପି, ବହୁ ସଂଖ୍ୟକ ଲୋକେ ଏହି ଭିଡିଓକୁ ଖୁବ୍ ପ୍ରଶଂସା କରୁଛନ୍ତି। ରବିବାର ଖେଳାଯାଇଥିବା ଭାରତ - ପାକିସ୍ତାନ ମ୍ୟାଚରେ ଭାରତର ବଡ଼ ବିଜୟ ହୋଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନକୁ ୧୭୬ ରନ୍ ର ଟାର୍ଗେଟ ଦେଇଥିଲା। ଜବାବରେ ପାକିସ୍ତାନ ୧୮ ଓଭରରେ ୧୧୪ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories