Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

India vs Zimbabwe / ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଟି-୨୦ ବିଶ୍ବକପ୍‌ରେ ଭାରତର ସର୍ବୋଚ୍ଚ ଦଳଗତ ସ୍କୋର

Santosh Kumar Sahoo
Browse all articles by Santosh Kumar Sahoo
·4 months ago·2 min read
ଇତିହାସ ରଚିଲା ଟିମ୍ ଇଣ୍ଡିଆ, ଟି-୨୦ ବିଶ୍ବକପ୍‌ରେ ଭାରତର ସର୍ବୋଚ୍ଚ ଦଳଗତ ସ୍କୋର
Team India

Key Points

ଜିମ୍ବାୱେକୁ ଭାରତର ବଡ଼ ଟାର୍ଗେଟ୍‌ ୨୫୭
ପ୍ରଥମେ ବ୍ୟାଟିଂ କରି ଭାରତ ୨୫୬/୪
ଟି-୨୦ ବିଶ୍ବକପ୍‌ରେ ଭାରତର ସର୍ବୋଚ୍ଚ ଦଳଗତ ସ୍କୋର
ଟି-୨୦ ବିଶ୍ବକପରେ ଗୁରୁବାର ଟିମ୍ ଇଣ୍ଡିଆ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳୁଛି । ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ଭାରତ-ଜିମ୍ବାଓ୍ବେ । ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଜିମ୍ବାଓ୍ବେ । ଅର୍ଥାତ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୨୫୬ ରନ୍ କରିଥିଲା । ଏହା ଟି-୨୦ ବିଶ୍ୱକପ୍ ଇତିହାସରେ ଯେକୌଣସି ଦଳ ଦ୍ୱାରା ଦ୍ୱିତୀୟ ସର୍ବାଧିକ ସ୍କୋର । ଏହା ୨୦୨୬ ଟି-୨୦ ବିଶ୍ୱକପ୍‌ର ସର୍ବୋଚ୍ଚ ସ୍କୋର ।

ଚେନ୍ନାଇରେ ଖେଳାଯାଇଥିବା ମ୍ୟାଚ୍ରେ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ଖେଳିଥିଲା ଭାରତ । ଦୁଇ ଓପନର ସଞ୍ଜୁ ସାମସନ୍ ଓ ଅଭିଷେକ ଶର୍ମା ଧୁଆଁଧାର ବ୍ୟାଟିଂ କରିଥିଲେ । ତେବେ ସଞ୍ଜୁ ୨୪ ରନ୍ କରି ଆଉଟ୍ ହେବା ପରେ ଇଶାନ କିଶାନ କ୍ରିଜ୍କୁ ଆସିଥିଲେ । ଉଭୟ ଦ୍ବିତୀୟ ଓ୍ବିକେଟ୍ ପାଇଁ ୭୨ ରନର ପାର୍ଟନରସିପ୍ କରିଥିଲେ । ତେବେ ଇଶାନ ୩୮ ରନ୍ କରି ପ୍ୟାଭିଲିୟନ୍ ଫେରିବା ପରେ ସୂର୍ଯ୍ୟକୁମାର ଯାଦବ ଆସିଥିଲେ । ଆଉ ସେ ଅଭିଷେକଙ୍କ ସହ ମିଶି ଦ୍ରୁତ ଗତିରେ ୩୩ ରନ୍ କରିଥିଲେ । ସେହିପରି ଅଭିଷେକ ଶର୍ମା ଚଳିତ ଟି-୨୦ ବିଶ୍ବକପ୍ରେ ପ୍ରଥମ ଥର ପାଇଁ ଅର୍ଦ୍ଧଶତକ ହାସଲ କରିଥିଲେ । ସୂର୍ଯ୍ୟକୁମାର ଓ ଅଭିଷେକ ଆଉଟ୍ ହେବା ପରେ ପାଳି ସମ୍ଭାଳିଥିଲେ ହାର୍ଦ୍ଦିକ ପାଣ୍ଡ୍ୟ ଓ ତିଲକ ବର୍ମା । ଉଭୟ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳର ସ୍କୋରକୁ ୨୫୬ ରନର ପହଞ୍ଚାଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୩ ବଲରେ ୫୦ ରନ କରିଥିବା ବେଳେ ତିଲକ ବର୍ମା ୧୬ ବଲରେ ୪୪ ରନ୍ କରିଥିଲେ ।

୨୦୨୬ ଟି-୨୦ ବିଶ୍ୱକପ୍‌ର ସର୍ବୋଚ୍ଚ ସ୍କୋର


୨୦୨୬ ଟି-୨୦ ବିଶ୍ୱକପ୍‌ର ସର୍ବୋଚ୍ଚ ସ୍କୋର ୨୫୪ ଥିଲା, ଯାହା ୱେଷ୍ଟଇଣ୍ଡିଜ୍ ଜିମ୍ବାୱେ ବିପକ୍ଷରେ କରିଥିଲା । ତଥାପି, ଟିମ୍ ଇଣ୍ଡିଆ ଏବେ ଜିମ୍ବାୱେ ବିପକ୍ଷରେ ୨୫୬ ରନ୍ କରି ଇତିହାସ ରଚିଛି । ଟି-୨୦ ବିଶ୍ୱକପ୍ ଇତିହାସରେ ସର୍ବୋଚ୍ଚ ସ୍କୋର ଶ୍ରୀଲଙ୍କାର । ଯିଏ ୨୦୦୭ ବିଶ୍ୱକପ୍‌ରେ କେନିଆ ବିପକ୍ଷରେ ୨୬୦ ରନ୍ କରିଥିଲା ।

ଏଥିସହ ପଢ଼ନ୍ତୁ: ଜିମ୍ବାଓ୍ବେ ବିପକ୍ଷରେ ବ୍ୟାଟିଂ କରିବ ଭାରତ, ଦଳକୁ ଫେରିଲେ ସଞ୍ଜୁ ଓ ଅକ୍ଷର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Smash 256 vs Zimbabwe, Register Highest T20 World Cup Team Total | Argus News