Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Abhigyan Kundu / Asia Cupରେ ଚମକିଲେ ଅଭିଜ୍ଞାନ କୁଣ୍ଡୁ, ୧୨୧ ବଲ୍‌ରେ ଅପରାଜିତ ଦ୍ଵିଶତକ ହାସଲ

Sushanta Sahoo
Browse all articles by Sushanta Sahoo
·7 months ago·2 min read
Asia Cupରେ ଚମକିଲେ ଅଭିଜ୍ଞାନ କୁଣ୍ଡୁ, ୧୨୧ ବଲ୍‌ରେ ଅପରାଜିତ ଦ୍ଵିଶତକ ହାସଲ
Abhigyan Kundu scored 209* off 125 balls

Key Points

ଅଭିଜ୍ଞାନଙ୍କ ଏହି ଇନିଂସ ସହ ସେ ଅଣ୍ଡର୍-୧୯ ଏସିଆ କପ୍‌ରେ ସବୁଠୁ ବଡ଼ ପାଳି ଖେଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ । ଏହା ପୂର୍ବରୁ ଏହି ରେକର୍ଡ ଥିଲା ବୈଭବ ସୂର୍ଯ୍ୟବଂଶୀଙ୍କ ନାମରେ ।
ଦୁବାଇ: ୧୯ ବର୍ଷରୁ କମ୍ ଏସିଆ କପ୍‌ର ମୁକାବିଲାରେ ବଡ଼ ସ୍କୋର୍ କରିଛି ଭାରତ । ମାଲେସିଆ ବିପକ୍ଷ ମ୍ୟାଚ୍‌ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଆଉ ନିର୍ଦ୍ଧାରିତ ୫୦ ଓଭର୍‌ରେ ଭାରତୀୟ ଦଳ ୭ ୱିକେଟ୍ ହରାଇ ୪୦୮ ରନ୍ କରିଛି । ବଡ଼ ସ୍କୋରିଂ ମ୍ୟାଚ୍‌ରେ ହିରୋ ସାଜିଛନ୍ତି ଭାରତ ପାଇଁ ପଞ୍ଚମ ନମ୍ବରରେ ବ୍ୟାଟିଂ କରିଥିବା ୧୭ ବର୍ଷୀୟ ଅଭିଜ୍ଞାନ କୁଣ୍ଡୁ ।

ମାଲେସିଆ ବିପକ୍ଷ ମ୍ୟାଚ୍‌ରେ ଭାରତ ପାଇଁ ବଡ଼ ସ୍କୋର୍ କରିଛନ୍ତି ଅଭିଜ୍ଞାନ । ଅଭିଜ୍ଞାନ କୁଣ୍ଡୁ ୧୨୧ ବଲ୍‌ରେ ଦ୍ଵିଶତକ ହାସଲ କରିଛନ୍ତି । ଦଳ ପାଇଁ ଶେଷ ବଲ୍ ପର୍ଯ୍ୟନ୍ତ ଖେଳି ୧୨୫ ବଲ୍‌ରେ କରିଛନ୍ତି ଅପରାଜିତ ୨୦୯ ରନ୍ । ଯେଉଁଥିରେ ୯ଟି ଛକା ଓ ୧୭ଟି ଚଉକା ସାମିଲ୍ ରହିଛି ।

ଏଥିସହ ପଢ଼ନ୍ତୁ: ୯ ଛକା, ୫ ଚଉକାରେ ବୈଭବଙ୍କ ଦମଦାର ଶତକ; ଏସିଆ କପ୍‌ର ପ୍ରଥମ ମ୍ୟାଚ୍‌ରେ କଲେ କମାଲ

ଅଭିଜ୍ଞାନଙ୍କ ଏହି ଇନିଂସ ସହ ସେ ଅଣ୍ଡର୍-୧୯ ଏସିଆ କପ୍‌ରେ ସବୁଠୁ ବଡ଼ ପାଳି ଖେଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ । ଏହା ପୂର୍ବରୁ ଏହି ରେକର୍ଡ ଥିଲା ବୈଭବ ସୂର୍ଯ୍ୟବଂଶୀଙ୍କ ନାମରେ । ବୈଭବ, ୟୁଏଇ ବିପକ୍ଷ ମ୍ୟାଚ୍‌ରେ ୧୭୧ ରନ୍ କରିଥିଲେ ।

୧୨୧ ବଲ୍‌ରେ ଦ୍ଵିଶତକ


ମୁମ୍ବାଇର ଅଭିଜ୍ଞାନ ମାତ୍ର ୮୦ ବଲ୍‌ରେ ଶତକ ମାରିଛନ୍ତି । ୧୭ ବର୍ଷର ଅଭିଜ୍ଞାନ ୧୧ ଚଉକା, ଗୋଟିଏ ଛକା ସହାୟତାରେ ସେଞ୍ଚୁରୀ ପରେ ବିସ୍ଫୋରକ ବ୍ୟାଟିଂ କରି ଦ୍ଵିଶତକ ହାସଲ କରିଛନ୍ତି । ୧୨୫ ବଲ୍‌ରେ ୯ଟି ଛକା ଓ ୧୭ଟି ଚଉକା ସହାୟତାରେ ଅପରାଜିତ ୨୦୯ ରନ୍ କରିଛନ୍ତି । ୧୯ ବର୍ଷରୁ କମ୍ ଏସିଆ କପ୍‌ରେ ଦ୍ଵି-ଶତକ ହାସଲ କରିବାରେ ଅଭିଜ୍ଞାନ କୁଣ୍ଡୁ ପ୍ରଥମ ଭାରତୀୟ ।

ଏଥିସହ ପଢ଼ନ୍ତୁ: IPL 2026 ନିଲାମର ଠିକ୍ ପୂର୍ବରୁ BCCI ଯୋଡ଼ିଲା ୧୯ ନାଁ; ତାଲିକାରେ ୨ ଓଡ଼ିଆ ଖେଳାଳି

ଭାରତୀୟ ଦଳ ୭ ୱିକେଟ୍ ହରାଇ ୪୦୮ ରନ୍‌ କରିଛି । ଅଭିଜ୍ଞାନଙ୍କୁ ବାଦ୍ ଦେଲେ ଭାରତ ପକ୍ଷରୁ ବେଦାନ୍ତ ତ୍ରିବେଦୀ ୯୦ ରନ୍ କରିଥିଲେ । ବୈଭବ ସୂର୍ଯ୍ୟବଂଶୀ ୨୬ ବଲ୍‌ରେ ୫୦ ରନ୍ କରିଛନ୍ତି । ମାଲେସିଆ ପ୭ରୁ ମୁହମ୍ମଦ ଅକରମ ୮୯ ରନ୍ ବ୍ୟୟ କରି ୫ ୱିକେଟ୍ ନେଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Abhigyan Kundu Smashes Unbeaten Double Century in U-19 Asia Cup | Argus News | Argus News