Abhishek Nayar Head Coach / IPL ୨୦୨୬ ପୂର୍ବରୁ KKRରେ ବଡ଼ ପରିବର୍ତ୍ତନ, ଅଭିଷେକ ନାୟର ହେଲେ ମୁଖ୍ୟ ପ୍ରଶିକ୍ଷକ
·8 months ago·2 min read

Key Points
ଆଇପିଏଲ ୨୦୨୬ ପୂର୍ବରୁ KKRରେ ବଡ଼ ପରିବର୍ତ୍ତନ । ମୁଖ୍ୟ କୋଚ୍ ହେଲେ ଅଭିଷେକ ନାୟର । ଏବେ ବଦଳିବ ଟିମ୍ ରୂପରେଖ ।
IPLର ପରବର୍ତ୍ତୀ ସିଜିନ୍ ଆରମ୍ଭ ହେବାକୁ ଆହୁରି କିଛି ମାସ ବାକି ଅଛି । କିନ୍ତୁ ଆଇପିଏଲର ବିଭିନ୍ନ ଫ୍ରାଞ୍ଚାଇଜ୍ ଏନେଇ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ତେବେ ଏହାରି ମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସ (KKR) ରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । IPL ୨୦୨୬ ନିଲାମର କିଛି ସପ୍ତାହ ପୂର୍ବରୁ ଅଭିଷେକ ନାୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଛି । ସେ ଲଗାତାର ତିନି ସିଜିନ୍ ପାଇଁ KKR ର ମୁଖ୍ୟ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିବା ଚନ୍ଦ୍ରକାନ୍ତ ପଣ୍ଡିତଙ୍କ ସ୍ଥାନ ନେବେ । ଚନ୍ଦ୍ରକାନ୍ତ ଏହି ବର୍ଷ ଆରମ୍ଭରେ ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଥିଲେ । ଅଭିଷେକ ପୂର୍ବରୁ ପାଞ୍ଚ ବର୍ଷ ଧରି ପାଇଁ KKR ସପୋର୍ଟ ଷ୍ଟାଫ୍ ରହିଥିଲେ ।
ତିନି ବର୍ଷ ଧରି ଦଳ ସହିତ ଥିବା ଚନ୍ଦ୍ରକାନ୍ତ ପଣ୍ଡିତ ଏବେ KKR ଠାରୁ ଅଲଗା ହୋଇଛନ୍ତି । ଚନ୍ଦ୍ରକାନ୍ତଙ୍କ କାର୍ଯ୍ୟକାଳ ମଧ୍ୟରେ KKR ଦଶ ବର୍ଷ ପରେ ୨୦୨୪ରେ IPL ଟାଇଟଲ ଜିତିଥିଲା । ଯାହା ତାଙ୍କ ପ୍ରଶିକ୍ଷଣ ଜୀବନର ଏକ ପ୍ରମୁଖ ସଫଳତା। ତଥାପି ୨୦୨୫ ସିଜିନ୍ ଦଳ ପାଇଁ ନିରାଶାଜନକ ଥିଲା । ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ KKR ପଏଣ୍ଟ ଟେବୁଲରେ ଅଷ୍ଟମ ସ୍ଥାନରେ ରହିଥିଲା। ଏହି ଖରାପ ପ୍ରଦର୍ଶନ ପରେ ଟିମ୍ ମ୍ୟାନେଜମେଣ୍ଟ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲା ।
ଅଭିଷେକ ନାୟର ଏହି ଫ୍ରାଞ୍ଚାଇଜ୍ ପାଇଁ ସହାୟକ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି । ଏହା ସହିତ ଖେଳାଳିମାନଙ୍କ ସହିତ ତାଙ୍କର ଦୃଢ଼ ସମ୍ପର୍କ ରହିଛି । ନାୟାରଙ୍କର ଘରୋଇ କ୍ରିକେଟ୍ ଏବଂ ଯୁବ ଖେଳାଳିମାନଙ୍କ ସହିତ କାମ କରିବାରେ ବ୍ୟାପକ ଅଭିଜ୍ଞତା ଅଛି ।
ଅଭିଷେକ ନାୟର ଭାରତୀୟ ଦଳ ପାଇଁ ତିନୋଟି ODI ଖେଳିଛନ୍ତି । କିନ୍ତୁ ତାଙ୍କର ପ୍ରକୃତ ଅବଦାନ ଜଣେ ପ୍ରଶିକ୍ଷକ ଏବଂ ପରାମର୍ଶଦାତା ଭାବରେ ରହିଛି। ସେ ମୁମ୍ବାଇ କ୍ରିକେଟର ଜଣେ ପ୍ରମୁଖ ସଦସ୍ୟ ରହିଆସିଛନ୍ତି ଏବଂ ଦିନେଶ କାର୍ତ୍ତିକ, ଶ୍ରେୟସ ଆୟର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନେକ ଭାରତୀୟ ଖେଳାଳିଙ୍କ କ୍ୟାରିୟର ଉପରେ ତାଙ୍କର ସିଧାସଳଖ ହାତ ରହିଛି ।
ସେ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ଆସନ୍ତା ନଭେମ୍ବର ମାସରେ BCCIକୁ ସମସ୍ତ ଫ୍ରାଞ୍ଚାଇଜ୍ ସେମାନଙ୍କର ରିଟେନ୍ ହୋଇଥିବା ଖେଳାଳିଙ୍କ ତାଲିକା ଦେବାକୁ ପଡ଼ିବ । ଅଭିଷେକ ନାୟରଙ୍କ ନିଯୁକ୍ତି ପରେ ତାଙ୍କର ପ୍ରଥମ ଦାୟିତ୍ୱ ହେବ କେଉଁ ଖେଳାଳିଙ୍କୁ ରିଟେନ୍ କରିବେ ଏବଂ କାହାକୁ ନିଲାମ ପାଇଁ ମୁକ୍ତ କରିବେ । ନାୟରଙ୍କ ନେତୃତ୍ୱରେ KKR ଆଗାମୀ ସିଜିନ୍ରେ କିଭଳି ପ୍ରଦର୍ଶନ କରିବ ତାହା ଦେଖିବା ବେଶ୍ ଆକର୍ଷଣୀୟ ହେବ ।

A new dawn is upon us 💜☀ pic.twitter.com/hQZLFSuaCm
— KolkataKnightRiders (@KKRiders) October 30, 2025
ଅଭିଷେକ ନାୟର ଭାରତୀୟ ଦଳ ପାଇଁ ତିନୋଟି ODI ଖେଳିଛନ୍ତି । କିନ୍ତୁ ତାଙ୍କର ପ୍ରକୃତ ଅବଦାନ ଜଣେ ପ୍ରଶିକ୍ଷକ ଏବଂ ପରାମର୍ଶଦାତା ଭାବରେ ରହିଛି। ସେ ମୁମ୍ବାଇ କ୍ରିକେଟର ଜଣେ ପ୍ରମୁଖ ସଦସ୍ୟ ରହିଆସିଛନ୍ତି ଏବଂ ଦିନେଶ କାର୍ତ୍ତିକ, ଶ୍ରେୟସ ଆୟର ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନେକ ଭାରତୀୟ ଖେଳାଳିଙ୍କ କ୍ୟାରିୟର ଉପରେ ତାଙ୍କର ସିଧାସଳଖ ହାତ ରହିଛି ।
ସେ ଟିମ୍ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ ସଦସ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ଆସନ୍ତା ନଭେମ୍ବର ମାସରେ BCCIକୁ ସମସ୍ତ ଫ୍ରାଞ୍ଚାଇଜ୍ ସେମାନଙ୍କର ରିଟେନ୍ ହୋଇଥିବା ଖେଳାଳିଙ୍କ ତାଲିକା ଦେବାକୁ ପଡ଼ିବ । ଅଭିଷେକ ନାୟରଙ୍କ ନିଯୁକ୍ତି ପରେ ତାଙ୍କର ପ୍ରଥମ ଦାୟିତ୍ୱ ହେବ କେଉଁ ଖେଳାଳିଙ୍କୁ ରିଟେନ୍ କରିବେ ଏବଂ କାହାକୁ ନିଲାମ ପାଇଁ ମୁକ୍ତ କରିବେ । ନାୟରଙ୍କ ନେତୃତ୍ୱରେ KKR ଆଗାମୀ ସିଜିନ୍ରେ କିଭଳି ପ୍ରଦର୍ଶନ କରିବ ତାହା ଦେଖିବା ବେଶ୍ ଆକର୍ଷଣୀୟ ହେବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories