Sanju Samson / ଜିମ୍ବାୱେ ବିପକ୍ଷର ଭାରତର ବଡ଼ ସ୍କୋର୍, ଅନେକ ଦିନ ପରେ ପରୀକ୍ଷାରେ ପାସ୍ ହେଲେ ସଞ୍ଜୁ
·4 months ago·2 min read

Key Points
ଅଭିଷେକଙ୍କ ଦମଦାର୍ ଅର୍ଦ୍ଧଶତକ
ପରୀକ୍ଷାରେ ପାସ୍ ହେଲେ ସଞ୍ଜୁ
ପରୀକ୍ଷାରେ ପାସ୍ ହେଲେ ସଞ୍ଜୁ
ପରୀକ୍ଷାରେ ପାସ୍ ହେଲେ କ୍ରିକେଟର ସଞ୍ଜୁ ସାମସନ୍। ଯେଉଁ ଆଶା ଥିଲା ତାଙ୍କ ଉପରେ ତାହା ସେ ପ୍ରମାଣିତ କରି ଦେଖାଇଛନ୍ତି। ଚଳିତ ଟି-୨୦ ବିଶ୍ଵକପ୍ ସୁପର-୮ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତୀୟ ଦଳ ବିସ୍ଫୋରକ ବ୍ୟାଟିଂ କରି ୪ ଓ୍ଵିକେଟ୍ ହରାଇ ୨୫୬ ରନର ଏକ ବିଶାଳ ସ୍କୋର ତିଆରି କରିଛି। ଏହା ଟି-୨୦ ବିଶ୍ଵକପ୍ ଇତିହାସରେ ଦ୍ୱିତୀୟ ସର୍ବାଧିକ ସ୍କୋର ଭାବେ ରେକର୍ଡ ହୋଇଛି। ଏହି ବଡ଼ ସ୍କୋର ସହ ଭାରତ ଜିମ୍ବାଓ୍ଵେ ସମ୍ମୁଖରେ ୨୫୭ ରନର ଚାଲେଞ୍ଜିଂ ଟାର୍ଗେଟ ରଖିଛି। ସମଗ୍ର ଦଳର ବ୍ୟାଟିଂ ପର୍ଫର୍ମାନ୍ସ ଆଜି ଦମଦାର ଥିବାରୁ ଭାରତ ଏହି ବିଶାଳ ସ୍କୋରରେ ପହଞ୍ଚିପାରିଛି।
ଏବେ ଜିମ୍ବାଓ୍ଵେ ପାଇଁ ଏହି ଟାର୍ଗେଟକୁ ଚେଜ କରିବା ଏକ କଠିନ ଚ୍ୟାଲେଞ୍ଜ ହେବ। ମଧ୍ୟକ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଳକ ବର୍ମା ଦଳର ସ୍କୋରକୁ ଆଉ ଉଚ୍ଚ ସ୍ତରକୁ ନେଇଥିଲେ। ଉଭୟେ ମିଶି ୮୪ ରନର ଦ୍ରୁତ ସହଯୋଗିତା କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨୩ ବଲରୁ ୫୦ ରନ କରିଥିଲେ ଓ ତିଳକ ବର୍ମା ୧୬ ବଲରୁ ୪୪ ରନ କରି ଅପରାଜିତ ରହିଥିଲେ। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଓପନରମାନେ ଶକ୍ତିଶାଳୀ ଆରମ୍ଭ ଦେଇଥିଲେ। ସଞ୍ଜୁ ସାମସନ ଏହି ମ୍ୟାଚରେ ସୁଯୋଗ ପାଇ ୧୫ ବଲରୁ ୨୪ ରନ କରିଥିଲେ, କିନ୍ତୁ ସେ ପ୍ରଥମେ ଆଉଟ୍ ହୋଇଥିଲେ।
ପରେ ଅଭିଷେକ ଶର୍ମା ଓ ଇଶାନ କିଶନ ମିଶି ଦଳକୁ ଦୃଢ଼ ଭିତ୍ତି ଦେଇଥିଲେ। ଦୁଇଜଣ ମିଶି ଦ୍ୱିତୀୟ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡ଼ିଥିଲେ। ଇଶାନ କିଶନ ୨୪ ବଲରୁ ୩୮ ରନ କରି ଆକର୍ଷଣୀୟ ଇନିଂସ ଖେଳିଥିଲେ। ଅଭିଷେକ ଶର୍ମା ଆଜି ନିଜ ଫର୍ମକୁ ଫେରି ଆସି ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୩୦ ବଲରୁ ୫୫ ରନ କରି ଦଳକୁ ଏକ ମଜବୁତ ଅବସ୍ଥାନକୁ ନେଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ୧୩ ବଲରୁ ୩୩ ରନ କରିଥିଲେ।
ସେପଟେ ଅହମ୍ମଦାବାଦରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୯ ୱିକେଟ୍ର ବିଶାଳ ବ୍ୟବଧାନରେ ମ୍ୟାଚ୍ ଜିତିଛି। ଦକ୍ଷିଣ ଆଫ୍ରିକାର ବିଜୟରେ ଅଧିନାୟକ ଏଡେନ୍ ମାର୍କରାମଙ୍କ ବିସ୍ଫୋରକ ଇନିଂସ୍ ବଡ଼ ଭୂମିକା ଗ୍ରହଣ କରିଥିଲା। କ୍ୱିଣ୍ଟନ୍ ଡି କକ୍ ଏବଂ ରିଆନ୍ ରିକେଲଟନ୍ ମଧ୍ୟ ତାଙ୍କୁ ଏହି କାର୍ଯ୍ୟରେ ସମର୍ଥନ କରିଥିଲେ। ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା କେବଳ ସେମିଫାଇନାଲ୍ରେ ପହଞ୍ଚିବାର ଲକ୍ଷ୍ୟ ପୂରଣ କରିନାହିଁ, ବରଂ ଭାରତୀୟ ଦଳ ପାଇଁ ମଧ୍ୟ ଏକ ଉପକାର କରିଛି। ଦକ୍ଷିଣ ଆଫ୍ରିକାର ବିଜୟ ଏବେ ଭାରତର ସେମିଫାଇନାଲ୍ରେ ଖେଳିବାର ସମ୍ଭାବନାକୁ ବୃଦ୍ଧି କରିଛି।
ଅଧିକ ପଢ଼ନ୍ତୁ ଖେଳ ଖବର: ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଟି-୨୦ ବିଶ୍ବକପ୍ରେ ଭାରତର ସର୍ବୋଚ୍ଚ ଦଳଗତ ସ୍କୋର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories